)
Bhubaneswar Fire Tragedy: ଭୁବନେଶ୍ଵର:ଅଧ ରାତିରେ ଜଳି ଉଠିଲା ୧ ନମ୍ବର ହାଟ। ରାତି ପାଖାପାଖି ୧ଟା ହଠାତ କ୍ୟାପିଟାଲ ଥାନା ପାର୍ଶ୍ଵରେ ଥିବା ହାଟର ଗୋଟିଏ ଦୋକାନରେ ନିଆଁ ଲାଗିଥିଲା। ଏହି ଗୋଟିଏ ଦୋକାନରେ ଲାଗିଥିବା ନିଆଁ ଚାହୁଁଚାହୁଁ ଭୟଙ୍କର ରୂପ ନେଇ ପାଖ ଦୋକାନକୁ ମାଡି ଚାଲିଥିଲା। କେହିକିଛି ବୁଝିବା ଆଗରୁ ନିଆଁର କରାଳ ଆଁରେ ପାଖାପାଖି ୨୫ଟି ଦୋକାନ ଏହି ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।
ସେପଟେ ନିଆଁ ଲିଭାଇବା ପାଇଁ କଳ୍ପନା, ତମାଣ୍ଡୋ, ସଚିବାଳୟ, ଚନ୍ଦ୍ରଶେଖରପୁର, ବାଲିପାଟଣା ଓ ପାହାଳ ଦମକଳବାହିନୀ ସହ ସେଣ୍ଟ୍ରାଲ୍ ଷ୍ଟ୍ରାଇକ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିଲେ। ତେବେ ଏକ ପ୍ଲାଷ୍ଟିକ୍ ଦୋକାନରେ ନିଆଁ ଲାଗିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମବାହିନୀକୁ ନୟାନ୍ତ ହେବାକୁ ପଡ଼ିଛି। ପ୍ରାୟ ୨୦ଫୁଟ ଉଚ୍ଚରେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ, ଦୋକାନ ବନ୍ଦକରି ଘରକୁ ବାହାରୁଥିବା ଦୋକାନୀ ଓ କ୍ୟାପିଟାଲ ଥାନା ପୋଲିସ ହତଚକିତ ହୋଇଯାଇଥିଲେ ।
ଏହି ନିଆଁରେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ନିଆଁ ଲିଭା ଆରମ୍ଭ କରିଛନ୍ତି | ନିଆଁର ପ୍ରକୋପ ଭୟଙ୍କର ହୋଇଥିବାରୁ ନିଆଁ ଲିଭାଇବା ପାଇଁ ଆସିଥିବା ୭୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ହାଟ ଭିତରକୁ ପଶିପାରୁନାହାନ୍ତି। ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତା ଜଳିପଡ଼ି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁସାରେ କ୍ୟାପିଟାଲ ଥାନା ନିକଟ ଭୁବନେଶ୍ଵର ୧ ନମ୍ବର ହାଟର ଭେଣ୍ଡିଂ ଜୋନ ଓ ପ୍ଲାଷ୍ଟିକ ଦୋକାନରେ ନିଆଁ ଲାଗି ଯାଇଥିଲା। ଗୋଟିଏ ଦୋକାନରେ ନିଆଁ ଲାଗିବା ଫଳରେ ଅନ୍ୟ ଦୋକାନକୁ ବ୍ୟାପିବାରେ ଲାଗିଥିଲା। ନିଆଁ ତା’ର କରାଳ ଆଁ ମେଲାଇ ଗୋଟିଏ ପରେ ଗୋଟିଏ ଦୋକାନକୁ ଗିଳିଯାଇଥିଲା। ନିଆଁ ଏତେ ଦ୍ରୁତଗତିରେ ବ୍ୟାପିଥିଲା ଯେ କେହି କିଛି କରିପାରିନଥିଲେ। ଖବର ପାଇ ଏକ ହାଟର ବହୁ ବ୍ୟବସାୟୀ ଘଟଣାସ୍ଥଳ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ।