Advertisement
Article Detail0/zeeodisha/odisha2955718

Odisha News:ଗ୍ୟାଙ୍ଗଷ୍ଟାର ଚିକୁ ତରାଇ ସମେତ ଅନ୍ୟ ୩ ଅପରାଧି ଗିରଫ

Odisha News: ମୁଖ୍ୟ ଗ୍ୟାଙ୍ଗଷ୍ଟାର ଚିକୁ ତରାଇ ସମେତ ଅନ୍ୟ ୩ ଅପରାଧି ଗିରଫ। ସୁନା ଚେନ ସହ ବହୁ ମାରଣାସ୍ତ୍ର ଜବତ। 

Odisha News:ଗ୍ୟାଙ୍ଗଷ୍ଟାର ଚିକୁ ତରାଇ ସମେତ ଅନ୍ୟ ୩ ଅପରାଧି ଗିରଫ

Odisha News: ମୁଖ୍ୟ ଗ୍ୟାଙ୍ଗଷ୍ଟାର ଚିକୁ ତରାଇ ସମେତ ଅନ୍ୟ ୩ ଅପରାଧି ଗିରଫ। ସୁନା ଚେନ ସହ ବହୁ ମାରଣାସ୍ତ୍ର ଜବତ। ଜଗତସିଂହପୁର ଜିଲ୍ଲା କ୍ରିଷ୍ଣାନନ୍ଦପୁର ଥାନା ମହାନଦୀ ପଠାର ଏକ ଜଙ୍ଗଲରେ କ୍ରିଷ୍ଣାନନ୍ଦପୁର ପୋଲିସର ଏକ ଟିମ ଚଢ଼ାଉ କରି ଡକାୟତ ଉଦ୍ୟମ କରୁଥିବାବେଳେ ମୁଖ୍ୟ ଅପରାଧି ଚିକୁ ତରାଇ ସହ ୪ ଡକାୟତ ଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି।

 

ଗିରଫ ଅପରାଧୀଙ୍କ ଠାରୁ ଗୋଟିଏ ସୁନା ଚେନ,ଗୋଟିଏ ବାଇକ ଓ ମୋବାଇଲ ସହ ଲଙ୍କା ଗୁଣ୍ଡ ପ୍ୟାକେଟ ଓ ବହୁ ମାରଣାସ୍ତ୍ର ଜବତ ହୋଇଛି। ପାରାଦୀପ ଲକଥାନା ବିଶ୍ୱାଳି ଗାଁ ର ମୁଖ୍ୟ ଅଭିଯୁକ୍ତ ଚିକୁ ଓରଫ ଚିନ୍ମୟ ତରାଇ ନାଁରେ ବିଭିନ୍ନ ଥାନାରେ ରହିଛି ୩୦ ରୁ ଉର୍ଦ୍ଧ ଅପରାଧିକ ମାମଲା ରହିଛି। ଚିକୁ ତରାଇ ଏକ ୭ ଜଣିଆ ଡକାୟତ ଗ୍ୟାଙ୍ଗ ଗଢିବା ସହ ତାର ନେତୃତ୍ବରେ ଜଗତସିଂହପୁର ସମେତ ସାରା ରାଜ୍ୟରେ ଡକାୟତି ସମେତ ବିଭିନ୍ନ ଅପରାଧ ଘଟାଇ ଆସୁଥିଲେ । ଏମାନଙ୍କୁ ଗିରଫ କରାଯିବା ପରେ ଜିଲ୍ଲାରେ ବହୁମାତ୍ରାରେ ଡକାୟତି ଓ ଅପରାଧ କାର୍ଯ୍ୟକଳାପ ହ୍ରାସ ପାଇବ ବୋଲି ଜଗତସିଂହପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Add Zee News as a Preferred Source

 

 

About the Author