Advertisement
Article Detail0/zeeodisha/odisha2668730
Zee OdishaOdisha StateBiju Babu’s image: କାହିଁକି କଟିଲା ଛୁଟି, ବିଜୁ ଜୟନ୍ତୀରୁ ହଟିଲା ପଞ୍ଚାୟତିରାଜ ଦିବସ ପାଳନ

Biju Babu’s image: କାହିଁକି କଟିଲା ଛୁଟି, ବିଜୁ ଜୟନ୍ତୀରୁ ହଟିଲା ପଞ୍ଚାୟତିରାଜ ଦିବସ ପାଳନ

ଭୁବନେଶ୍ୱର: କିଛି ବର୍ଷହେଲା ପ୍ରବାଦ ପୁରୁଷ ନାଁରେ ପରିଚିତ ହୋଇଥିବା ସ୍ୱର୍ଗତ ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକଙ୍କ ନାଁକୁ ନେଇ ଏବେ ରାଜ୍ୟ ବିଜେପିରେ ଛନକା ପଶିଛି। ସେଥିଲାଗି ବିଭିନ୍ନ ସ୍ତରରେ ବିଜୁ ବାବୁଙ୍କ ନାଁକୁ କାଟିବା ଲାଗି ଚାହିଁଛନ୍ତି ଦଳର ନେତା ଓ ମନ୍ତ୍ରୀ। 

Biju Babu’s image: କାହିଁକି କଟିଲା ଛୁଟି, ବିଜୁ ଜୟନ୍ତୀରୁ ହଟିଲା ପଞ୍ଚାୟତିରାଜ ଦିବସ ପାଳନ

Biju Babu’s image: ଭୁବନେଶ୍ୱର: କିଛି ବର୍ଷହେଲା ପ୍ରବାଦ ପୁରୁଷ ନାଁରେ ପରିଚିତ ହୋଇଥିବା ସ୍ୱର୍ଗତ ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକଙ୍କ ନାଁକୁ ନେଇ ଏବେ ରାଜ୍ୟ ବିଜେପିରେ ଛନକା ପଶିଛି। ସେଥିଲାଗି ବିଭିନ୍ନ ସ୍ତରରେ ବିଜୁ ବାବୁଙ୍କ ନାଁକୁ କାଟିବା ଲାଗି ଚାହିଁଛନ୍ତି ଦଳର ନେତା ଓ ମନ୍ତ୍ରୀ। ସର୍ବଶେଷ  ସରକାରୀ ନିଷ୍ପତ୍ତିକ୍ରମେ ବିଜୁ ବାବୁଙ୍କ ଜନ୍ମଦିନରେ ପାଳନ କରାଯାଉଥିବା ରାଜ୍ୟ ପଞ୍ଚାୟତିରାଜ ଦିବସକୁ ସରକାର ବାତିଲ କରିଛନ୍ତି। ଏହାସହ ବିଜୁ ବାବୁଙ୍କ ଜନ୍ମ ଦିବସକୁ ସରକାରୀ ଛୁଟି ଭାବେ ଘୋଷଣା କରିବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ରାଜ୍ୟ ସରକାର। ଫଳରେ ବଦଳିଛି ସରକାରୀ କ୍ୟାଲେଣ୍ଡର। 

ବର୍ଷ ଆରମ୍ଭରୁ ସରକାରଙ୍କ ଦ୍ୱାରା ଛପା ଯାଇଥିବା କ୍ୟାଲେଣ୍ଡରରେ ମାର୍ଚ୍ଚ ୫ ତାରିଖକୁ ଛୁଟି ଦିନ ଭାବେ ଘୋଷଣା କରାଯାଇଛି। ଏହିଦିନ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ପାଳନ କରନ୍ତି। କିନ୍ତୁ ଜାତୀୟସ୍ତରରେ ଏପ୍ରିଲ୍‌ ୨୪ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ସରକାର ପାଳନ କରିଥାଆନ୍ତି। ଏଣୁ ଦୁଇଦିନ ଗୋଟିଏ ଉତ୍ସବକୁ ପାଳନ କରିବା ରୀତିକୁ ସରକାର ଉଠାଇ ଦେବା ଲାଗି ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ହେଲା ଏହା ପଛରେ ଏକ ରାଜନୀତିକ କାରଣ ରହିଛି ତାହା ହେଲା ବିଜୁ ଲିଗାସୀ ଲିଭାଇବା ଅଭିଯାନ। 

Add Zee News as a Preferred Source

ଏ ଅଭିଯାନ ସରକାର ଗଠନ ଦିନରୁ ହିଁ ଆରମ୍ଭ ହୋଇଥିଲା। କିଛି ଦିନ ପରେ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନର ନାମକରଣକୁ ସରକାର ଅଘୋଷିତ ଭାବେ ବଦଳାଇବାକୁ ଚାହିଁଥିଲେ। ଏପରିକି ଏ ବାବଦରେ ଖବରକାଗଜରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାକୁ ଦେଖି ବିଜୁ ପ୍ରେମୀ ବିଶେଷକରି ବିଜେଡି ନେତାମାନେ ସରକାରଙ୍କୁ ସମାଲୋଚନା କରିଥିଲେ। ସରକାରଙ୍କ ଏହି ନିଷ୍ପତ୍ତି ସେତେବଳେ ବିଶେଷ ଚର୍ଚ୍ଚିତ ହୋଇଥିଲା। ସମାଲୋଚନାର ଶିକାର ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଖୋଦ ଆସି କ୍ଷମା ମାଗିବାକୁ ପଡ଼ିଥିଲା। 

ଏବେ କିନ୍ତୁ ବେଶ୍‍ ସନ୍ତର୍ପଣର ସହ ସରକାର ପଦକ୍ଷେପ ନେଇଛନ୍ତି। ପଞ୍ଚାୟତିରାଜ ଦିବସ ଦୁଇଥର କାହିଁକି ପାଳନ ହେବ ବୋଲି ପ୍ରଶ୍ନ କରିଛନ୍ତି ଡବଲ ଇଞ୍ଜିନ୍‍ ସରକାର। ଖାଲି ସେତିକି ନୁହେଁ ନିଷ୍ପତ୍ତି ପରେ ସଙ୍ଗେ ସଙ୍ଗେ ସରକାରୀ ବିଜ୍ଞପ୍ତି ବି ପ୍ରକାଶ କରିଛନ୍ତି। ଅର୍ଥାତ୍‍ ଏଥିଲାଗି ରାଜନୀତିକ ସୁଯୋଗ ଆଉ ରହି ନାହିଁ। ଅବଶ୍ୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବିଜୁ ବାବୁ ହେଲେ ଅସ୍ମିତାର ପରିଚୟ। ବିଜୁ ବାବୁଙ୍କ ସମକକ୍ଷ କୌଣସି ଜାତୀୟ ବା ଆନ୍ତର୍ଜାତିକ ନେତା ତାଙ୍କ ପାଖରେ ନାହାନ୍ତି।  ଏପରି ପଦକ୍ଷେପ ଦ୍ୱାରା ସରକାର ହୀନମନ୍ୟତାର ପରିଚୟ ଦେଇଛନ୍ତି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। 

ପ୍ରଶ୍ନ ଉଠୁଛି ସରକାରଙ୍କ ଏହି ପଦକ୍ଷେପ ବିଜୁଙ୍କ ପ୍ରତିଛବିକୁ ଗୌଣ କରିବା ଲାଗି ଉଦ୍ଦିଷ୍ଟ କି? ମୋହନ ସରକାର ବଜେଡିର ଲୋକପ୍ରିୟତା କମାଇବା ଲାଗି ଏପରି  ଏକ ପଦକ୍ଷେପ ନେଇଛନ୍ତି କି? ଯଦି ରାଜନୀତିକ ସ୍ତରରେ ନେଇଛନ୍ତି ତାହା କିପରି ସଫଳ ହେବ?

କେନ୍ଦ୍ର ସରକାରରେ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ପ୍ରଥମେ ଗାନ୍ଧି ପରିବାରର ସନ୍ତକ ତଥା ଲୋକପ୍ରିୟତାକୁ କମାଇବା ଲାଗି ପଦକ୍ଷେପ ନେଇଥିଲେ ବୋଲି ଅଭିଯୋଗ ହୁଏ। ଏହିକ୍ରମରେ ବିଭିନ୍ନ ସ୍ଥାନରେ ଜବାହାରଲାଲ ନେହରୁଙ୍କ ନାଁକୁ କାଟି ଦିଆଯାଇଥିଲା। ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ହିଁ ଶ୍ରୀ ମୋଦୀ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତୀକ ଭାବେ ଗ୍ରହଣ କରିଥିଲେ। ଏହିକ୍ରମରେ ଓଡ଼ିଶା ସରକାର ମଧ୍ୟ ଓଡ଼ିଶାର ଅନ୍ୟ ବରପୁତ୍ରମାନଙ୍କୁ ବିଭିନ୍ନ ଯୋଜନା ଓ ସରକାରୀ କାର୍ଯ୍ୟକ୍ରମରେ ଗ୍ରହଣ କରିପାରନ୍ତି। ଏହା ସରକାରଙ୍କୁ ଲକ୍ଷ୍ୟ ହାସଲରେ ଅଧିକ ସହଯୋଗ କରିବ ବୋଲି ବି କିଛି ବିଜେପି ନେତା କହୁଛନ୍ତି।

About the Author