Advertisement
Article Detail0/zeeodisha/odisha2951253

Odisha News: ଲଗାଣ ବର୍ଷାରେ ଫସଲ ହାନୀ ଯୋଗୁଁ ଜୀବନ ହାରିଲେ ଚାଷୀ

(ପ୍ରେମାନନ୍ଦ ପୂଜାରି, ବ୍ରହ୍ମପୁର)Odisha News: ଲଗାଣ ବର୍ଷା ସାଜିଲା ଦାଉ। ଫସଲ ହାନୀ ପାଇଁ ଜୀବନ ହାରିଲେ ଚାଷୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପ୍ରତାପପୁର ଗାଁରେ । ଲଗାଣ ବର୍ଷାରେ ଚାଷୀ ବିଭିନ୍ନ କରିଥିବା ଫସଲ ଉଜୁଡି ଯାଇଥିଲା। ସହ୍ୟ କରି ନ ପାରି କୀଟନାଶକ ପିଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ଚାଷୀ ।

ମୃତକ ହେଲେ ପ୍ରତାପପୁର‌ ଗାଁର ପରିବା ଚାଷୀ ଲକ୍ଷ୍ମଣ ନାୟକ । ଲକ୍ଷ୍ମଣ ଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁର ନେବା ବେଳେ ଅଧା ବାଟରେ ତାଙ୍କର ମୃତ ଘଟିଥିବା ଜଣାପଡିଛି। ଲକ୍ଷ୍ମଣ ଗାଁ ଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଥିବା ଜମିରେ ବନ୍ଧା କୋବି, ଫୁଲକୋବି ଆଦି ପରିବା ଚାଷ କରିବା ସହ ମକା ଚାଷ କରିଥିଲେ ।

ତେବେ ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଫସଲ ନଷ୍ଟ ହୋଇଯାଇଛି । ରବିବାର ସକାଳେ ନିଜ ପୁତୁରା ସହ ଫସଲ ଦେଖିବା ପାଇଁ ଜମିକୁ ଯାଇଥିଲେ ଲକ୍ଷ୍ମଣ। ସେଠାରେ ପହଞ୍ଚି ସେ ଫସଲ ନଷ୍ଟ ହୋଇଥିବା ଦେଖିଥିଲେ। ଏହାପରେ ଘରକୁ ଆସି ଘରେ ଥିବା କୀଟନାଶକ ଔଷଧ ପିଇ ଦେଇଥିଲେ ବୋଲି ପରିବାର ଲୋକେ କହିଛନ୍ତି। ଘଟଣା ସ୍ଥଳରେ ମୋହନା ପୋଲିସ ପହଞ୍ଚି ମୃତ ଲକ୍ଷ୍ମଣ ଙ୍କ ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି । ଶବ ବ୍ୟବଚ୍ଛେଦ ପରେ ଘଟଣାର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠି କହିଛନ୍ତି।

Add Zee News as a Preferred Source
About the Author