Advertisement
Article Detail0/zeeodisha/odisha2761486
Zee OdishaOdisha StateCrime News: ପ୍ରେମ ପାଇଁ ମାଆର ଜୀବନ ନେଲା ନାବାଳିକ ଝିଅ,ପ୍ରେମିକ ସହ ମିଶି କରିଥିଲା ଷଡ଼ଯନ୍ତ୍ର

Crime News: ପ୍ରେମ ପାଇଁ ମାଆର ଜୀବନ ନେଲା ନାବାଳିକ ଝିଅ,ପ୍ରେମିକ ସହ ମିଶି କରିଥିଲା ଷଡ଼ଯନ୍ତ୍ର

Crime News: ପ୍ରେମର ମୋହ ଆଗରେ ହାର ମାନିଲା ମା'ର ମମତା। ପ୍ରେମିକ ସହ ମିଶି ମା'କୁ ହତ୍ୟା କଲା ନାବାଳିକା ଝିଅ। ଏଭଳି ଏକ ଅଭାବନୀୟ ଦେଖିବାକୁ ମିଳିଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ମୁଣ୍ଡି ସାହିରେ। ଏନେଇ ଅଭିଯୋଗ ପାଇବା ପରେ ପାରଳାଖେମୁଣ୍ଡି ପୋଲିସ ତଦନ୍ତ କରି ନାବାଳିକା ଝିଅକୁ ସୁଧାର ଗୃହକୁ ପଠାଇଥିବା ବେଳେ ପ୍ରେମିକ ଗଣେଷ ରଥ ଓ ତାର ସାଙ୍ଗ ଦିନେଶ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଗଜପତି ଏପି ଯତୀନ୍ଦ୍ର ନାଥ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

 ସୂଚନା ଅନୁସାରେ, ପାରଳାଖେମୁଣ୍ଡି ସୁଣ୍ଢି ସାହିରେ ଭଡ଼ାରେ ରହୁଥିବା ରାଜଲକ୍ଷ୍ମୀ କରଙ୍କ କୌଣସି ପିଲା ଛୁଆ ନଥିବାରୁ ସେ ପ୍ରାୟ ୧୩ ବର୍ଷ ତଳେ ଏକ ୩ ଦିନର କନ୍ୟା ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ସେହିଦିନ ଠାରୁ ଝିଅର ସମସ୍ତ ଦାୟିତ୍ବ ସେ ନେଇ ଆସୁଥିଲେ। ସଂପୃକ୍ତ ଝିଅକୁ ନିଜ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଉଥିଲେ। ସେଥିପାଇଁ ଝିଅର କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ିବାର ଜିଦ୍ ତାଙ୍କୁ ପାରଳାଖେମୁଣ୍ଡି ଆଣିଥିଲା। ସେ ଏକ ଭଡ଼ା ଘରେ ରହି ଝିଅକୁ ପାରଳାଖେମୁଣ୍ଡି କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ାଉଥିଲେ। ହେଲେ ସେହି ଝିଅ ଆଜି ମା'ର ମମତାକୁ ଭୂଲି ନିଜ ପ୍ରେମିକ ସହ ମିଶି ତା'ର ଜୀବନ ନେଇଛି। 

ନାବାଳିକା ଝିଅକୁ ପାରଳାଖେମୁଣ୍ଡିର ଗଣେଷ ରଥ ନାମକ ଜଣେ ଯୁବକ ନିଜ ପ୍ରେମ ଜାଲରେ ଛନ୍ଦିଥିଲା। ସଂପୃକ୍ତ ନାବାଳିକା ମାଧ୍ୟମରେ ରାଜଲକ୍ଷ୍ମୀ ଙ୍କ ସୁନା ଓ ଟଙ୍କା ଲୁଟି ଚାଲିଥିଲା। ଏହା ଜାଣିବା ପରେ ରାଜଲକ୍ଷ୍ମୀ ଝିଅକୁ ଆକଟ କରିବା ସହ ଗଣେଶଙ୍କୁ ମଧ୍ୟ ତାଗିଦ୍ କରିଥିଲେ। ଏହାପରେ ରାଜଲକ୍ଷ୍ମୀ ଙ୍କୁ ମାରିଦେବାକୁ ସେମାନେ ଯୋଜନା କରିଥିଲେ। ଯୋଜନା ମୁତାବକ ଗତ ଏପ୍ରିଲ୍ ୨୯ତାରିଖରେ ନାବାଳିକା ଜଣକ ରାଜଲକ୍ଷ୍ମୀ ଙ୍କୁ ନିଶା ଔଷଧ ଦେବା ପରେ ସେ ଶୋଇପଡ଼ିଥିଲେ। ଏହାପରେ ଗଣେଷ ଏବଂ ତା'ର ସାଙ୍ଗ ଦିନେଶ ଘରେ ପଶି ତକିଆ ଜାକି ରାଜଲକ୍ଷ୍ମୀ ଙ୍କୁ ଜୀବନରୁ ମାରିଦେଇଥିଲେ। 

Add Zee News as a Preferred Source

ଏହାପରେ ସେମାନେ ରାଜଲକ୍ଷ୍ମୀ ଙ୍କ ମୃତଦେହ ଧରି ପାରଳାଖେମୁଣ୍ଡି ହସ୍ପିଟାଲକୁ ଯାଇଥିଲେ। ସେଠାରେ ନାବାଳିକା ରାଜଲକ୍ଷ୍ମୀ ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା କହିଥିଲେ। ପୂର୍ବରୁ ରାଜଲକ୍ଷ୍ମୀ ହୃଦରୋଗରେ ପିଡିତ ହୋଇ ଔଷଧ ଖାଉଥିବା ଯୋଗୁଁ ଡାକ୍ତରଙ୍କ ମଧ୍ୟ କୌଣସି ସନ୍ଦେହ ହୋଇନଥିଲା। ଏହାପରେ ପୁରୀ ସ୍ୱର୍ଗଦ୍ୱାରରେ ଦାହ କରିଥିଲେ। ଏହାପରେ ସଂପୃକ୍ତ ନାବାଳିକା ମାମୁଁ ଘରେ ରହିଥିଲେ । ହେଲେ ନାବାଳିକାର ହାବଭାବ ସନ୍ଦେହ ଜନକ ହେବାରୁ ଭୂବନେଶ୍ବରରେ ରହୁଥିବା ରାଜଲକ୍ଷ୍ମୀ ଙ୍କ ଭାଇ ଶିବପ୍ରସାଦ ମିଶ୍ର ପାରଳାଖେମୁଣ୍ଡି ଥାନାରେ ଗତ ୧୪ତାରିଖ ଦିନ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ରାଜଲକ୍ଷ୍ମୀ ଙ୍କ ଲୁଟ ହୋଇଥିବା ସୁନା ମଧ୍ୟରୁ ୨୬ଗ୍ରାମ ଜବତ ହୋଇଥିବା ବେଳେ ବଳକା ସୁନା ଗହଣା ଅତି ଶୀଘ୍ର ଜବତ ହେବ ବୋଲି ଏପିପି  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। 

About the Author