Advertisement
Article Detail0/zeeodisha/odisha3087925
Zee OdishaOdisha StateOdisha politics: ନୂଆ ଦଳ ଗଠନ ନେଇ ମୋକିମଙ୍କ ବଡ଼ ଖୁଲାସା, ବାଛିଲେ ଦୁଇଟି ସମ୍ଭାବ୍ୟ ନାଁ

Odisha politics: ନୂଆ ଦଳ ଗଠନ ନେଇ ମୋକିମଙ୍କ ବଡ଼ ଖୁଲାସା, ବାଛିଲେ ଦୁଇଟି ସମ୍ଭାବ୍ୟ ନାଁ

Odisha politics: କଂଗ୍ରେସରୁ ବହିଷ୍କୃତ ହେବା ପରେ ଏବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛନ୍ତି ବାରବାଟୀ-କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ମଙ୍ଗଳବାର ଦିନ ସେ ନିଜର ନୂଆ ଆଞ୍ଚଳିକ ଦଳ ପାଇଁ ଦୁଇଟି ସମ୍ଭାବ୍ୟ ନାମ ଘୋଷଣା କରିଛନ୍ତି।

Expelled Congress Leader Mohammed Moquim
Expelled Congress Leader Mohammed Moquim

କଟକ: କଂଗ୍ରେସରୁ ବହିଷ୍କୃତ ହେବା ପରେ ଏବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛନ୍ତି ବାରବାଟୀ-କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ମଙ୍ଗଳବାର ଦିନ ସେ ନିଜର ନୂଆ ଆଞ୍ଚଳିକ ଦଳ ପାଇଁ ଦୁଇଟି ସମ୍ଭାବ୍ୟ ନାମ ଘୋଷଣା କରିଛନ୍ତି। ଖୁବଶୀଘ୍ର ଓଡ଼ିଶା ରାଜନୀତିରେ ଏହି ନୂଆ ଦଳର ଏଣ୍ଟ୍ରି ହେବାକୁ ଯାଉଛି।

'ଓଡ଼ିଶା ଜନତା କଂଗ୍ରେସ' କିମ୍ବା 'ଓଡ଼ିଶା ଲୋକ କଂଗ୍ରେସ'?
ସୂଚନା ଅନୁଯାୟୀ, ମୋକିମଙ୍କ ନେତୃତ୍ୱରେ ଗଢ଼ା ହେବାକୁ ଥିବା ଏହି ନୂଆ ଦଳର ନାଁ ପାଇଁ ଦୁଇଟି ବିକଳ୍ପ ରଖାଯାଇଛି– 'ଓଡ଼ିଶା ଜନତା କଂଗ୍ରେସ' କିମ୍ବା 'ଓଡ଼ିଶା ଲୋକ କଂଗ୍ରେସ'। ତେବେ ଏହି ଦୁଇଟି ମଧ୍ୟରୁ କେଉଁଟି ଚୂଡ଼ାନ୍ତ ହେବ, ସେ ନେଇ ଏପର୍ଯ୍ୟନ୍ତ ଶେଷ ନିଷ୍ପତ୍ତି ନିଆଯାଇ ନାହିଁ।

ମାର୍ଚ୍ଚ ଶେଷ ସପ୍ତାହରେ ହେବ ବଡ଼ ଘୋଷଣା
ନୂଆ ଦଳର ଶୁଭାରମ୍ଭ ପୂର୍ବରୁ ମୋକିମ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି। ଜାନୁଆରୀ ୩୦ରେ ଏକ ବିଶାଳ ମହିଳା ସମାବେଶ ଏବଂ ଫେବୃଆରୀ ୫ରେ ଏକ ଚାଷୀ ସମାବେଶର ଆୟୋଜନ କରାଯାଇଛି। ଏହାପରେ ମାର୍ଚ୍ଚ ଶେଷ ସପ୍ତାହରେ ଆନୁଷ୍ଠାନିକ ଭାବେ ନୂଆ ଦଳର ନାମ ଘୋଷଣା କରାଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Add Zee News as a Preferred Source

କଂଗ୍ରେସ ଆଦର୍ଶରେ ଗଢ଼ା ହେବ 'ଲୋକଙ୍କ ଦଳ'
ମହମ୍ମଦ ମୋକିମ ସ୍ପଷ୍ଟ କରିଛନ୍ତି ଯେ, ସେ କଂଗ୍ରେସରୁ ବହିଷ୍କୃତ ହୋଇଥାଇ ପାରନ୍ତି, କିନ୍ତୁ ତାଙ୍କ ଦଳ କଂଗ୍ରେସର ମୂଳ ଆଦର୍ଶ ଓ ଧର୍ମନିରପେକ୍ଷତାକୁ ଆଧାର କରି ଗଢ଼ା ହେବ। ସେ କହିଛନ୍ତି, "କଂଗ୍ରେସର ଅର୍ଥ ହେଉଛି ଏକତ୍ରିତ ହେବା ବା ସମ୍ମିଳନୀ। ଆମ ନୂଆ ଦଳର ନାମରେ 'କଂଗ୍ରେସ' ଶବ୍ଦ ରହିବ ଏବଂ ଏହା ସମ୍ପୂର୍ଣ୍ଣ ଭାବେ ସମ୍ବିଧାନ ପ୍ରଣେତା ବି.ଆର. ଆମ୍ବେଦକରଙ୍କ ନୀତି ଆଦର୍ଶରେ ପରିଚାଳିତ ହେବ।"

ନେତାଙ୍କୁ ଖୋଲା ନିମନ୍ତ୍ରଣ
ସାମ୍ପ୍ରତିକ ରାଜନୈତିକ ସ୍ଥିତି ଏବଂ କଂଗ୍ରେସରୁ ଚାଲିଥିବା ଇସ୍ତଫା ପ୍ରସଙ୍ଗରେ ମୋକିମ କହିଛନ୍ତି ଯେ, ବିଭିନ୍ନ କାରଣରୁ ଅନେକ ନେତା ନିଜ ଦଳ ଛାଡୁଛନ୍ତି। ଯେଉଁମାନେ ଓଡ଼ିଶା ପାଇଁ କାମ କରିବାକୁ ଚାହୁଁଛନ୍ତି ଏବଂ ତାଙ୍କ ନୂଆ ଦଳରେ ସାମିଲ ହେବାକୁ ଆଗ୍ରହୀ, ସେମାନଙ୍କୁ ସେ ସ୍ୱାଗତ କରିବେ।

ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ମାସରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ମୋକିମଙ୍କୁ କଂଗ୍ରେସରୁ ବହିଷ୍କୃତ କରାଯାଇଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପଦରୁ ହଟାଇବା ପାଇଁ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଏବେ ସେ ନିଜସ୍ୱ ଦଳ ଗଢ଼ି ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି।

About the Author