Advertisement
Article Detail0/zeeodisha/odisha2823683
Zee OdishaOdisha Stateଗୀତାଞ୍ଜଳୀ ଲଜ୍ ରେ ଯୁବତୀଙ୍କୁ ହତ୍ୟା! ହତ୍ୟାକାରୀ ଥାନାରେ ଆତ୍ମସମର୍ପଣ...

ଗୀତାଞ୍ଜଳୀ ଲଜ୍ ରେ ଯୁବତୀଙ୍କୁ ହତ୍ୟା! ହତ୍ୟାକାରୀ ଥାନାରେ ଆତ୍ମସମର୍ପଣ...

ଘଟଣାସ୍ଥଳରେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର, ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ସଦଳବଳେ ପହଞ୍ଚି ଲଜରେ ଛାନଭିନ କରିଥିଲେ। ପ୍ରିୟଙ୍କୁ ହତ୍ୟା କରିବାକୁ ଅଭିଯୁକ୍ତ ଅଭୟ ପୂର୍ବରୁ ଯୋଜନା କରିଥିଲା ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଉଭୟଙ୍କ ମଧ୍ୟରେ କିଛିବର୍ଷ ହେବ ପରିଚୟ ରହିଥିଲା। 

ଗୀତାଞ୍ଜଳୀ ଲଜ୍ ରେ ଯୁବତୀଙ୍କୁ ହତ୍ୟା! ହତ୍ୟାକାରୀ ଥାନାରେ ଆତ୍ମସମର୍ପଣ...

ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ପୁଷ୍ପାଞ୍ଜଳି ଲଜ୍ ଭିତରେ ଜଣେ ଉଚ୍ଚଶିକ୍ଷିତା ଯୁବତୀଙ୍କୁ ହତ୍ୟା କରାଯାଇଛି। ଯୁବତୀ ଜଣଙ୍କ ହେଲେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଫାଣ୍ଡି ନିକଟରେ ରହୁଥ‌ିବା ପାଢ଼ୀ କଲୋନୀ ବାସିନ୍ଦା ପ୍ରିୟା ମହାରଣା , ବୟସ ୨୪। ସେ ବ୍ରହ୍ମପୁର ନିକଟ ଶୀତଳାପଲ୍ଲୀ ସ୍ଥିତ ସମହସ୍ପିଟାଲରେ ଲ୍ୟାବ ସହାୟକ ଭାବେ କାର୍ଯ୍ୟ କରୁଥିଲେ। ପ୍ରିୟାଙ୍କୁ ହତ୍ୟା କରିଥିବା ଲାଞ୍ଜିପଲ୍ଲୀ ଉମାନଗର ପ୍ରଥମ ଲାଇନର ଯୁବକ ଅଭୟ କୁମାର ମହାରଣା(୨୪) ଥାନାରେ ଆତ୍ମସମର୍ପଣ କରିଛି। 

ମିଳିଥିବା ସୂଚନା ଅନୁସାରେ, ପାଢୀ କଲୋନୀର ପ୍ରଭାକର ମହାରଣାଙ୍କ ଝିଅ ପ୍ରିୟା ମଙ୍ଗଳବାର ଦିନ ପୂର୍ବାହ୍ନରେ ହସ୍ପିଟାଲକୁ ଡ୍ୟୁଟି କରିବାକୁ ଯାଉଛି କହି ଘରୁ ବାହାରି ଥିଲେ। ହେଲେ ସେ ଡ୍ୟୁଟିକୁ ଯିବା ବଦଳରେ ଅଭୟଙ୍କ ସହ ନୂଆ ବସଷ୍ଟାଣ୍ଡ ସ୍ଥିତ ପୁଷ୍ପାଞ୍ଜଳି ଲଜକୁ ଯାଇଥିଲେ। ଉଭୟେ ସେହି ଲଜର ୧୧୨ ନଂ କୋଠାରିରେ ଦିନ ସାରା ରହିଥିଲେ। ତେବେ କୌଣସି କଥାକୁ ନେଇ ଅପରାହ୍ନରେ ଉଭୟଙ୍କ ମଧ୍ୟରେ ଉଚ୍ଚ ବଚାସ ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଭୟ ପାଖରେ ରଖିଥ‌ିବା ଏକ ଛୁରିରେ ପ୍ରିୟାଙ୍କୁ ବାରମ୍ବାର ଆଘାତ କରିଥିଲା। ଏହାପରେ ଅଭୟ ତାଙ୍କୁ ସେହି ଅବସ୍ଥାରେ ଛାଡ଼ି କୋଠରିର କବାଟକୁ ବାହାର ପଟୁ ବନ୍ଦ କରି ଗୋସାଇଁନୂଆଗାଁ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା। 

ଗୋସାଇଁ ନୂଆଗାଁ ଥାନା ପୁଲିସ ଠାରୁ ସୂଚନା ପାଇ ବୈଦ୍ୟନାଥପୁର ଥାନା ପୁଲିସ ତୁରନ୍ତ ସେହି ଲଜକୁ ଯାଇ ୧୧୨ ନମ୍ବର କୋଠରି ଖୋଲିବା ବେଳକୁ ପ୍ରିୟା ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ଛଟପଟ ହେଉଥିଲେ। ପୁଲିସ ତାଙ୍କୁ ଏମକେସିଜି ମେଡ଼ିକାଲକୁ ନେଇଥିଲା। ତେବେ ପ୍ରିୟା ଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର, , ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ସଦଳବଳେ ପହଞ୍ଚି ଲଜରେ ଛାନଭିନ କରିଥିଲେ। ପ୍ରିୟଙ୍କୁ ହତ୍ୟା କରିବାକୁ ଅଭିଯୁକ୍ତ ଅଭୟ ପୂର୍ବରୁ ଯୋଜନା କରିଥିଲା ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଉଭୟଙ୍କ ମଧ୍ୟରେ କିଛିବର୍ଷ ହେବ ପରିଚୟ ରହିଥିଲା। 

Add Zee News as a Preferred Source

ଏପରିକି ଉଭୟେ ପୂର୍ବରୁ ମଧ୍ୟ ସେହି ଲଜକୁ ଯାଇଥିଲେ। ଏମ ଏସ ସି ପାଠ ଶେଷ କରିଥବା ପ୍ରିୟା ଚାକିରି କରିବା ସହ ଆଗାମୀ ଦିନରେ ପିଏଚଡି କରିବାକୁ ଲକ୍ଷ୍ୟ ରଖୁଥିଲେ। ସେ ଇନଷ୍ଟାଗ୍ରାମ୍‌ରେ ରିଲ୍ସ କରିବା ସହ ଅନ୍ୟ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ପରିବାର ଲୋକଙ୍କ ସମେତ ଅଞ୍ଚଳବାସୀ ବୈଦ୍ୟନାଥପୁର ଥାନା ଭିଡ଼ ଜମାଇବାରୁ ସନ୍ଧ୍ୟାରେ ଥାନା ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ବୁଝାସୁଝା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

About the Author