Advertisement
Article Detail0/zeeodisha/odisha2684852
Zee OdishaOdisha StateDebendra Pradhan cremation: ପଞ୍ଚଭୂତରେ ବିଲୀନ ହେଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ମର ଶରୀର

Debendra Pradhan cremation: ପଞ୍ଚଭୂତରେ ବିଲୀନ ହେଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ମର ଶରୀର

Debendra Pradhan cremation: ୧୯୮୦ ରୁ ୮୩ ପର୍ଯ୍ୟନ୍ତ ବିଜେପି ମଣ୍ଡଳ ସଭାପତି ରହିଥିବା ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନ ପରବର୍ତ୍ତୀ ମୁହୂର୍ତ୍ତରେ ବିଜେପି ରାଜ୍ୟ ସଭାପତି,ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ବାଜପେୟୀ ସରକାରରେ କେନ୍ଦ୍ର ମନ୍ତ୍ରୀ ଦାୟିତ୍ଵ ନିର୍ବାହ କରିଥିଲେ। ଯେତେବେଳେ ବିଜେପିର ସେଭଳି ସତ୍ତା ନଥିଲା,ସେବେଠାରୁ ବିଜେପି ସଙ୍ଗଠନକୁ ମଜବୁତ୍ କରିଥିଲେ ସ୍ବର୍ଗତ ପ୍ରଧାନ।

Debendra Pradhan cremation: ପଞ୍ଚଭୂତରେ ବିଲୀନ ହେଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ମର ଶରୀର

Debendra Pradhan cremation: ପଞ୍ଚଭୂତରେ ବିଲୀନ ହେଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ମର ଶରୀର। ଶ୍ରୀକ୍ଷେତ୍ର ସ୍ୱର୍ଗଦ୍ୱାରର ୨୮ ନମ୍ବର୍ ପିଣ୍ଡିରେ ସ୍ବର୍ଗତ ପ୍ରଧାନଙ୍କ ଦାହ ସଂସ୍କାର କରାଯାଇଛି । ସ୍ବର୍ଗତ ପ୍ରଧାନଙ୍କ ବଡ ପୁଅ ସୌମେନ୍ଦ୍ର ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ଛୁଟିଥିଲା ବିଶିଷ୍ଟ ରାଜନେତା,ମନ୍ତ୍ରୀ,ସଂଗଠକଙ୍କ ସୁଅ। ସାନ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତାଙ୍କ ଦାହ ସଂସ୍କାର ପରେ ଚିତାଭସ୍ମ ନେଇ ପବିତ୍ର ମହୋଦଧିରେ ବିସର୍ଜନ କରିଥିଲେ ।ପରିବାର ତରଫରୁ ସ୍ବର୍ଗତ ପ୍ରଧାନଙ୍କ ଅସ୍ଥି  ସଂଗ୍ରହ କରି ନିଆଯାଇଥିଲା। 

ତେବେ ଜଣେ ଦୃଢ଼ ସଙ୍ଗଠକ,ରାଜନେତା,ମନ୍ତ୍ରୀ ଭାବରେ ଦାୟିତ୍ଵ ତୁଲାଇ ବେଶ ସୁନାମ ଅର୍ଜନ କରିଥିଲେ ସ୍ବର୍ଗତ ପ୍ରଧାନ।ଯୋଗ ଗୁରୁ ରାମଦେବ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି,ମନ୍ତ୍ରୀ ସୁରେଶ ପୂଜାରୀ,ମନ୍ତ୍ରୀ ରବି ନାୟକ ,ପୁରୀ ସାଂସଦ ସମ୍ବିତ ପାତ୍ର,ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ବିଜେପି ସଭାପତି ସମିର ମହାନ୍ତି ବିଜେଡି ନେତା ସଂଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ। ୧୯୮୦ ରୁ ୮୩ ପର୍ଯ୍ୟନ୍ତ ବିଜେପି ମଣ୍ଡଳ ସଭାପତି ରହିଥିବା ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନ ପରବର୍ତ୍ତୀ ମୁହୂର୍ତ୍ତରେ ବିଜେପି ରାଜ୍ୟ ସଭାପତି,ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ବାଜପେୟୀ ସରକାରରେ କେନ୍ଦ୍ର ମନ୍ତ୍ରୀ ଦାୟିତ୍ଵ ନିର୍ବାହ କରିଥିଲେ। ଯେତେବେଳେ ବିଜେପିର ସେଭଳି ସତ୍ତା ନଥିଲା,ସେବେଠାରୁ ବିଜେପି ସଙ୍ଗଠନକୁ ମଜବୁତ୍ କରିଥିଲେ ସ୍ବର୍ଗତ ପ୍ରଧାନ।

Add Zee News as a Preferred Source
About the Author