Crime News: (ନାରାୟଣ ବେହେରା) ଡ୍ରାଇଭରକୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଚାବି ଛଡାଇ ନେଲେ ଦୁର୍ବୁତ୍ତ। ପାରାଦୀପ ଲକ୍ ଥାନା ଅଧିନ ଭୂତମୁଣ୍ଡାଇ ପୋଲ ନିକଟ ରାସ୍ତା ମଝିରେ ଅଟକି ରହିଛି ୧୮ଚକିଆ ହାଇଓ୍ବା। ଡ୍ରାଇଭରକୁ ସଂଘବଦ୍ଧ ଭାବେ ମାଡ ମାରି ଚାବି ଛଡେଇ ନେଲେ ଦୁର୍ବୁତ୍ତ। ବ୍ୟବସାୟୀ କ ଶତୃତାକୁ ନେଇ ଆକ୍ରୋଶ ମୂଳକ ଭାବେ ଏଭଳି କରା ଯାଉଥିବା ସନ୍ଦେହ। ଘଟଣା ଘଟିଛି କଟକ-ପାରାଦୀପ ରାସ୍ତାର ଭୂତମୁଣ୍ଡାଇ ପୋଲ ନିକଟରେ। ଗତକାଲି ବିଳମ୍ବିତ ରାତିରେ ଇଫକୋରୁ ଜିପସମ୍ ନେଇ କଟକ ଅଭିମୁଖେ ୧୮ଚକିଆ ହାଇଓ୍ବାଟି ଯାଉଥିବା ସମୟରେ ଭୂତମୁଣ୍ଡାଇ ପୋଲ ନିକଟରେ ଦୁର୍ବୁତ୍ତମାନେ ଗାଡିକୁ ମଝି ରାସ୍ତାରେ ଅଟକାଇ ଡ୍ରାଇଭରକୁ ମାଡ଼ମାରି ଗାଡି଼ର ଚାବି ଛଡାଇ ନେଇଥିବା ଅଭିଯୋଗ ହୋଇଛି।
ଖବର ପାଇ ''କଳିଙ୍ଗ ସର୍ଭିସ୍'' ଟ୍ରାନ୍ସପୋର୍ଟରର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଆହାତ ଡ୍ରାଇଭରକୁ ଅଠରବାଙ୍କୀ ମେଡ଼ିକାଲ ରେ ଚିକିତ୍ସା କରାଇବା ସହିତ ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ତେବେ ଗାଡିର ସମସ୍ତ କାଗଜପତ୍ର ଥିବା ବେଳେ ହାଇଓ୍ବାରେ ''କଳିଙ୍ଗ ସର୍ଭିସ୍'' ଟ୍ରାନ୍ସପୋର୍ଟ ର ଜିପସମ୍ ଯାଉଥିବା ସମୟରେ ୧୦ରୁ ଉର୍ଦ୍ଧ ଦୁର୍ବୁତ୍ତମାନେ ଏଭଳି ଘଟଣା ଘଟାଇଥିଲେ। ଦୁର୍ବୁତ୍ତମାନେ ଟ୍ରକ ଆସୋସିଏସନର କର୍ମଚାରୀ ବୋଲି କହିବା ସହିତ ଡ୍ରାଇଭରକୁ ମାଡ଼ ମାରି ଚାବି ଛଡାଇ ନେଇଛନ୍ତି ବୋଲି ଡ୍ରାଇଭର ଜଣଙ୍କ କହିଥିବା ବେଳେ ଇଫକୋରେ ଜିପସମ୍ ପରିବହନ ପାଇଁ ଭେଣ୍ଡର ଥିବା ସଂସ୍ଥାକୁ ଏଭଳି ହଇରାଣ କରାଯାଉଛି ବୋଲି କହିଛନ୍ତି ଟ୍ରାନ୍ସପୋର୍ଟର କର୍ମଚାରୀ। ତେବେ ହାଇଓ୍ବା ଗାଡିଟି ରାସ୍ତା ଉପରେ ଛିଡା ହୋଇ ରହିଥିବାରୁ ସାଧାରଣ ଲୋକେ ଯାତାୟାତ କରିବାର ସମ୍ମୁଖୀନ ହେଉଛନ୍ତି। ତେବେ ଘଟଣାକୁ ନେଇ ପାରାଦୀପ ଲକଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।