କନ୍ଧମାଳ: (ପ୍ରେମାନନ୍ଦ ପୁଜାରୀ)ବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବହେଳା ପୁଣି ଅଭାବନୀୟ ଘଟଣା ଘଟିଯାଇଛି । ବିଦ୍ୟାଳୟ ରେ ଅଧ୍ୟୟନ ରତ ସହପାଠୀ ଛାତ୍ରଙ୍କ ଭିଆଇଛନ୍ତି ଉନ୍ମତ କାଣ୍ଡ । ଆଖିରେ ଫେବିକ୍ବିକ୍ ଅଠା ପକାଇଦେବାରୁ ୮ ଜଣ ଛାତ୍ର ଅବସ୍ଥା ଖରାପ ହୋଇପଡିଛି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୋଲାଗୁଡ଼ା ପଞ୍ଚାୟତର ସୋଲଗୁଡ଼ା ସେବାଶ୍ରମ ବିଦ୍ୟାଳୟ ରେ । ବିଦ୍ୟାଳୟ ର ପଞ୍ଚମ ଓ ଚତୁର୍ଥ ଶ୍ରେଣୀରେ ୮ଜଣ ଛାତ୍ରଙ୍କ ଆଖିରେ ଫେବିକୁଇକ ପକାଇଛନ୍ତି ସହପାଠୀ ଛାତ୍ର ।
ଘଟଣାଟି ଘଟିଛି ଗୁରୁବାର ରାତି ୯ ଟା ସମୟରେ। ସମସ୍ତେ ଖାଇ ସୋଇଥିବାବେଳେ କିଛି ସହପାଠୀ ଛାତ୍ର ଏହି ୮ଜଣ ଛାତ୍ରଙ୍କ ଆଖିରେ ଫେବୀକୁଇକ ଲଗାଇଥିବା ଅଭିଯୋଗ ହୋଇଛି। ଏମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଗୋଛପଦା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପରେ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଥିବା ବେଳେ ଅନ୍ୟ ସାତ ଜଣଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ଛାତ୍ରମାନଙ୍କ ଅବସ୍ଥା ସାମାନ୍ୟ ରହିଥିବା ଡାକ୍ତର କହିଛନ୍ତି । ସ୍ଥାନୀୟ ସରପଞ୍ଚ ରୋହିତ କହଁର ଅଭିଯୋଗ କରି କହିଛନ୍ତି ଯେ ଆଶ୍ରମ ସ୍କୁଲରେ ପ୍ରଧାନ ଶିକ୍ଷକ ରହୁ ନାହାନ୍ତି। ଶିକ୍ଷକମାନେ ପାଳିକରି ଆସୁଛନ୍ତି। ଏନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ଓ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ କହିଥିଲେ ମଧ୍ୟ ସେ ଶିକ୍ଷକମାନଙ୍କ ସହ ସଫାସୁତୁରା ରେ ରହି କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି। ଯାହା ପାଇ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ସିଧାସଳଖ ଶିକ୍ଷା ବିଭାଗୀୟ ଅଧିକାରୀଙ୍କୁ ହିଁ ଦାୟୀ କରିଛନ୍ତି।
ଅନ୍ୟପକ୍ଷରେ ଏହି ଖବର ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସମ୍ପୃକ୍ତ ଶିକ୍ଷକ ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ କରାଯାଇଛି। ସୋଲାଗୁଡା ଆଶ୍ରମ ସ୍କୁଲ୍ ର ପ୍ରଧାନ ଶିକ୍ଷକ ତଥା ସୂପେରିଟେନ୍ଡେଣ୍ଟ ମନୋରଞ୍ଜନ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଜିଲାପାଳ ଶ୍ରୀ ବେଦଭୂଷଣ।
ଘଟଣା ର ସୂଚନା ପ୍ରକାରେ ଗୁରୁବାର ୯ଟା ରାତିରେ ଫିରିଙ୍ଗିଆ ବ୍ଲକ ସୋଲାଗୁଡ଼ା ପଞ୍ଚାୟତ ସୋଲଗୁଡ଼ା ସେବାଶ୍ରମ ସ୍କୁଲ ର ପଞ୍ଚମ ଓ ଚତୁର୍ଥ ଶ୍ରେଣୀରେ ଆଠ ଛାତ୍ର ଆଖିରେ ଫେବିକୁଇକ ପକାଇଦେଇଥିଲେ ସହପାଠୀ ଛାତ୍ର। ସମସ୍ତେ ଖାଇ ସୋଇଥିବା ବେଳେ ଏଭଳି କାମ କରାଯାଇଥିଲା । ଫଳରେ ସହପାଠୀ ଛାତ୍ର ଶଶାଙ୍କ କହଁର,ଆରତ ମଲ୍ଲିକ, ଆୟୁଷ କହଁର, ହାଡିବନ୍ଧୁ ମଲ୍ଲିକ,ଅନୁଭବ କହଁର, ସମୀର କହଁର,ସମ୍ବିତ କହଁର ଓ ସମୀର କହଁର ବୋଲି ଜଣାପଡିଛି। ଏହି ୮ ଛାତ୍ରଙ୍କ ଆଖିରେ ଫେବୀକୁଇକ ଲଗାଇଥିବା ଅଭିଯୋଗ ହୋଇଛି। ଏମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଗୋଛପଦା ମେଡ଼ିକାଲ ରେ ଭର୍ତ୍ତି ହୋଇଥିଲେ ।