Advertisement
Article Detail0/zeeodisha/odisha2669806
Zee OdishaOdisha StateOdisha News: ଅର୍ଥନୈତିକ ଶାଖା ପଞ୍ଝାରେ ରାଜା ଚକ୍ର, ବଢୁଛି ଅଡୁଆ

Odisha News: ଅର୍ଥନୈତିକ ଶାଖା ପଞ୍ଝାରେ ରାଜା ଚକ୍ର, ବଢୁଛି ଅଡୁଆ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଶୁଆକାଟି OMC ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ୫୦ କୋଟି ଟଙ୍କା ହେରଫେର୍ ମାମଲାରେ ବିଜେଡି ନେତାଙ୍କ ସଂପୃକ୍ତି ଅଭିଯୋଗ। ଘାଣ୍ଟୁଛି EOW। ଶୁଆକାଟି ସ୍ଥିତ OMC ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ କୋଟି କୋଟି ଟଙ୍କା ହେରଫେର ହୋଇଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା। ହେଲେ ପୂର୍ବ ସରକାର ଏଥିପ୍ରତି କର୍ଣ୍ଣପ

Odisha News: ଅର୍ଥନୈତିକ ଶାଖା ପଞ୍ଝାରେ ରାଜା ଚକ୍ର, ବଢୁଛି ଅଡୁଆ

Odisha News:କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଶୁଆକାଟି OMC ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ୫୦ କୋଟି ଟଙ୍କା ହେରଫେର୍ ମାମଲାରେ ବିଜେଡି ନେତାଙ୍କ ସଂପୃକ୍ତି ଅଭିଯୋଗ। ଘାଣ୍ଟୁଛି EOW। ଶୁଆକାଟି ସ୍ଥିତ OMC ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ କୋଟି କୋଟି ଟଙ୍କା ହେରଫେର ହୋଇଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା। ହେଲେ ପୂର୍ବ ସରକାର ଏଥିପ୍ରତି କର୍ଣ୍ଣପାତ ମଧ୍ୟ କରୁ ନ ଥିଲେ। ସରକାର ବଦଳିବା ପରେ ବିଶ୍ଵନାଥ ରାଉଳଙ୍କ ଅଭିଯୋଗ ଆଧାରରେ EOW ଏହି ମାମଲାକୁ ନିଜ ହାତକୁ ନେଇଥିଲା।

୫୦ କୋଟି ଟଙ୍କା ହେରଫେର୍ ମାମଲାରେ ଏହାର ପୂର୍ବତନ ସଭାପତି ଓ ସମ୍ପାଦକଙ୍କୁ ଗତ ୯ ତାରିଖରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଏଜେନ୍ସିର ସମ୍ପାଦକ ଉତ୍କଳ ଦାସ ଓ ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକଙ୍କୁ ଗିରଫ ପରେ ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରିଥିଲା EଠW। ଯେଉଁଥିରେ ଅନେକ ଚାଞ୍ଚଲ୍ୟ କର ତଥ୍ୟ ଜାଣିବାକୁ ପାଇଥିଲା Eow। ଏହି ତଥ୍ୟ ଆଧାରରେ Eow ୬ ଜଣଙ୍କୁ ହାଜର ହେବାକୁ ସମନ ଜାରି କରିଥିଲା। ଏହି କ୍ରମରେ  ଜିଲ୍ଲା ବିଜେଡ଼ିର ଜଣେ ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟ ଯୁବ ବିଜେଡ଼ିର ଉପ-ସଭାପତି ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ର ତଦନ୍ତକାରୀ ସଂସ୍ଥା ନିକଟରେ ହାଜର ହୋଇଛନ୍ତି । ଏହାସହ eow ରାଜ୍ୟର ଅନେକ ସ୍ଥାନରେ ରାଜା ଚକ୍ରଙ୍କ ଲିଙ୍କର ଖୋଳତାଡ଼ କରୁଛି। 

ଲୋଡିଂ ଏଜେନ୍ସି ର ସଦସ୍ୟ ମାନଙ୍କ କହିବା ଅନୁଯାୟୀ ଟନ୍ ପିଛା ୬୦ ଟଙ୍କା ହିସାବରେ ମାସକୁ ୫ ଲକ୍ଷ ରୁ ୧୦ ଲକ୍ଷ ଟନ୍ କାରବାର ହେଉଥିବାବେଳେ ମାସକୁ କୋଟି କୋଟି ଟଙ୍କା ଆଦାୟ ହେଉଥିଲା। କିନ୍ତୁ ରାଜା ଚକ୍ରଙ୍କ ପ୍ରୋରଚନାରେ ଏଜେନ୍ସିର କିଛି ମୁଷ୍ଟିମେୟ ସଦସ୍ୟଙ୍କୁ କିଛି ଟଙ୍କା ଦେଇ ଅନ୍ୟ ଟଙ୍କା ସବୁ ବାଟମାରଣା ହେଉଥିଲା। ଆଉ ଯିଏ ବିରୋଧ କରୁଥିଲା ସେମାନଙ୍କୁ ସେ ସମୟର ପ୍ରଶାସନ ଏଵଂ ପୋଲିସ ଲଗାଇ ସେମାନଙ୍କୁ ଜେଲ ପଠାଯାଇଥିଲା। ଏପରିକି ସଂଘ କାର୍ଯ୍ୟାଳୟ ଥିବା ସତ୍ତ୍ବେ ଜଣଙ୍କ ଘରକୁ ଅସ୍ଥାୟୀ ସଂଘ କାର୍ଯ୍ୟାଳୟ କରି ହରିଲୁଟ କରାଯାଉଥିଲା। EOWର ତଦନ୍ତରେ ସେମାନେ ବିଶ୍ୱାସ ରଖିଥିବା ବେଳେ ଆଗକୁ ସମସ୍ତ ସତ୍ୟ ଉନ୍ମୋଚିତ ହେବ ବୋଲି କହିଛନ୍ତି ।

Add Zee News as a Preferred Source
About the Author