)
Odisha News: ହାତୀ ଆତଙ୍କରେ ଆତଙ୍କିତ ଲୋକେ। କେନ୍ଦୁଝର ଜିଲ୍ଲାରେ ପାଖା ପାଖି ୨୦୦ ହାତୀ ଥିବାବେଳେ ଗତ ୩ ରୁ ୪ ଦିନ ହେଲା ଦେଓବନ୍ଦ ଅଞ୍ଚଳରେ ଚାଷୀଙ୍କ ନିଦ ହଜାଉଛନ୍ତି ୩୨ ଟିକିଆ ହାତୀ ପଲ। ଏହି ପାଲରେ ୧୩ ଟି ପୁରୁଷ, ୧୨ ଟି ମାଇ ଓ ୭ ଟି ଛୁଆ ହାତୀ ଅଛନ୍ତି। ଏହି ହାତୀ ପଲ ମୈଦାନକେଲ ଅଞ୍ଚଳରେ ଥିବାବେଳେ ସ୍କୂଲ ପାଚେରୀ ଭାଙ୍ଗିବା ସହ ଧାନକ୍ଷେତରେ ପଶି ଖାଇବା ସହ ମାଡି ଦଳି ବ୍ୟାପକ ବ୍ୟାପକ ନଷ୍ଟ କରିବା ପରେ ଆଜି ଅପରାହ୍ନରେ ଦେଓବନ୍ଧ ଅଞ୍ଚରେ ଧାନକ୍ଷେତରେ ପଶି ଖାଇବା ସହ ନଷ୍ଟ କରିପକାଇଛନ୍ତି ଯାହାଫଳରେ ଚିନ୍ତାରେ ମୁଣ୍ଡରେ ହାତଦେଇ ବସିଛି ଚାଷୀ।
ବନବିଭାଗ ପକ୍ଷରୁ ହାତୀପଲଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ଏହା ସହ ସେମାନଙ୍କୁ ଗତିପଥ ଅବରୋଧ ନକରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ ଧାନ ଫସଲ କ୍ଷତି ପାଇଁ ସରକାର ଙ୍କ ତରଫରୁ କ୍ଷତି ପୂରଣ ବାବଦକୁ ଏକର ପିଛା ୨୦ ହଜାର ଟଙ୍କା ଦିଆ ଯିବାନେଇ ସୂଚନା ଦେଇଛନ୍ତି ସେଠାରେ ଉପସ୍ଥିତ ବନ ଅଧିକାରୀ