)
President Odisha Visit: ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଗସ୍ତକୁ ନେଇ ବାଲେଶ୍ୱରରେ କ୍ରାଇମବ୍ରାଞ୍ଚ ଡିଜି ସୁରକ୍ଷା ସମୀକ୍ଷା କରିଛନ୍ତି । ଜିଲ୍ଲା ଏସ୍ପିଙ୍କ କାର୍ଯ୍ୟାଳୟରେ ସୁରକ୍ଷା ସମୀକ୍ଷା ବୈଠକ ହୋଇଛି ଯେଉଁଥିରେ ପୂର୍ବାଞ୍ଚଳ ଡିଆଇଜି, ଏସ୍ପିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଛନ୍ତି । ଫେବୃଆରୀ ୩ ତାରିଖରେ ବାଲେଶ୍ୱର ଗସ୍ତରେ ଆସିବେ ରାଷ୍ଟ୍ରପତି ।
ସୂଚନାଯୋଗ୍ୟ, ରାଷ୍ଟ୍ରପତିଙ୍କ ଗସ୍ତ କାରଣରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଦୁଇ ଦିନ ବନ୍ଦ ରହିବ । ରାଷ୍ଟ୍ରପତି ଶିମିଳିପାଳ ଆସିବାକୁ ଥିବାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବା ନେଇ ସୂଚନା ଜାରି କରାଯାଇଛି । ଆସନ୍ତା ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ ରହିବ । କାଳିକାପ୍ରସାଦ ଗେଟ୍ ଓ ଗୁଡ଼ଗୁଡ଼ିଆ ଜୋନ୍ ୪ ତାରିଖରୁ ୬ ପର୍ଯ୍ୟନ୍ତ ବନ୍ଦ । ଗୁଡଗୁଡ଼ିଆ ସଫାରୀ ୫ ଅପରାହ୍ନ ଓ ୬ ତାରିଖ ସକାଳେ ବନ୍ଦ ରହିବ ।