)
Odisha News: କେନ୍ଦୁଝରରେ ଚାଷୀଙ୍କ ଉପରେ ପଡିଛି ଚକଡା ଚଡ଼କ । ଋଣ ଓ ଧାର ଉଧାର କରି କରିଥିବା ଚାଷ ଏବେ ଚକଡ଼ା ମାଡ ରେ ସଂପୂର୍ଣ୍ଣ ଉଜୁଡି ଯିବାକୁ ବସିଛି । ଏବେ ଋଣ ଓ ଧାର ଉଧାର କିପରି ସୁଝିବ ଓ ବର୍ଷ ସରା ପରିବାର ମୁହଁରେ କେମିତି ଦୁଇ ମୁଠା ଆହାର ଦେବ ଏବେ ସେହି ଚିନ୍ତାରେ ପଡିଛନ୍ତି ଜିଲ୍ଲା ଶହ ଶହ ଚାଷୀ ।
କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର। ହେଲେ ଆଜି ଏ-ହାର ପରିଭାଷା ବଦଳି ଯାଇଛି ଓ ଚାଷ ଅଛି ଯାହାର ସବୁ ଦୁଃଖ ତାହାର ହୋଇଯାଇଛି । କେନ୍ଦୁଝର ସଦର ବ୍ଳକର ମଇଦାନକେଲ ଗ୍ରାମ ପଞ୍ଚାୟତରେ ଦେଖିବାକୁ ମଳିଛି ଚାଷୀଙ୍କ ସମସ୍ୟା।
ଚାଷୀଟିଏ ଚାଷ କରି ବେଶ ଦୁଇ ପଇସା ରୋଜଗାର କରି ପରିବାର ମୁହଁରେ ବର୍ଷ ସାରା ଦୁଇ ଓଳି ଦୁଇ ମୁଠା ଆହାର ଦେବା ସହ ବେସ ହସ ଖୁସିରେ ଚଳିବାକୁ ବ୍ୟାଙ୍କ,ଲ୍ୟାମ୍ପସ୍ ଓ ମହାଜନ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୋନ ଓ ଧାର କରଜ କରି ଚାଷ କରିଥିଲା । ଚାଷୀଙ୍କ ଅଭିଯୋଗ ଅନୁସାରେ ଏ ବର୍ଷ କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷା ଓ ତାପରେ ହାତୀ ଓ ବାରହା ଙ୍କ କବଳରୁ ଫସଲକୁ ରକ୍ଷା କରିବାକୁ ଚାଷୀଟି ନିଜ ଜୀବନକୁ ବାଜି ଲଗାଇ ରାତି ଦିନ ଅନିନ୍ଦ୍ରା ହୋଇ ଯାହା କିଛି ଫସଲ ବଞ୍ଚାଇ ଥିଲା ଏବେ ସେଥିରେ ଚକଡା ପୋକ ଲାଗିଯିବାରୁ ଚାଷ ସଂପୂର୍ଣ୍ଣ ଉଜୁଡି ଯିବାକୁ ବସିଛି ।
ଏ-ହି ଚକଡ଼ା ସବୁ ପୁଳା ପୁଳା ହୋଇ ଧାନ ଗଛ ମୂଳରେ ଲାଗି କେଣ୍ଡା ସବୁ ଖାଇ ଯିବା ଫଳରେ ଗଛ ସବୁ ସୁଖିଯିବା ସହ ଚକଡା ଚକଡା ହୋଇ ପୋଡିଯିବା ସହ ମରିଯାଇ ତଳେ ପଡିଯାଉଛି ଏବଂ ଧାନ ସବୁ ଅଗାଡ଼ି ହୋଇ ଯାଉଛି । ଏହି ଚକଡା ପୋକ ଅତି ଦ୍ରୁତ ଗତିରେ ବିଲ କୁ ବିଲ ମାଡିଯାଇ ଧାନ ଚାଷ ଉଜାଡି ପକାଉଛନ୍ତି । ବର୍ତମାନ ଧାନ ପାଚି ଆସୁଥିବାରୁ ସେଥିରେ ଔଷଧ ପ୍ରୟୋଗ କରାଯାଇ ପାରିବନ ନାହିଁ । ତେଣୁ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତା ରେ ପଡିଛି । ଏପରିକି ଧାନ କାଟିଲେ ମଧ୍ୟ ମଜୁରୀ ପଇସା ଉଠିବା ମୁସ୍କିଲ ।
କୃଷି ଅଧିକର୍ଷକ ଙ୍କ କହିବା କଥା ହେଲା ଏବର୍ଷ ଯେ ହେତୁ ଅଧିକ ବର୍ଷା ହୋଇଛି ,ଧାନ ଗଛ ସବୁ ପାଖା ପାଖି ହୋଇ ଲାଗିଛି , ହାଇବ୍ରିଡ ଧାନ ଟିକେ ଅଧିକ ହୋଇଛି । ଫଳରେ ଏହି ଚକଡ଼ା ପୋକ ବଢ଼ିବାର ଅନୁକୁଳ ବାତାବରଣ ସୃଷ୍ଟି ହୋଇଛି | ଏବଂ ଏହି ଚକଡା ପୋକ ଲାଗିବା ଦ୍ଵାରା ଚାଷ କ୍ଷତି ହୋଇଛି ହେଲେ ଧାନ ଅମଳ ହେବା ପରେ ଯାଇ ସଠିକ କ୍ଷୟ କ୍ଷତି ର ଆବକନ କରାଯାଇଛ ପାରିବ । ଏ ଚକଡା ପୋକ ସଂପର୍କ ରେ ମଧ୍ୟ ଅମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦେଇଥିବା କହିଛନ୍ତି ।