ବିଦ୍ୟାଧରପୁର ସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଅନୁଷ୍ଠିତ କୃଷି ଓ କୃଷକ ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମନ୍ତ୍ରୀ ଶିବରାଜ ସିଂ ଚୌହାନ । ଏହି ଅବସରରେ ନିଜର ଅଭିଭାଷଣ ରଖି ଚାଷୀଙ୍କୁ ସ୍ବାବଲମ୍ବୀ ଏବଂ ଜାତୀୟ କୃଷି ମିଶନକୁ ନେଇ ଗୁରୁତ୍ବାରୋପ ପ୍ରକାଶ କରିଥିଲେ ।
Trending Photos
)
କଟକ: ଆଜି ଓଡ଼ିଶା ଗସ୍ତରେ ଆସି କୃଷି ଓ କୃଷକ ବିକାଶ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ଦଳର ବରିଷ୍ଠ ନେତା କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।
ଭୁବନେଶ୍ୱରରେ କିଛି ସମୟ ବିତାଇବା ପରେ ବିଦ୍ୟାଧରପୁର ସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଅନୁଷ୍ଠିତ କୃଷି ଓ କୃଷକ ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମନ୍ତ୍ରୀ ଶିବରାଜ ସିଂ ଚୌହାନ । ଏହି ଅବସରରେ ନିଜର ଅଭିଭାଷଣ ରଖି ଚାଷୀଙ୍କୁ ସ୍ବାବଲମ୍ବୀ ଏବଂ ଜାତୀୟ କୃଷି ମିଶନକୁ ନେଇ ଗୁରୁତ୍ବାରୋପ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ଧନଧାନ କୃଷି ଯୋଜନା ଉପରେ ମତ ରଖିବା ସହ ଶିବରାଜ କହିଥିଲେ ଯେ, ଜାତୀୟ ଫସଲ ଯୋଜନାରେ ଉତ୍ପାଦନ ବୃଦ୍ଧି କରି ଚାଷୀଙ୍କୁ ଆତ୍ମନିର୍ଭର କରିବୁ ଏବଂ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ଓ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହନ ସମ୍ପର୍କରେ ପରାମର୍ଶ ଦେଇଥିଲେ । ଭାରତର କୃଷି କ୍ଷେତ୍ର ଏକ ପରିବର୍ତ୍ତନଶୀଳ ମୋଡ଼ରେ ଅଛି ବୋଲି ମଧ୍ୟ ଶିବରାଜ ମତବ୍ୟକ୍ତ କରିଥିଲେ ।
Also Read- Fitment Factor: ଷଷ୍ଠ ଏବଂ ସପ୍ତମ ବେତନ କମିଶନରେ ଦରମା ବଢିଥିଲା ଏତିକି, ଅଷ୍ଟମରେ...
Also Read- ବଲିଉଡ ଅଭିନେତା ଧର୍ମେନ୍ଦ୍ର ଗୁରୁତର ଅସୁସ୍ଥ, ଭେଣ୍ଟିଲେଟରରେ ଭର୍ତ୍ତି