Advertisement
Article Detail0/zeeodisha/odisha2674280
Zee OdishaOdisha StateFagu Dashami: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଫଗୁ ଦଶମୀ, ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ..

Fagu Dashami: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଫଗୁ ଦଶମୀ, ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ..

 Fagu Dashami: ଆଜି ଫଗୁ ଦଶମୀ ଅବସରରେ ମହାପ୍ରଭୁଙ୍କ ଚାଚେରୀ ବେଶ ଓ ଚାଚେରୀ ଭୋଗ ଅନୁଷ୍ଠିତ ହେବ। ଆସନ୍ତା ଚତୁର୍ଦଶୀ ତିଥି ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଚାଚେରୀ ବେଶରେ ମହାପ୍ରଭୁ ରକ୍ତବସ୍ତ୍ର ପରିଧାନ କରିବା ସହ ବିଭିନ୍ନ ଅଳଙ୍କାରରେ ସଜିତ ହେବେ। ପ୍ରତିଦିନ ମଧ୍ୟାହ୍ନଧୂପ ସରିବା ପରେ ମହାପ୍ରଭୁଙ୍କୁ ଏହି ବେଶରେ ସଜିତ କରାଯିବ। ଆଜି ମଧ୍ୟ ଠାକୁର ଠାକୁରାଣୀଙ୍କୁ ଝିମିରି ଫଗୁ ଲାଗି କରାଯିବ।

 Fagu Dashami: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଫଗୁ ଦଶମୀ, ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ..

Fagu Dashami: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଫଗୁ ଦଶମୀ। ଏଥିପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଆଜିଠୁ ଶ୍ରୀମନ୍ଦିରରେ ଏକ ସପ୍ତାହ ଧରି ଦୋଳଉତ୍ସବ ମଧ୍ୟ ଆରମ୍ଭ ହେବ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ ପ୍ରମୁଖ ଯାତ୍ରା। ଫଗୁ ଦଶମୀରେ ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ବସି ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିବେ। ସେଠାରେ ଅବିର ଓ ଫଗୁ ଲାଗି କରାଯିବ। ବିଶ୍ୱାସ ରହିଛି ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ। ଆଜି ଫଗୁ ଦଶମୀ ଅବସରରେ ମହାପ୍ରଭୁଙ୍କ ଚାଚେରୀ ବେଶ ଓ ଚାଚେରୀ ଭୋଗ ଅନୁଷ୍ଠିତ ହେବ। ଆସନ୍ତା ଚତୁର୍ଦଶୀ ତିଥି ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଚାଚେରୀ ବେଶରେ ମହାପ୍ରଭୁ ରକ୍ତବସ୍ତ୍ର ପରିଧାନ କରିବା ସହ ବିଭିନ୍ନ ଅଳଙ୍କାରରେ ସଜିତ ହେବେ। ପ୍ରତିଦିନ ମଧ୍ୟାହ୍ନଧୂପ ସରିବା ପରେ ମହାପ୍ରଭୁଙ୍କୁ ଏହି ବେଶରେ ସଜିତ କରାଯିବ। ଆଜି ମଧ୍ୟ ଠାକୁର ଠାକୁରାଣୀଙ୍କୁ ଝିମିରି ଫଗୁ ଲାଗି କରାଯିବ।

 ସେପଟେ ଆସନ୍ତା ୧୩ ତାରିଖରେ ମେଣ୍ଢାପୋଡି ଉତ୍ସବ ଅନୁଷ୍ଠିତ ହେବାସହ ୧୪ ତାରିଖରେ ଦୋଳପୂର୍ଣ୍ନୀମା ଅବସରରେ ଚତୁର୍ଦ୍ଧାବିଗ୍ରହ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେଵେ। ଏଣୁ ଏବେଠାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ବଢିଛି। ସେପଟେ ଫଗୁଦଶମୀରୁ ଶ୍ରୀମନ୍ଦିରରେ ଫଗୁଖେଳ ହେଉଥିବାରୁ ଗତକାଲି ଠାରୁ ନିତିକୁ ସୃଙ୍ଖଳିତ କରାଯାଇଛି। ଆଜି ଭୋର୫.୧୫ରେ ସିଂହଦ୍ୱାର ଫିଟା ନିତି ସମ୍ପର୍ଣ୍ଣ ହୋଇ ମଙ୍ଗଳାଳତୀ, ମଇଲମ, ଅବକାଶ ନିତି ଆଦି ଦୈନନ୍ଦିନ ନିତିକାନ୍ତି ଆଗକୁ ବଢିଛି।

ଆସନ୍ତା ୧୩ରେ ମେଣ୍ଢା ପୋଡ଼ି ଓ ୧୪ରେ ପବିତ୍ର ଦୋଳପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ। ନିତି ନିର୍ଘଣ୍ଟକୁ ଅନୁମୋଦନ ଛତିଶା ନିଯୋଗର ଅନୁମୋଦନ ମିଳିଛି । ୧୪ ତାରିଖ ଦୋଳ ପୂର୍ଣ୍ଣିମାରେ ରାତ୍ର ୩ ରୁ ଦ୍ୱାରଫିଟା ।୪ ଟା ସୁଦ୍ଧା ମଙ୍ଗଳ ଆଳତି ହୋଇ ସକାଳ ୮ ରୁ ୯ ଟା ସୁଦ୍ଧା ହେବ ରାଯାଧିରାଜ୍ ବେଶ ।୧୦ ଟା ୩୫ ସୁଦ୍ଧା ହେବ ରାଜାଧିରାଜ ବେଶ ମଇଲମ ବା ଓଲାଗି ହେବ। ଅପରାହ୍ନ ୧୨ ଟା ୩୦ ସୁଦ୍ଧା ଦୋଳବେଦୀକୁ ବିମାନ ବିଜେ କରିବେ ଦୋଳଗୋବିନ୍ଦ।ଦୋଳପୂର୍ଣ୍ଣିମାରେ ରାତ୍ର ୩ ଟା ୪୫ ସୁଦ୍ଧା ରାତ୍ର ପହୁଡ଼ ପାଇଁ ନୀତି ନିର୍ଘଣ୍ଟ ।ମେଣ୍ଡାପୋଡି ଅର୍ଥାତ୍ ୧୩ ତାରିଖ ଦିନ ସକାଳ ୩ ଟା ସୁଦ୍ଧା ଦ୍ୱାରଫିଟା ,ଅପରାହ୍ନ ୩ ଟା ୪୦ ସୁଦ୍ଧା ଚାଚେରୀ ବେଶ,ସନ୍ଧ୍ୟା ୭ ଟା ସୁଦ୍ଧା ଦୋଳବେଦୀ କୁ ବିଜେ କରିବେ ଠାକୁର ।ରାତ୍ର ୧୨ ସୁଦ୍ଧା ପହୁଡ଼ ପାଇଁ ନୀତି ନିର୍ଘଣ୍ଟ ।

Add Zee News as a Preferred Source
About the Author