ଝାରସୁଗୁଡ଼ା ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପଲିଟେକ୍ନିକ୍ ଇଣ୍ଡଷ୍ଟ୍ରିଜ୍
Advertisement
Article Detail0/zeeodisha/odisha2527164

ଝାରସୁଗୁଡ଼ା ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପଲିଟେକ୍ନିକ୍ ଇଣ୍ଡଷ୍ଟ୍ରିଜ୍

Fire broke at riyan polytechnic: ସକାଳୁ ପାଇପ୍ କାରଖାନାର ଅଳିଆ ଗଦାରୁ ନିଆଁ ଲାଗିଥିଲା। ପରେ ଏହା ଧୀରେ ଧୀରେ ଅନ୍ୟସ୍ଥାନ ବ୍ୟାପିବାରେ ଲାଗିଛି। ସ୍ଥାନୀୟ ଲୋକେ ଏହା ଦେଖି ଗୋଦାମ ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ନିଆଁ ଆୟତ୍ତ କରିବାକୁ ଝାରସୁଗୁଡ଼ା ଅଗ୍ନିଶମ ବାହିନୀର ୨ଟି ଗାଡ଼ି, ଜିନ୍ଦଲ ଷ୍ଚିଲ୍ ଏବଂ ପାଓ୍ବାର ଏବଂ ବେଦାନ୍ତ କାରଖାନାର ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି। 

ଝାରସୁଗୁଡ଼ା ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପଲିଟେକ୍ନିକ୍ ଇଣ୍ଡଷ୍ଟ୍ରିଜ୍

ଝାରସୁଗୁଡ଼ା: ଝାରସୁଗୁଡା ସଦର ଥାନ ବେହେରାପାଟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏକ ପ୍ଲାଷ୍ଟିକ ସ୍କ୍ରାପ୍ ଗୋଦାମରେ ଲାଗିଲା ନିଆଁ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ନିଆଁକୁ ଆୟତ କରିବା ପାଇଁ ୪ଟି ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି। 

ଆଜି ସକାଳୁ ପାଇପ୍ କାରଖାନାର ଅଳିଆ ଗଦାରୁ ନିଆଁ ଲାଗିଥିଲା। ପରେ ଏହା ଧୀରେ ଧୀରେ ଅନ୍ୟସ୍ଥାନ ବ୍ୟାପିବାରେ ଲାଗିଛି। ସ୍ଥାନୀୟ ଲୋକେ ଏହା ଦେଖି ଗୋଦାମ ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ନିଆଁ ଆୟତ୍ତ କରିବାକୁ ଝାରସୁଗୁଡ଼ା ଅଗ୍ନିଶମ ବାହିନୀର ୨ଟି ଗାଡ଼ି, ଜିନ୍ଦଲ ଷ୍ଚିଲ୍ ଏବଂ ପାଓ୍ବାର ଏବଂ ବେଦାନ୍ତ କାରଖାନାର ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି।