ରଥଯାତ୍ରାରେ ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରିବା ପାଇଁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କଡ଼ା ଟିପ୍ପଣୀ ଦେଇଛନ୍ତି । ଘୋଷଯାତ୍ରା ସମୟରେ କୌଣସି ଅଣସେବାୟତ ରଥ ଉପରକୁ ଚଢ଼ି ପାରିବେନି । କୌଣସି ପ୍ରକାର ଅନଧିକୃତ କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ହେବ ଏବଂ ସମସ୍ତଙ୍କୁ ରଥ ଉପରେ ମୋବାଇଲ୍ ବ୍ୟବହାର ନେଇ ବାରଣ କରାଯାଇଛି ।
Trending Photos
)
ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କୌଣସି ପରିସ୍ଥିତିରେ ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ 'ଧାମ' କୁହାଯାଇପାରିବ ନାହିଁ । କେମିତି 'ଧାମ' ନାଁ ହଟିବ, ସେନେଇ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ।
ଗଜପତି ମହାରାଜା କହିଥିଲେ ଯେ, ଦେଶ ବିଦେଶରେ ଅନେକ ଜଗନ୍ନାଥ ମନ୍ଦିର ରହିଛି କିନ୍ତୁ କୌଣସି ସ୍ଥାନରେ ଏପରି ନାମକରଣ କରାଯାଇନାହିଁ । ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଅବଗତ କରି ସାରିଛନ୍ତି । କେମିତି ଦୀଘାରୁ ଜଗନ୍ନାଥ ଧାମ ନାମ ହଟିବ ତାହା ରାଜ୍ୟ ସରକାର କରନ୍ତୁ କାରଣ ଏହି ମନ୍ଦିର ପଶ୍ଚିମବଙ୍ଗ ସରକାର ନିର୍ମାଣ କରିଛନ୍ତି ଏବଂ ପଶ୍ଚିମବଙ୍ଗ ସରକାର ନିଜେ ଟ୍ରଷ୍ଟ ଗଠନ କରିଛନ୍ତି । କୌଣସି ଘରୋଇ ସଂସ୍ଥା ଏହି କାର୍ଯ୍ୟ କରି ନାହାନ୍ତି ବୋଲି ଗଜପତି ମହାରାଜା କହିଛନ୍ତି ।
ଅନ୍ୟପଟେ, ରଥଯାତ୍ରାରେ ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରିବା ପାଇଁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କଡ଼ା ଟିପ୍ପଣୀ ଦେଇଛନ୍ତି । ଘୋଷଯାତ୍ରା ସମୟରେ କୌଣସି ଅଣସେବାୟତ ରଥ ଉପରକୁ ଚଢ଼ି ପାରିବେନି । କୌଣସି ପ୍ରକାର ଅନଧିକୃତ କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ହେବ ଏବଂ ସମସ୍ତଙ୍କୁ ରଥ ଉପରେ ମୋବାଇଲ୍ ବ୍ୟବହାର ନେଇ ବାରଣ କରାଯାଇଛି । ନିୟମ ଉଲଙ୍ଘନ କଲେ କେବଳ କେବଳ ମୋବାଇଲ୍ ସିଜ୍ ନୁହେଁ ଫୌଜଦାରୀ ମାମଲା ମଧ୍ୟ ହେବ ।
ମୁଖ୍ୟ ପ୍ରଶାସକ ସୂଚନା ଦେଇ ଏକଥା ମଧ୍ୟ କହିଛନ୍ତି ଯେ, ପରିକ୍ରମା ପ୍ରକଳ୍ପ ବାହାରେ ବହୁ ବଡ଼ ବଡ଼ ଅଟ୍ଟାଳିକା ଗଢ଼ି ଉଠୁଛି ଏବଂ ସେମାନେ ନିଜସ୍ବ ଢ଼ଙ୍ଗରେ ଅଟ୍ଟାଳିକା ଗୁଡିକ ନିର୍ମାଣ କରୁଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ ବି ବଡ଼ ବଡ଼ ଅଟ୍ଟାଳିକା ହେଉଛି । ସେହି ଅଟ୍ଟାଳିକାଗୁଡ଼ିକର ନିର୍ଦ୍ଦିଷ୍ଟ ଭାବେ ଢ଼ାଞ୍ଚା ସ୍ଥିର ହେବା ଦରକାର । ଆମେ ଏନେଇ ନଗର ଉନ୍ନୟନ ବିଭାଗକୁ ଅବଗତ କରିବୁ ଏବଂ ଅଟ୍ଟାଳିକାଗୁଡ଼ିକର ଉଚ୍ଚତା ନିର୍ଦ୍ଧାରଣ ପାଇଁ ସରକାରଙ୍କୁ ଲେଖିବୁ । ଶ୍ରୀମନ୍ଦିର ସମ୍ପର୍କିତ ସମସ୍ତ ଶବ୍ଦାବଳୀକୁ ନେଇ ‘ପାଟେଣ୍ଟ’ କରାଯିବ ବୋଲି ଅରବିନ୍ଦ ପାଢୀ କହିଛନ୍ତି ।
ଆପଣଙ୍କୁ କହିରଖୁଛୁ ଯେ, ପୁରୀ ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମସ୍ତ କେନ୍ଦ୍ରମନ୍ତ୍ରୀ ଏବଂ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ରଥଯାତ୍ରା ପାଇଁ ନିମନ୍ତ୍ରଣ କରିଛନ୍ତି । ନିମନ୍ତ୍ରଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
Also Read- କିଡନୀ ଏବଂ ମଧୁମେହ ସହ ୭ଟି ରୋଗର ରାମବାଣ 'ତେଜପତ୍ର' ଏପରି କରନ୍ତୁ ବ୍ୟବହାର
Also Read- BSNL Plan: ଦିନକୁ ମାତ୍ର ୬ ଟଙ୍କା ଖର୍ଚ୍ଚରେ ୧୩ ମାସ ପର୍ଯ୍ୟନ୍ତ ଟେନସନ୍ ଫ୍ରି !