Advertisement
Article Detail0/zeeodisha/odisha2675452
Zee OdishaOdisha StateHoli 2025 : ଶ୍ରୀମନ୍ଦିରରେ ଆରମ୍ଭ ହେଲା ଦୋଳ ଓ ଫଗୁ ଉତ୍ସବ, ଚାଚେରୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ

Holi 2025 : ଶ୍ରୀମନ୍ଦିରରେ ଆରମ୍ଭ ହେଲା ଦୋଳ ଓ ଫଗୁ ଉତ୍ସବ, ଚାଚେରୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଫଗୁ ଦଶମୀରୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ଦୋଳଯାତ୍ରା। ଶ୍ରୀମନ୍ଦିରରେ ଫଗୁ ଦଶମୀ ସହ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଚାଚେରୀ ବେଶ। ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରାରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ଅନୁଷ୍ଠିତ ହେବ। ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ମହାପ୍ରଭୁ ଭକ୍ତଙ୍କୁ ଚାଚେରୀ ବେଶରେ ଦର୍ଶନ ଦେବେ। ପ୍ରଥମ ଦିନରେ ମହାପ୍ରଭୁ

Holi 2025 : ଶ୍ରୀମନ୍ଦିରରେ ଆରମ୍ଭ ହେଲା ଦୋଳ ଓ ଫଗୁ ଉତ୍ସବ, ଚାଚେରୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ

Holi 2025 : ପୁରୀ: ଫଗୁ ଦଶମୀରୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ଦୋଳଯାତ୍ରା। ଶ୍ରୀମନ୍ଦିରରେ ଫଗୁ ଦଶମୀ ସହ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଚାଚେରୀ ବେଶ। ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରାରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ଅନୁଷ୍ଠିତ ହେବ। ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ମହାପ୍ରଭୁ ଭକ୍ତଙ୍କୁ ଚାଚେରୀ ବେଶରେ ଦର୍ଶନ ଦେବେ। ପ୍ରଥମ ଦିନରେ ମହାପ୍ରଭୁ ଫଗୁ ଖେଳ ଖେଳିବା ସହ ଚାଚେରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶ୍ରୀବିଗ୍ରହମାନଙ୍କୁ ବୋଇରାଣି, ମାଧାବଳୀ ବସ୍ତ୍ର ପରିଧାନ ସହ ଚାଚରୀ ବେଶ କରାଯାଇଥିଲା। 

ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ସ୍ବର୍ଣ୍ଣ କୁଣ୍ଡଳରେ ଏବଂ ଦେବୀ ସୁଭଦ୍ରାଙ୍କୁ ସୁବର୍ଣ୍ଣ ତଡ଼ଗିରେ ବିଭୂଷିତ କରାଯାଇଥିଲା। ଗୁଣା, ଝୁମ୍ପା ଓ ଅଧରମାଳ ଆଦି ପୁଷ୍ପାଳଙ୍କାରରେ ମଣ୍ଡିତ ହେବା ପରେ ଚାଚେରୀ ଭୋଗ ଲାଗି ହୋଇଥିଲା। ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ଚାଚେରୀ ବେଶ ଓ ଫଗୁ ଖେଳ ଅନୁଷ୍ଠିତ ହୋଇଥିଲା। ମହାଲକ୍ଷ୍ମୀ, ମା'' ସରସ୍ବତୀ ଦକ୍ଷିଣ ଘରୁ ଶ୍ରୀମନ୍ଦିରକୁ ବିଜେ କରିଥିଲେ । ବସନ୍ତପଞ୍ଚମୀ ଦିନ ଭଳି ସମସ୍ତ ନୀତି ସଂପାଦନ ହୋଇଥିଲା। ପରେ ବିମାନରେ ବିଜେ ହୋଇ ଦୁଇ ଠାକୁରାଣୀ ଜଗନ୍ନାଥ ବଲ୍ଲଭକୁ ବିଜେ କରିଥିଲେ । ସେଠାରେ ଭୋଗ ଓ ଅନ୍ୟ ନୀତି ସଂପନ୍ନ ପରେ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ପରେ ବଟବୃକ୍ଷ ମୂଳେ ଦୁଇ ଠାକୁରାଣୀ ବିଜେ ହୋଇଥିଲେ । ରୁନ୍ଧା ଫିଟି ପାଣି ପଡ଼ିବା ପରେ ଦୁଇ ଠାକୁରାଣୀ ଭିତରକୁ ଓ ଦୋଳଗୋବିନ୍ଦ ଦକ୍ଷିଣ ଘରକୁ ବିଜେ କରିଥିଲେ। ଏହାପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଥିଲା। 

ଆଜି ପାପନାଶିନୀ ଏକାଦଶୀ ପଡୁଥିବାବେଳେ ଜୟ-ବିଜୟ ଦ୍ଵାରଠାରେ ଦୋଳଗୋବିନ୍ଦଙ୍କ ଏକାଦଶୀ ଭୋଗ ବନ୍ଦାପନା ନୀତି ଅନୁଷ୍ଠିତ ହେବା ଏହି ନୀତି ଶେଷ ପରେ ଦୁଇ ଠାକୁରାଣୀ ମହାଲକ୍ଷ୍ମୀ ଓ ସରସ୍ବତୀ ଭିତରୁ ଆସି ଜୟ-ବିଜୟ ଦ୍ଵାରଠାରେ ବିମାନ ବିଜେ କରି ଜଗନ୍ନାଥ ବଲ୍ଲଭକୁ ଯିବେ ସେହିପରି ଆସନ୍ତା ୧୩ ତାରିଖରେ ଅଗ୍ନି ଉତ୍ସବ ବା ମେଣ୍ଢାପୋଡ଼ି ଏବଂ ୧୪ ତାରିଖରେ ଦୋଳପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ ଏହାପରେ ହୋଲି ଓ ଅନ୍ୟାନ୍ୟ ନୀତି ଆରମ୍ଭ ହେବ । ସେପଟେ ଚୂଡ଼ାନ୍ତ ନୀତିକାନ୍ତି ଅନୁଯାୟୀ, ଆଜି ମଧ୍ୟାହ୍ନ ଧୂପ ଶେଷ ପରେ ୩ ବାଡ଼ରେ ମଇଲମ ହୋଇ ନାଲି ଲୁଗା ଲାଗି ହେବ। ପରେ ପାଳିଆ ମେକାପ ଭଣ୍ଡାର ଘରଠାରୁ ଚନ୍ଦନ ବିଜେ କରାଇବେ। ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ନୀତି ପରେ ଚାଚେରୀ ବେଶ ନୀତି ଅନୁଷ୍ଠିତ ହେବ।

Add Zee News as a Preferred Source
About the Author