Advertisement
Article Detail0/zeeodisha/odisha2949357

କଟକରେ ସ୍ଥିତି ଅନୁଧ୍ୟାନ କଲେ ଡିଜିପି, ମେୟର କହିଲେ ଗଣ୍ଡଗୋଳ ଦୁର୍ଭାଗ୍ୟଜନକ

ମେୟର ସୁବାସ ସିଂ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭାଇଚାରାର ସହର କଟକରେ ଏଭଳି କେବେ ହୋଇ ନଥିଲା, ପୂଜାପାର୍ବଣରେ ସମସ୍ତେ ଏକକାର ହୋଇଯାଆନ୍ତି, ଯାହା ଘଟିଲା ଦୁର୍ଭାଗ୍ୟଜନକ । 

କଟକରେ ସ୍ଥିତି ଅନୁଧ୍ୟାନ କଲେ ଡିଜିପି, ମେୟର କହିଲେ ଗଣ୍ଡଗୋଳ ଦୁର୍ଭାଗ୍ୟଜନକ

କଟକ: ଗଣ୍ଡଗୋଳ ପରେ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ । ସ୍ଥିତି ଅନୁଧ୍ୟାନ ପରେ ପ୍ରତିକ୍ରିୟା ଦେଇ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଅପିଲ୍ କରିଛନ୍ତି ପୋଲିସ ଡିଜି । ସୋସିଆଲ୍ ମିଡିଆରେ ଚାଲୁଥିବା ତଥ୍ୟ ଉପରେ ବିଶ୍ବାସ କରନ୍ତୁ ନାହିଁ ଏବଂ ପୋଲିସ ୱେବସାଇଟ୍‌ରେ ଥିବା ତଥ୍ୟ ଉପରେ ହିଁ କେବଳ ବିଶ୍ବାସ କରନ୍ତୁ ବୋଲି ୱାଇ.ବି ଖୁରାନିଆ କହିଛନ୍ତି ।

ଅନ୍ୟପଟେ, ମେୟର ସୁବାସ ସିଂ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭାଇଚାରାର ସହର କଟକରେ ଏଭଳି କେବେ ହୋଇ ନଥିଲା, ପୂଜାପାର୍ବଣରେ ସମସ୍ତେ ଏକକାର ହୋଇଯାଆନ୍ତି, ଯାହା ଘଟିଲା ଦୁର୍ଭାଗ୍ୟଜନକ । ପ୍ରଶାସନ କଠୋର ହସ୍ତରେ ଦମନ କରନ୍ତୁ ଏବଂ ଶାନ୍ତି ଫେରାଇ ଆଣନ୍ତୁ ବୋଲି ସୁବାସ ସିଂ କହିଛନ୍ତି ।

ଜିଲ୍ଲାପାଳ କହିଛନ୍ତି ଯେ, ଉପୁଜିଥିବା ସ୍ଥିତିକୁ ଦେଖି ଇଣ୍ଟରନେଟ ବନ୍ଦ ପାଇଁ କହିଥିଲୁ, ତାହା ଲାଗୁ ହୋଇଛି । ଆଜି ଯାହା ଘଟିଲା ତାହା ଦୁର୍ଭାଗ୍ୟଜନକ, ଶାନ୍ତି ପାଇଁ ଅପିଲ୍‌ କରୁଛୁ । ଯେଉଁମାନେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

Add Zee News as a Preferred Source

କଟକରେ ଶାନ୍ତି ବଜାୟ ରଖିବାକୁ ବିଧାୟିକା ସୋଫିଆ ଫିର୍ଦ୍ଦୋସ ମଧ୍ୟ ଅପିଲ୍‌ କରି କହିଛନ୍ତି ଯେ, ଗୁଜବରେ ବିଶ୍ବାସ କରନ୍ତୁ ନାହିଁ, ଶାନ୍ତି ପାଇଁ ସମସ୍ତେ ଆଗେଇ ଆସନ୍ତୁ ।

Also Read- Gold Rate: ଧନତେରସ୍ ଏବଂ ଦୀପାବଳି ପୂର୍ବରେ ସୁନା କିଣିବେ କି ? ଜାଣନ୍ତୁ ଦର ଅପଡେଟ୍

Also Read- Diwali 2025 Rashifal: ଶନି-ବୃହସ୍ପତିଙ୍କ ପ୍ରଭାବ, ଦୀପାବଳିରୁ ଚମକିବ ତିନୋଟି ରାଶି ଭାଗ୍ୟ

About the Author