Advertisement
Article Detail0/zeeodisha/odisha2741807
Zee OdishaOdisha StateOdisha News: ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା ପରେ ଓଲଟିଲା ଡମ୍ଫର, ୨ ମୃତ

Odisha News: ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା ପରେ ଓଲଟିଲା ଡମ୍ଫର, ୨ ମୃତ

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଗତକାଲି ବିଳମ୍ବତି ରାତିରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଝଣହ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକଙ୍କ ପରିଚୟ ହେଉଛି ଜଣକର ନାମ ରତ୍ନାକର ସ୍ଵାଇଁ ଓ ତାଙ୍କ ଘର ଅସ୍ତରଙ୍ଗ ଅଞ୍ଚଳରେ। ସେହପିର ଅନ୍ୟ ମୃତକଙ୍କ ନାମ ହେଉଛି ଚନ୍ଦନ ଜେନା ଓ ତାଙ୍କ ଘର ସ୍ଥାନୀୟ ଷଣ୍ଢକୁଦ ଅଞ୍ଚଳରେ। ତେବେ ଘଟଣାଟି ଜଣାପଡି

 Odisha News: ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା ପରେ ଓଲଟିଲା ଡମ୍ଫର, ୨ ମୃତ

Odisha News: ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଗତକାଲି ବିଳମ୍ବତି ରାତିରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଝଣହ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକଙ୍କ ପରିଚୟ ହେଉଛି ଜଣକର ନାମ ରତ୍ନାକର ସ୍ଵାଇଁ ଓ ତାଙ୍କ ଘର ଅସ୍ତରଙ୍ଗ ଅଞ୍ଚଳରେ। ସେହପିର ଅନ୍ୟ ମୃତକଙ୍କ ନାମ ହେଉଛି ଚନ୍ଦନ ଜେନା ଓ ତାଙ୍କ ଘର ସ୍ଥାନୀୟ ଷଣ୍ଢକୁଦ ଅଞ୍ଚଳରେ। ତେବେ ଘଟଣାଟି ଜଣାପଡିଛି ଯେ ଗୋଟିଏ ଆଇପିଟି ଗାଡ଼ି ଖରାପ୍ ହେବାରୁ ତାର ଡ୍ରାଇଭର ଜଣକ ଆଉ ଜଣେ ତାର ସହଯୋଗୀ ଡ୍ରାଇଭରକୁ ଡ଼ାକି ଦୁଇଜଣ ଯାକ ସେହି ଗୋଟିଏ ଗାଡ଼ି ଭିତରେ ପଶି ମରାମତି କରୁଥିଲେ। ଠିକ୍ ଏହି ସମୟରେ ଆଉ ଗୋଟିଏ ଆଇରନ୍ ଡାଲାବଡି ଗାଡ଼ି ଦୃତ ଗତିରେ ଆସି ଉକ୍ତ ବ୍ରେକ୍ ଡାଉନ୍ ହୋଇଥିବା ଆଇପିଟି ଡ୍ରମ୍ଫର କୁ ଧକ୍କା ଦେଇଥିଲା। 

ଦୁର୍ଘଟଣାଟି ଏପରି ଘଟିଥିଲା ଯେ ଡାଲା ବଡ଼ି ଗାଡ଼ିଟି ପିଟିହେବା ପରେ ଉକ୍ତ ଆଇପିଟି ଡ୍ରମ୍ଫର୍ ର କେବିନ୍ ଗାଡିରୁ ବାହାରି ତଳେ ପଡ଼ିଥିଲା ଯେଉଁଥିରେ କି ମରାମତି କାର୍ଯ୍ୟ କରୁଥିବା ଉକ୍ତ ଦୁଇ ଡ୍ରାଇଭର ସେଥିରେ ଚାପି ହୋଇ ଯାଇଥିଲେ । ତେବେ ଖବର ପାଇ ଅନ୍ୟ ଡ୍ରାଇଭର ସହଯୋଗୀମାନେ ଆସି ଉକ୍ତ ଡ୍ରାଇଭରଙ୍କୁ ଉଦ୍ଧାର କରି ସ୍ଥାନୀୟ ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଖବର ପ୍ରଚାରିତ ହେବାପରେ ଆପିଟି ଡ୍ରମ୍ଫର୍ ଡ୍ରାଇଭରମାନଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି। ଯାହାକୁ ନେଇ ମଧ୍ୟ ରାତ୍ରରୁ କାର୍ଯ୍ୟବନ୍ଦ ହୋଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରାଯାଇଛି। ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳର ପ୍ରବେଶ ପଥର ୪ଟି ଗେଟ୍ ବନ୍ଦ କରି ଦିଆଯିବା ସହ ଡ୍ରାଇଭରମାନେ ମୃତକଙ୍କ ପରିବାର ନିମନ୍ତେ କ୍ଷତିପୂରଣ ଦାବିକରି ଧାରଣା ରେ ବସି ରହିଛନ୍ତି।

ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ IPT ଡମ୍ପର ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପୋର୍ଟ ଦୁଇ ନମ୍ବର ଓ ତିନି ନମ୍ବର ଫାଟକ ନିକଟରେ ବିକ୍ଷୋଭ କରୁଛନ୍ତି । ଫଳରେ ପୋର୍ଟ ମଧ୍ୟରେ ପଣ୍ୟ ପରିବହନ ଠପ୍ ହୋଇଯାଇଥିବା ଖବର ମିଳିଛି । ତେବେ ଦୁଇ ଡ୍ରାଇଭରଙ୍କ ମୃତଦେହ ଏବେ ଅଠରବାଙ୍କି ହସ୍ପିଟାଲରେ ରହିଛି 

Add Zee News as a Preferred Source
About the Author