)
ନୂଆଦିଲ୍ଲୀ: ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆ ଏବଂ ସ୍ଥାନୀୟ ଲୋକ ଓଡ଼ିଶା ପରିବାର ସ୍ୱାଦ ଚାଖିବେ । ରସୁଣ ଏବଂ ପ୍ରେ ଫ୍ରେଞ୍ଚ ବିନ୍ସ ସମେତ ପୋଟଳ, ଅମୃତଭଣ୍ଡା ଏବଂ ଆଳୁର ସ୍ଵାଦ ପାଇବେ।
ଗତ ବୁଧବାର (୨୪ ଡିସେମ୍ୱର ୨୦୨୫ରେ) ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇକୁ ତାଜା ପନିପରିବା ରପ୍ତାନୀ ହୋଇଛି । କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାର ଚାଷୀମାନଙ୍କ ଉତ୍ପାଦିତ ପନିପରିବା ସେମଧ୍ୟରେ ରହିଛି । ଉଦ୍ୟାନ କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ କୁଞ୍ଜ ବିହାରୀ ମିଶ୍ରଙ୍କ କହିବାନୁଯାୟୀ, ପୂର୍ବରୁ ଓଡ଼ିଶାର ଚାଷୀମାନେ ସ୍ଥାନୀୟ ବଜାରରେ ସେମାନଙ୍କର ଉତ୍ପାଦ ବିକ୍ରି କରୁଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ସେଗୁଡ଼ିକୁ ଅଧିକ ମୂଲ୍ୟରେ ବିଦେଶକୁ ରପ୍ତାନି କରିପାରିବେ । ଫଳରେ ଚାଷୀମାନେ ଯଥେଷ୍ଟ ଅଧିକ ଲାଭ ପାଇପାରିବେ। କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ପାଇଁ ପାଲାଡିୟମ୍ କନସଲ୍ଟି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା କାର୍ଯ୍ୟକାରୀ କରାଯାଇଥିବା କୃଷକ-ଉତ୍ପାଦକ ସଂଗଠନର ପ୍ରୋତ୍ସାହନ ପ୍ର ପ୍ରକଳ୍ପ ଅଧୀନରେ ଏହି ପଦକ୍ଷେପ କାର୍ଯ୍ୟକାରୀ କରାଯାଇଥିଲା। ଏହା କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ ପ୍ରାଧିକରଣର ସହାୟତା ଏବଂ ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସମର୍ଥନରେ କାର୍ଯ୍ୟକାରୀ ହୋଇଥିଲା । ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ କୃଷିଜାତ ଉତ୍ପାଦ ଅଧିକରୁ ଅଧିକ ପରିମାଣରେ ବିଦେଶକୁ ରପ୍ତାନି କରାଯିବ ବୋଲି ସୂଚନା ମିଳିଛି ।