Advertisement
Article Detail0/zeeodisha/odisha2769647
Zee OdishaOdisha StateForbes Asia 30 Under 30 list: ଫୋର୍ବସ୍ ଏସିଆ ୩୦ ଅଣ୍ତର ୩୦: ତାଲିକାରେ ଓଡ଼ିଶାରୁ ୫ ଉଦ୍ୟୋଗୀ

Forbes Asia 30 Under 30 list: ଫୋର୍ବସ୍ ଏସିଆ '୩୦ ଅଣ୍ତର ୩୦': ତାଲିକାରେ ଓଡ଼ିଶାରୁ ୫ ଉଦ୍ୟୋଗୀ

Forbes Asia 30 Under 30 list: ରାଜ୍ୟର ପାଇଁ ଗୌରବ ଆଣିଲେ ୫ ଓଡି଼ଆ। ଫୋବର୍ସ ପକ୍ଷରୁ ଜାରି କରାଯାଇଥିବା ଏସିଆର ୩୦ ବର୍ଷରୁ କମ୍  ୩୦ ଉଦ୍ୟୋଗୀଙ୍କ ତାଲିକାରେ ଓଡିଶାରୁ ୫ ଜଣ  ଯୁବ ଉଦ୍ଦ୍ୟଗୀଙ୍କ ନାଁ  ରହିଛି। 

Forbes Asia 30 Under 30 list: ଫୋର୍ବସ୍ ଏସିଆ '୩୦ ଅଣ୍ତର ୩୦': ତାଲିକାରେ ଓଡ଼ିଶାରୁ ୫ ଉଦ୍ୟୋଗୀ

Forbes Asia 30 Under 30 list: ରାଜ୍ୟର ପାଇଁ ଗୌରବ ଆଣିଲେ ୫ ଓଡି଼ଆ। ଫୋବର୍ସ ପକ୍ଷରୁ ଜାରି କରାଯାଇଥିବା ଏସିଆର ୩୦ ବର୍ଷରୁ କମ୍  ୩୦ ଉଦ୍ୟୋଗୀଙ୍କ ତାଲିକାରେ ଓଡିଶାରୁ ୫ ଜଣ  ଯୁବ ଉଦ୍ଦ୍ୟଗୀଙ୍କ ନାଁ  ରହିଛି। ଶିଳ୍ପ, ମାନୁଫାକଚରିଂ(ନିର୍ମାଣ) ଶକ୍ତି ୨୦୨୫ ତାଲିକାରେ ଓଡିଶାର ଷ୍ଟାଟ୍-ଅଫ୍ ଆଇଜି ଡ୍ରୋନ୍ସର ଦୁଇ ପ୍ରତିଷ୍ଠାତା ବୋଦ୍ଧିସତ୍ତ୍ବ ସଂଘପ୍ରିୟ ଓ ଓମ ପ୍ରକାଶ ; ସ୍ପେସଫଇଲ୍ସସର୍ ସହ ପ୍ରତିଷ୍ଠାତା ଓ ସିଇଓ ଅପୂର୍ବ ମାସୁକ୍ ଏବଂ ୟଙ୍ଗ୍ ଟିଙ୍କରର ସହ ପ୍ରତିଷ୍ଠାତା ବୈଶାଲୀ ଶର୍ମା ଓ ଅନୀଲ ପ୍ରଧାନଙ୍କ ନାଁ ରହିଛି । ସମସ୍ତ ଉଦ୍ୟୋଗୀମାନଙ୍କୁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନେକ ବିଶିଷ୍ଟ ବ୍ୟକ୍ତି ଅଭିନନ୍ଦନ ଜଣାଉଛନ୍ତି।  

ସମସ୍ତ ଉଦ୍ୟୋଗୀଙ୍କୁ  ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେ ଆପଣମାନଙ୍କ ଅବିଶ୍ରାନ୍ତ  ପରିଶ୍ରମ, ନବୋନେଷ୍ମ ଚିନ୍ତାଧାରା ଓ ଦୂର ଦୃଷ୍ଟି  ଓଡି଼ଶାକୁ  ବିଶ୍ବ ସ୍ତରରରେ ଗୌରବାନିତ୍ବ କରିଛନ୍ତି।   ଆପଣମାନଙ୍କ ଉଦାରଣୀୟ ସଫଳତା  ଆମ ଯୁବପୀଢିମାନଙ୍କୁ ମହତ୍ବାକାକ୍ଷୀ ହେବାକୁ ନୂଆ ମାର୍ଗ ଅନୁସରଣ କରିବାକୁ ପ୍ରେରଣା ଯୋଗାଇବ। ସେହିପରି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଓଡ଼ିଶା ଓ ଭାରତର ଯୁବ ନବସୃଜନକାରୀ ଓ ଉଦ୍ୟୋଗୀମାନେ ସାରା ବିଶ୍ବରେ ପ୍ରଭାବ ସୃଷ୍ଟି କରିଛନ୍ତି। 

Add Zee News as a Preferred Source
About the Author