Advertisement
Article Detail0/zeeodisha/odisha2745105
Zee OdishaOdisha StateDigha Jagannath Dham Issue: ପୁଣି ଜଗନ୍ନାଥ ଧାମ ବିବାଦ: ନିନ୍ଦା କଲେ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ, ପୁରୀ ନୀରବ

Digha Jagannath Dham Issue: ପୁଣି ଜଗନ୍ନାଥ ଧାମ ବିବାଦ: ନିନ୍ଦା କଲେ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ, ପୁରୀ ନୀରବ

ଭୁବନେଶ୍ୱର: ଉତ୍ତରାଖଣ୍ଡର ବଦ୍ରିକାଶ୍ରମ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ଗୁରୁ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ପୁରୀ ଶ୍ରମନ୍ଦିର ପ୍ରଶାସନର ମତକୁ ସମ୍ମାନ ଦେଇଛନ୍ତି। ମଙ୍ଗଳବାରଦିନ ଗଣମାଧ୍ୟମକୁ କହିଛନ୍ତି, ‘କେବଳ ଗୋଟିଏ ସ୍ଥାନ ହିଁ ଧାମ ପଦବାଚ୍ୟ ହୋଇପାରିବ। ଏଣୁ ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ କୁହାଯ

Digha Jagannath Dham Issue: ପୁଣି ଜଗନ୍ନାଥ ଧାମ ବିବାଦ: ନିନ୍ଦା କଲେ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ, ପୁରୀ ନୀରବ

Digha Jagannath Dham Issue:ଭୁବନେଶ୍ୱର: ଉତ୍ତରାଖଣ୍ଡର ବଦ୍ରିକାଶ୍ରମ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ଗୁରୁ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ପୁରୀ ଶ୍ରମନ୍ଦିର ପ୍ରଶାସନର ମତକୁ ସମ୍ମାନ ଦେଇଛନ୍ତି। ମଙ୍ଗଳବାରଦିନ ଗଣମାଧ୍ୟମକୁ କହିଛନ୍ତି, ‘କେବଳ ଗୋଟିଏ ସ୍ଥାନ ହିଁ ଧାମ ପଦବାଚ୍ୟ ହୋଇପାରିବ। ଏଣୁ ଦୀଘାରେ ନିର୍ମିତ ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ କୁହାଯାଇପାରିବ ନାହିଁ। 

ଦୀଘାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରି ଏହାକୁ ଜଗନ୍ନାଥ ଧାମ ଭାବେ ଘୋଷଣା କରିବା ନେଇ ସାରା ଦେଶରେ ସନାତନ ଧର୍ମୀଙ୍କ ଭିତରେ ମତଭେଦ ଦେଖିବାକୁ ମିଳିଛି। ଏପରିକି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଜଣେ ଦଇତାପତି ସେବକ ଏଠାରେ ଯୋଗ ଦେଇ ଶ୍ରୀ ଜଗନ୍ନାଥଙ୍କ ଦାରୁ କାଠରେ ସେଠାରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଅନେକ ତମ୍ବାତୋଫାନ ହେବା ପରେ ରାଜ୍ୟ ସରକାର ଏକ କମିଟି କରିଏହାକୁ ଯାଞ୍ଚ କରିଥିଲେ।  ସମ୍ପୃକ୍ତ ସେବାୟତ ମିଛ କହିଛନ୍ତି ବୋଲି ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। କିନ୍ତୁ  ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ଭାବେ ନାମିତ କରିବାକୁ ନେଇ  ମନ୍ଦିର ପ୍ରଶାସନ ଉଦ୍ୟମ କରିବ ବୋଲି କହିଥିଲା।

ଏହାକୁ କେନ୍ଦ୍ର କରି ପୁରୀ ଗଜପତି ମହାରାଜା ମଧ୍ୟ ସ୍ପଷ୍ଟୋକ୍ତି ପ୍ରକାଶ କରିଥିଲେ।   ଶାସ୍ତ୍ର ଅନୁସାରେ ଏହା ଏକ ବିରୁଦ୍ଧାଚରଣ ବୋଲି କହିଥିଲେ। ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଏ ବାବଦରେ ପଦକ୍ଷେପ ନେବାକୁ ମଧ୍ୟ ଅନୁରୋଧ କରିଛନ୍ତି। 

Add Zee News as a Preferred Source

ଏହି କ୍ରମରେ ପୁରୀର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ନୀରବତା ରକ୍ଷା କରିଛନ୍ତି। କିନ୍ତୁ ଜ୍ୟାତିର୍ମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଏ ବିଷୟରେ ଏଏନ୍‍ଆଇକୁ କହିଛନ୍ତି, ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କରିବା ଅନୁଚିତ। ଶ୍ରୀ ଜଗନ୍ନାଥ ଧାମ କେବଳ ଓଡ଼ିଶାର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ପ୍ରଯୁଜ୍ୟ। ଏହା ଦ୍ୱାଦଶ ଶତାବ୍ଦୀର ମନ୍ଦିର ଏବଂ ଏହି ନାଁ ସେହି ସ୍ଥାନ ପାଇଁ ଯୋଗ୍ୟ। 

ପଶ୍ଚିମବଙ୍ଗ ସରକାରଙ୍କୁ ଏ ବାବଦରେ ଅନେକ ଅନୁରୋଧ ପହଞ୍ଚିବା ତଥା ବିବାଦ ଆସିବା ପରେ ଦୀଘାରୁ ଗତକାଲି ଜଗନ୍ନାଥ ଧାମ ବୋର୍ଡକୁ ଉଠାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାହାକୁ ପୁଣିଥରେ ଆଜି ସକାଳେ ପୁଣିଥରେ ସ୍ଥାପନ କରାଯାଇଥିବା ସୂଚନା ମିଳିଛି।

About the Author