Advertisement
Article Detail0/zeeodisha/odisha2755314
Zee OdishaOdisha StateIMS Student: ଆଇଏମଏସ ପୁରାତନ ଛାତ୍ର ସଂଘର ପ୍ରଥମ ଭେଟଘାଟ

IMS Student: ଆଇଏମଏସ ପୁରାତନ ଛାତ୍ର ସଂଘର ପ୍ରଥମ ଭେଟଘାଟ

ଭୁବନେଶ୍ୱର: ଜୀବନର ସ୍ୱର୍ଣିମ ସମୟ ହେଉଛି ଛାତ୍ର ଜୀବନ। ଏହି ଚପଳାମୀ ବୟସରେ ଆଞ୍ଜୁଳାଏ ସମ୍ପର୍କ ଓ ଅପାସୋରା ସ୍ମୃତି ସବୁ ଜୀବନକୁ ସୁନ୍ଦର କରିଥାଏ। ଦିନ ସିନା ଚାଲିଯାଏ କିନ୍ତୁ ସମୟ ସୁଅରେ ରହିଯାଇଥିବା ଚିହ୍ନ ସବୁ ରହିଯାଏ ଅବିସ୍ମରଣୀୟ ସ୍ମୃତି ହୋଇ। ଆଉ ଏହି ସ୍ମୃତି ସବୁକୁ ଉଜ୍ଜିବିତ କରିବାକୁ ପ୍ରୟାସ କରିଥିଲେ ସାମ୍ବାଦିକତା ଶିକ୍ଷା କ୍ଷେତ୍

IMS Student: ଆଇଏମଏସ ପୁରାତନ ଛାତ୍ର ସଂଘର ପ୍ରଥମ ଭେଟଘାଟ

IMS Student: ଭୁବନେଶ୍ୱର: ଜୀବନର ସ୍ୱର୍ଣିମ ସମୟ ହେଉଛି ଛାତ୍ର ଜୀବନ। ଏହି ଚପଳାମୀ ବୟସରେ ଆଞ୍ଜୁଳାଏ ସମ୍ପର୍କ ଓ ଅପାସୋରା ସ୍ମୃତି ସବୁ ଜୀବନକୁ ସୁନ୍ଦର କରିଥାଏ। ଦିନ ସିନା ଚାଲିଯାଏ କିନ୍ତୁ ସମୟ ସୁଅରେ ରହିଯାଇଥିବା ଚିହ୍ନ ସବୁ ରହିଯାଏ ଅବିସ୍ମରଣୀୟ ସ୍ମୃତି ହୋଇ। ଆଉ ଏହି ସ୍ମୃତି ସବୁକୁ ଉଜ୍ଜିବିତ କରିବାକୁ ପ୍ରୟାସ କରିଥିଲେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ରାଜ୍ୟର ସୁନାମ ଅର୍ଜିଥିବା ଶିକ୍ଷାନୁଷ୍ଠାନ ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡ଼ିଜର ୨୦ ବର୍ଷର ପୁରାତନ ଛାତ୍ରଛାତ୍ରୀ ଅଭୁଲା ଅତୀତ କାର୍ଯ୍ୟକ୍ରମ ଜରିଆରେ। 

fallback

ଏକଜୁଟ ହୋଇଥିଲେ ଏହି ସବୁ ସ୍ମୃତିକୁ ଉଜ୍ଜିବିତ କରିବା ପାଇଁ ଗତ ରବିବାର ଦିନ। ୧୯୯୯ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସବୁ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନେ ଏକାଠି ହୋଇଥିଲେ ମହାସମ୍ମେଳନରେ। ଏକ ନିଆରା ଢଙ୍ଗରେ ଏହାକୁ ଉଦଘାଟନ କରିଥିଲେ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଉପେନ୍ଦ୍ର ପାଢୀ। ଚାରାରେ ପାଣି ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। 

Add Zee News as a Preferred Source

 ସେହିପରି ଭବିଷ୍ୟତର କାର୍ଯ୍ୟପନ୍ଥା ବା ଏକ ସୁନ୍ଦର ଜୀବନ ବିତାଇବାକୁ ପୁରାତନ ଛାତ୍ରଛାତ୍ରୀମାନେ ଆଶିର୍ବାଦ ଲୋଡିଥିଲେ ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକାଙ୍କ ଠାରୁ। ଫଳରେ ଛାତ୍ରଛାତ୍ରୀଙ୍କୁ ଅନୁରୋଧକୁ ରକ୍ଷା କରି ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଉପସ୍ଥିତ ଥିଲେ ପ୍ରଫେସର ଅମିତ ନିୟୋଗୀ, କିଶୋର ଦାସ, ଶିବଶଙ୍କର ଦାସ, ଜୟନ୍ତ ସ୍ୱାଇଁ, ମନସ୍ୱିନୀ ମିଶ୍ର, ନଳିନୀ ପାତ୍ର, ସରିତା ଚକ୍ରବର୍ତ୍ତି, ଶାଳିନୀ ମହାପାତ୍ର, ରଘୁନାଥ ମଣ୍ଡଳ, ମନୋରଞ୍ଜନ ପଣ୍ଡା ପ୍ରମୁଖ। ସେହିଭଳି ପୁର୍ବତନ ଛାତ୍ର ତଥା ବରିଷ୍ଟ ସାମ୍ବାଦିକ ସଞ୍ଜୟ ଜେନା, ଅମିୟ ପାଣି, ଭକ୍ତ ତ୍ରିପାଠୀଙ୍କ ସମେତ ଆଇଏମଏସର ୧୫୦ ରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । 

fallback

କାର୍ଯ୍ୟକ୍ରମ ଆରମ୍ଭରୁ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଅମୃତାମୟୀ ସାହୁ, ଆଶିଷ ଆଚାର୍ଯ୍ୟ, ସନ୍ତୋଷ କୁମାର ପଣ୍ଡା, ଅରୁଣ ସାହୁ ଓ ଲୋକନାଥ ପାଣିଗ୍ରାହୀ। ସେହିପରି କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱରେ ରହିଥିଲେ ଅନୁର୍ଜୟ ଧଳ, ଲାଲମୋହନ ପଣ୍ଡା, ଅଭିଷେକ ଶ୍ରୀବାସ୍ତବ, ଜ୍ଞନଦର୍ଶୀ ସାହୁ, ମନୋରଞ୍ଜନ ପଣ୍ଡା, ମନୋଜ କୁମାର ତ୍ରିପାଠୀ ଓ ସରୋଜ କୁମାର ବେହେରା। ସନ୍ତୋଷ କୁମାର ପଣ୍ଡା ସ୍ଵାଗତୋକ୍ତି ଦେଇଥିଲେ।

About the Author