Advertisement
Article Detail0/zeeodisha/odisha2773874
Zee OdishaOdisha StateOdisha News: ପ୍ରବାସୀ ଭାରତୀୟଙ୍କୁ ଜମି ବିକିବା ନାଁରେ ୨୫ ଲକ୍ଷ ଠକେଇ, ଯନ୍ତ୍ରୀଙ୍କୁ ବାନ୍ଧିଲା ପୋଲିସ

Odisha News: ପ୍ରବାସୀ ଭାରତୀୟଙ୍କୁ ଜମି ବିକିବା ନାଁରେ ୨୫ ଲକ୍ଷ ଠକେଇ, ଯନ୍ତ୍ରୀଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର (ପ୍ରେମାନନ୍ଦ ପୁଜାରୀ):ପ୍ଲଟ ବିକ୍ରି ନାଁରେ ଅଷ୍ଟ୍ରେଲିଆରେ ରହୁଥ‌ିବା ଜଣେ ପ୍ରବାସୀ ଭାରତୀୟଙ୍କୁ ୨୫ ଲକ୍ଷ ଠକେଇ କରିବା ଅଭିଯୋଗରେ ବ୍ରହ୍ମପୁର ମହାନଗର ନିଗମ(ବିଇଏମସି) ର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ପି ଶ୍ୟାମବାବୁ ପାତ୍ର(୫୮) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସରକାରୀ ଚାକିରି କାଳରେ ବ୍ରହ୍ମପୁର ପ୍ଲଟ ବ୍ୟବସାୟର

Odisha News: ପ୍ରବାସୀ ଭାରତୀୟଙ୍କୁ ଜମି ବିକିବା ନାଁରେ ୨୫ ଲକ୍ଷ ଠକେଇ, ଯନ୍ତ୍ରୀଙ୍କୁ ବାନ୍ଧିଲା ପୋଲିସ

Odisha News: ବ୍ରହ୍ମପୁର (ପ୍ରେମାନନ୍ଦ ପୁଜାରୀ):ପ୍ଲଟ ବିକ୍ରି ନାଁରେ ଅଷ୍ଟ୍ରେଲିଆରେ ରହୁଥ‌ିବା ଜଣେ ପ୍ରବାସୀ ଭାରତୀୟଙ୍କୁ ୨୫ ଲକ୍ଷ ଠକେଇ କରିବା ଅଭିଯୋଗରେ ବ୍ରହ୍ମପୁର ମହାନଗର ନିଗମ(ବିଇଏମସି) ର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ପି ଶ୍ୟାମବାବୁ ପାତ୍ର(୫୮) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ସରକାରୀ ଚାକିରି କାଳରେ ବ୍ରହ୍ମପୁର ପ୍ଲଟ ବ୍ୟବସାୟରେ ଲିପ୍ତ ଥିବା ଶ୍ୟାମବାବୁ ପାତ୍ର ପାତ୍ର ଏହିପରି ଏକାକ ଲୋକଙ୍କୁ ଠକେଇ କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି । ଏ ନେଇ ବ୍ରହ୍ମପୁର ଟାଉନ ଥାନା ଓ ଗୋସାଇଁନୂଆଗାଁ ଥାନାରେ ତାଙ୍କ ନାଁରେ ୨ଟି ମାମଲା ରୁଜୁ ହୋଇଛି । ଆଜି ତାଙ୍କୁ ଗିରଫ ପରେ ଅଦାଲତ ଚାଲାଣ କରାଯାଇଛି। ତାଙ୍କ ଦ୍ବାରା ଯଦି ଆଉ କିଏ ଠକେଇର ଶିକାର ହୋଇଛନ୍ତି, ସେମାନେ ନିକଟସ୍ଥ ପୁଲିସ ଥାନାରେ ଅଭିଯୋଗ କରିବାକୁ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା. ସର୍ବଣା ବିବେକ ଏମ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

ମିଳିଥିବା ସୁଚନା ପ୍ରକାରେ , ନୟାଗଡ଼ ରାଜାବଗିଚାର ମୂଳବାସିନ୍ଦା ଶ୍ୟାମବାବୁ ବାବୁ ପାତ୍ର ବହୁ ବର୍ଷ ଧରି ଗୃହ ଓ ନଗର ଉନ୍ନୟନ ବିଭାଗ ଜନସ୍ୱାସ୍ଥ୍ୟ ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ଭୁବନେଶ୍ଵର ସ୍ଥିତ ଖଣ୍ଡଗିରିରେ ରହୁଥ‌ିବା ଶ୍ୟାମବାବୁ ୨୦୧୫ ପୂର୍ବରୁ ବିଏମସିରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ୨୦୧୭ ରୁ ୨୦୧୯ ଯାଏଁ ବିଏମସିରେ ନିର୍ବାହୀ ଯନ୍ତ୍ରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଏହା ପୂର୍ବରୁ ସେ ବ୍ରହ୍ମପୁରରେ ବହୁ ବର୍ଷ ରହି ସାରିଥିବାରୁ ସ୍ଥାନୀୟ ଲୋକଙ୍କ ସହ ଭଲ ସମ୍ପର୍କ ରହିଥିଲା । ସରକାରୀ ଚାକିରିରେ ଥାଇ ସହରର ଅନ୍ୟ ପ୍ଲଟ ବ୍ୟବସାୟୀଙ୍କ ସହ ମିଶି ପ୍ଲଟ ବ୍ୟବସାୟ କରୁଥିଲେ।

Add Zee News as a Preferred Source

୨୦୧୬ ମସିହାରେ ଗାନ୍ଧୀନଗର ଅଞ୍ଚଳର ମହତଳା ରଶ୍ମିତା ସାହୁ ଲୋଚପାଡା ଅଞ୍ଚଳରେ ୬ଟି ପ୍ଲଟ କିଣିବାକୁ ତାଙ୍କ ସହ ଯୋଗାଯୋଗ କରିଥିଲେ । ଏହି ୬ଟି ପ୍ଲଟ ପାଇଁ ମୋଟ ୭୧ ଲକ୍ଷ ଟଙ୍କା ନେଣଦେଣ ପାଇଁ ଶ୍ୟାମବାବୁ ଓ ରଶ୍ମିତାଙ୍କ ମଧ୍ୟରେ ଚୁକ୍ତିନାମା ହୋଇଥିଲା । ପ୍ଲଟ କିଣିବା ପାଇଁ ଅଗ୍ରିମ ବାବଦକୁ ରଶ୍ମିତା ବିଭିନ୍ନ ପର୍ଯ୍ୟାୟରେ ତାଙ୍କୁ ୨୫ ଲକ୍ଷ ଟଙ୍କା ଦେଇଥିଲେ । ଅନେକ ମାସ ପରେ ମଧ୍ୟ ସେ ପ୍ଲଟ ବିକ୍ରି କରିନଥିଲେ କିମ୍ବା ରଶ୍ମିତାଙ୍କ ନାମରେ ପଞ୍ଜୀକରଣ କରାଇ ନଥିଲେ । ରଶ୍ମିତା ଓ ତାଙ୍କ ସ୍ଵାମୀ ସୁମନ୍ତ ଏ ବିଷୟରେ ତାଙ୍କୁ ପଚାରିବାରେ । ସେ ଉଭୟଙ୍କୁ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ । ଥାନାରେ ଅଭିଯୋଗ କରିବେ ବୋଲି ଦମ୍ପତି ଜଣାଇବା ପରେ ୨୦୨୧ରେ ସେ ୧୫ ଲକ୍ଷ ଟଙ୍କା ଫେରାଇ ଦେଇଥିଲେ । ଅଗ୍ରିମ ଟଙ୍କାରୁ ଆଉ ୧୦ ଲକ୍ଷ ରଶ୍ମିତା ପାଇବାକୁ ଥୂଲା । କିନ୍ତୁ ଶ୍ୟାମ‌ବାବୁ ଟଙ୍କା ଫେରସ୍ତ କରିବାର ନାଁ ଧରି ନଥିଲେ। ରଶ୍ମିତା ଓ ତାଙ୍କ ସ୍ଵାମୀ ବାରମ୍ଵାର ଟଙ୍କା ମାଗିବାକୁ ଯିବାରୁ ସେ ଧମକ ଦେବା ସହ ଟଙ୍କା ଫେରାଇବା ମନା କରି ଦେଇଥିଲେ । ଯାହାକୁ ନେଇ ରଶ୍ମିତାଙ୍କ ସ୍ଵାମୀ ଟାଉନ ଥାନାରେ ଅଭିଯୋଗ କରିଥିଲେ ।

ସେହିପରି ଅଷ୍ଟ୍ରେଲିଆରେ ରହୁଥ‌ିବା ବ୍ରହ୍ମପୁରର ସନ୍ତୋଷ କୁମାର ମୁନିଙ୍କୁ ଗୋସାଇଁନୂଆଗାଁ ଅଞ୍ଚଳରେ ଏକ ପ୍ଲଟ ଦେବାକୁ କହି ସେ ୨୫ ଲକ୍ଷ ଟଙ୍କା ନେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ପ୍ଲଟ ପଞ୍ଜୀକରଣ କରାଇ ନଥିଲେ କିମ୍ବା ଟଙ୍କା ଫେରସ୍ତ କରିନଥିଲେ। ଠକେଇର ଶିକାର ହୋଇଥ‌ିବା ଜାଣିବା ପରେ ସନ୍ତୋଷ ଗୋସାଇଁନୂଆଗାଁ ଥାନାରେ ଶ୍ୟାମବାବୁଙ୍କ ବିରୋଧରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ସୁଦ୍ଧା ଶ୍ୟାମବାବୁଙ୍କ ନାମରେ ଦୁଇଟି ଠକେଇ ମାମଲା ରୁଜୁ ହୋଇସାରିଛି। ତେବେ ତାଙ୍କ ଦ୍ବାରା ଯଦି ଅନ୍ୟ କୌଣସି ବ୍ୟକ୍ତି ଠକେଇର ଶିକାର ହୋଇଥିବେ, ତେବେ ପୁଲିସକୁ ଜଣାଇବାକୁ ଏସ୍‌ପି କହିଛନ୍ତି।

About the Author