Elephant Attack: ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ
Trending Photos
Elephant Attack: ହାତୀ ଆକ୍ରମଣରେ ବୃଦ୍ଧାଙ୍କ ଜୀବନ ଗଲା। ଆଜି ପୁଣି ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ନୂଆଁ ବରଙ୍ଗାମାଳ ପଞ୍ଚାୟତ ଅଧୀନରେ ଥିବା ଧଧୋଲୋମୁଣ୍ଡା ଠାରେ ଏହି ଘଟଣା ଘଟିଛି। ଗାଁ ଶେଷ ମୁଣ୍ଡ ରେ ରହୁଥିବା ଗାଁ ର ସନ୍ତୋଷ ବଢ଼ାଇ ନାମକ ଜଣେ ୮୮ ବର୍ଷୀୟ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଦେଖି ପୋଲିସ ଓ ବନ ବିଭାଗ କର୍ମଚାରୀଙ୍କୁ ଗାଁ ଲୋକେ ଖବର ଦେଇଥିଲେ। ମୃତଦେହ ନିକଟରେ ହାତୀ ପାଦ ଚି଼ହ୍ନ ଦେଖିବାକୁ ମିଳିଥିଲା। ପାଦ ଚି଼ହ୍ନରୁ ହାତୀ ଦ୍ୱାରା ଆକ୍ରମଣ ହୋଇଥିବା ଲୋକେ ସନ୍ଦହ କରି ପୋଲିସ ଓ ବନ ବିଭାଗ କୁ ଜଣାଇବା ପରେ ଜୁଯୋମୁରା ପୋଲିସ ଓ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି। ଆଜି ବଡି ଭୋର ସକାଳୁ ଏହି ଘଟଣା ଘଟିଛି।