)
ସମ୍ବଲପୁର: ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ ବନ୍ଦ ହୋଇଛି । ବର୍ତ୍ତମାନ ୧୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି ବୋଲି ସୂଚନା ମିଳିଛି ।
ଅନ୍ୟପଟେ, ରାଜ୍ୟରେ ବର୍ତ୍ତମାନ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ବୁଢ଼ାବଳଙ୍ଗ, ବୈତରଣୀ ସମେତ ପ୍ରମୁଖ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । କେବଳ ଜଳକା ନଦୀ ବିପଦ ସଙ୍କେତ ଉପରେ ଅଛି, କିନ୍ତୁ କମୁଛି । ଆଗାମୀ ୭ ଦିନ ପର୍ଯ୍ୟନ୍ତ ବର୍ଷା ନଥିବାରୁ ସ୍ଥିତିରେ ଆହୁରି ସୁଧାର ଆସିବ । ହୀରାକୁଦ ଜଳସ୍ତର ୯ଟା ସୁଦ୍ଧା ୬୨୬.୩୫ ଫୁଟ୍ ରହିଥିଲା । ପ୍ରଥମେ ୪ଟି ଗେଟ୍ ବନ୍ଦ କରାଯାଇ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିଲା । ୩ ଲକ୍ଷ ୮୫ ହଜାର କ୍ୟୁସେକ ପ୍ରବେଶ କରୁଥିବା ସମୟରେ ୪ ଲକ୍ଷ ୨୪ ହଜାର କ୍ୟୁସେକ ନିଷ୍କାସିତ ହେଉଥିଲା । କାଲି ମୁଣ୍ଡଳୀରେ ସଂଧ୍ୟା ୬ଟାରେ ୫ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।