Advertisement
Article Detail0/zeeodisha/odisha2679736
Zee OdishaOdisha StateRaja Chakra: ଗିରଫ ହେଲେ ରାଜା, ଆଗକୁ କାହା ପାଳି

Raja Chakra: ଗିରଫ ହେଲେ ରାଜା, ଆଗକୁ କାହା ପାଳି

ସେପଟେ ରାଜା ଚକ୍ରଙ୍କ ଏହି ବ୍ୟବସାୟରେ ଏକାଧିକ ରାଜନେତାଙ୍କ ସମ୍ପୃକ୍ତି ଥିବା କୁହାଯାଉଛି। ବଡ ବଡ଼ ରାଜନେତାଙ୍କ ଛତ୍ରଛାୟା ତଳେ ରାଜା ତାଙ୍କର ବ୍ୟବସାୟିକ ସାମ୍ରାଜ୍ୟକୁ ବିସ୍ତାର କରିଥିଲେ। ତେବେ ରାଜାଙ୍କ ଏହି ଗିରଫ ଦାରୀ ପରେ କାହାକୁ ବାନ୍ଧିବ କ୍ରାଇମ ବ୍ରାଞ୍ଚ ଏ ନେଇ ଏବେ ବଡ଼ ପ୍ରଶ୍ନ ଛିଡା ହୋଇଛି। 

Raja Chakra: ଗିରଫ ହେଲେ ରାଜା, ଆଗକୁ କାହା ପାଳି

Raja Chakra: କେନ୍ଦୁଝର: ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜା ଚକ୍ରଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ। ଏନେଇ କ୍ରାଇମ ବ୍ରାଞ୍ଚ ଡିଜି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ୨୦୧୭-୧୮ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଆୟ କରିଥିଲା ଏଜେନ୍ସି। ଆୟ ଏହାଠାରୁ ଅଧିକ ବି ହୋଇପାରେ, ଅଡିଟ୍ ହେଲେ ଜଣାପଡ଼ିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି। ପାରିପାର୍ଶ୍ବିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବା ଦେଖାଇଛନ୍ତି। କିନ୍ତୁ କୌଣସି ପାରିପାର୍ଶ୍ବିକ ବିକାଶ ହୋଇନଥିବା ୨ ଜଣ ବିଡିଓ କହିଛନ୍ତି । ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ବଣ୍ଟା ହୋଇଛି ୩୩ କୋଟି ଟଙ୍କା। ଏହି ଗିରଫଦାରୀ ସହିତ ରାଜାଙ୍କ ବହୁ ଦାମୀ ଗାଡି ସହ ବିଭିନ୍ନ ବ୍ୟାଙ୍କ ଏକାଉଣ୍ଟକୁ ମଧ୍ୟ ସିଜ କରିଛି କ୍ରାଇମବ୍ରାଞ୍ଚ।

ଏଠାରେ କହି ରଖୁ କି ପୂର୍ବରୁ ରାଜାଙ୍କ ଉପରୁ ଅନ୍ତରୀଣ ସୁରକ୍ଷା ହଟାଇ ଦେଇଥିଲେ ହାଇକୋର୍ଟ । ରାଜା ଚକ୍ରଙ୍କ ସମେତ ୪ ଜଣଙ୍କ ଉପରୁ ହଟିଥିଲା ଅନ୍ତରୀଣ ସୁରକ୍ଷା । ଇଡି ଯାଞ୍ଚ ବେଳେ ଆଗୁଆ ଜାମିନ ଆବେଦନ କରିଥିଲେ ରାଜା ଚକ୍ର। ଏବେ ରାଜା ଚକ୍ରଙ୍କ କେଳେଙ୍କାରୀର ଚାଲିଛି ଚେର ଖୋଜା। ବଡ଼ବିଲ ଖଣି ଅଞ୍ଚଳର ଅଧିକାଂଶ ଖଣିରେ ଅଛି ତାଙ୍କର ଅନେକ ପ୍ଲାଣ୍ଟ। ଏଥିରୁ ତାଙ୍କ ରୋଜଗାର ମାସକୁ ଶହେ କୋଟି ବୋଲି କୁହାଯାଉଛି। କେନ୍ଦୁଝରର ଲଘୁ ଖଣିଜ ବ୍ୟବସାୟରେ ରାଜାଙ୍କ ବେଶ୍ ପ୍ରଭାବ ରହିଛି। ଜିଲ୍ଲାରେ ରାଜାର ଅନେକ କ୍ରସର ରହିଛି। କଳାପଥର ପାହାଡ଼ ଖୋଳି ଟଙ୍କା ରୋଜଗାର କରୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଚନା ହୁଏ। 

Add Zee News as a Preferred Source

ସେପଟେ ରାଜା ଚକ୍ରଙ୍କ ଏହି ବ୍ୟବସାୟରେ ଏକାଧିକ ରାଜନେତାଙ୍କ ସମ୍ପୃକ୍ତି ଥିବା କୁହାଯାଉଛି। ବଡ ବଡ଼ ରାଜନେତାଙ୍କ ଛତ୍ରଛାୟା ତଳେ ରାଜା ତାଙ୍କର ବ୍ୟବସାୟିକ ସାମ୍ରାଜ୍ୟକୁ ବିସ୍ତାର କରିଥିଲେ। ତେବେ ରାଜାଙ୍କ ଏହି ଗିରଫ ଦାରୀ ପରେ କାହାକୁ ବାନ୍ଧିବ କ୍ରାଇମ ବ୍ରାଞ୍ଚ ଏ ନେଇ ଏବେ ବଡ଼ ପ୍ରଶ୍ନ ଛିଡା ହୋଇଛି। 

About the Author