Advertisement
Article Detail0/zeeodisha/odisha2687264
Zee OdishaOdisha StateOdisha News: ଖୁସି ଖବର, ଆଉ ରହିବନି ବ୍ଲକ୍ ଗ୍ରାଣ୍ଟ, ସବୁ ଶିକ୍ଷକ-ଅଧ୍ୟାପକଙ୍କୁ ମିଳିବ ଗ୍ରାଣ୍ଟ୍-ଇନ୍-ଏଡ୍

Odisha News: ଖୁସି ଖବର, ଆଉ ରହିବନି ବ୍ଲକ୍ ଗ୍ରାଣ୍ଟ, ସବୁ ଶିକ୍ଷକ-ଅଧ୍ୟାପକଙ୍କୁ ମିଳିବ ଗ୍ରାଣ୍ଟ୍-ଇନ୍-ଏଡ୍

Odisha News: ଆଉ କୌଣସି ବିଦ୍ୟାଳୟ,ମହାବିଦ୍ୟାଳୟର ଶିକ୍ଷକ , ଅଧ୍ୟାପକମାନେ  ବ୍ଲକ୍ ଗ୍ରାଣ୍ତ ପାଇବେ ନାହିଁ। ସମସ୍ତ ଶିକ୍ଷକ , ଅଧ୍ୟାପକଙ୍କୁ ୧୯୯୪ ନିୟମ ଅନୁସାରେ, ଗ୍ରାଣ୍ତ-ଇନ୍-ଏଡ୍ ଦରମା ପ୍ରଦାନ କରିବାକୁ  ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ରାଜ୍ୟ ସରକାରଙ୍କୁ ଦେଇଛନ୍ତି।

Odisha News: ଖୁସି ଖବର, ଆଉ ରହିବନି ବ୍ଲକ୍ ଗ୍ରାଣ୍ଟ, ସବୁ ଶିକ୍ଷକ-ଅଧ୍ୟାପକଙ୍କୁ ମିଳିବ ଗ୍ରାଣ୍ଟ୍-ଇନ୍-ଏଡ୍

Odisha News: ଆଉ କୌଣସି ବିଦ୍ୟାଳୟ,ମହାବିଦ୍ୟାଳୟର ଶିକ୍ଷକ , ଅଧ୍ୟାପକମାନେ  ବ୍ଲକ୍ ଗ୍ରାଣ୍ତ ପାଇବେ ନାହିଁ। ସମସ୍ତ ଶିକ୍ଷକ , ଅଧ୍ୟାପକଙ୍କୁ ୧୯୯୪ ନିୟମ ଅନୁସାରେ, ଗ୍ରାଣ୍ତ-ଇନ୍-ଏଡ୍ ଦରମା ପ୍ରଦାନ କରିବାକୁ  ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ରାଜ୍ୟ ସରକାରଙ୍କୁ ଦେଇଛନ୍ତି। ପ୍ରାୟ ୩ ଶହ ଆବେଦନକାରୀ ଶିକ୍ଷକ, ଆବେଦନକାରୀଙ୍କ ଶିକ୍ଷକ , ଅଧ୍ୟାପକଙ୍କ ପକ୍ଷରୁ ଆଗତ ମାମଲାର  ଏକତ୍ର ଶୁଣାଣୀ କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ଆଦେଶ ଫଳରେ ରାଜ୍ୟର ଲକ୍ଷାଧିକ ଶିକ୍ଷକ , ଅଧ୍ୟାପକ ଉପକୃତ ହେବେ। 

ALSO READ: Gold Rate Today: ନୂଆ ସୁନା ଦର ଜାରି, ୬୮ ହଜାର ତଳେ ରହିଛି ଭରି ପିଛା ମୂଲ୍ୟ

ALSO READ: ବିୟୁଟି ପାର୍ଲରରେ ଏମିତି କିଛି କାମ କଲେ ଯାତ୍ରା ଅଭିନେତ୍ରୀ ନିଶା, ଭାଇରାଲ୍ ହେଲା ଭିଡିଓ

Add Zee News as a Preferred Source

ରାଜ୍ୟ ସରକାର ୧୯୯୪ ମସିହାରେ  ଏକ ଆଇନ୍ ବଳରେ ବିଭିନ୍ନ ବିଦ୍ୟାଳୟ  ଏବଂ ମହା ବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକଙ୍କ ପାଇଁ ଗ୍ରାଣ୍ଟ-ଇନ୍-ଏଡ଼ ଲାଗୁ କରିଥିଲେ।  ଏହା ଲାଗୁ ହେବା ଫଳରେ  ବ୍ୟବସ୍ଥା ହେଲା ଯେ,  ଜଣେ ଶିକ୍ଷକ ବା ଅଧ୍ୟାପକ ୫ ବର୍ଷ ଚାକିରି କରିବା ପରେ ମୋଟ୍ ଦରମାର ୩ ଭାଗରୁ ଭାଗେ ପାଇବେ। ୭ ବର୍ଷ ଚାକିରି ପୂରଣ କଲେ ତିନି ଭାଗରୁ ୨ ଭାଗ  ଏବଂ ୯ ବର୍ଷ ଚାକିରି ପୂରଣ କଲେ ସମ୍ପୁର୍ଣ୍ଣ ଦରମା ପାଇବେ। କିନ୍ତୁ ୨୦୦୪ ରେ ରାଜ୍ୟ ସରକାର ୧୯୯୪ ଅଧିନିୟମକୁ ଉଚ୍ଚେଦ କରି ଗ୍ରାଣ୍ଟ-ଇନ୍ -ଏଡ଼ ପରିବର୍ତ୍ତେ ବ୍ଲକ୍ ଗ୍ରାଣ୍ଟ ଲାଗୁ କରିଥିଲେ। ଆର୍ଥାତ୍ ଜଣେ ଶିକ୍ଷକ ବା ଅଧ୍ୟାପକଙ୍କୁ ସରକାର ୪୦ ପ୍ରତିଶତ ଦରମା ପ୍ରଦାନ କରିବେ। ବାକୁ ଅର୍ଥ ମ୍ୟାନେଜମେଣ୍ଟ ପ୍ରଦାନ କରିବ। ୨୦୦୮ ରେ ରାଜ୍ୟ ସରକାର ୬୬୨ ଟି ମହାବିଦ୍ୟାଳୟକୁ  ବ୍ଲକ୍ ଗ୍ରାଣ୍ତ ପ୍ରଦାନ କରିଥିଲେ। 

ALSO READ: Pakhala Dibasa 2025: ପଖାଳ ଖାଇଲେ ଦୂର ହୁଏ କେଉଁ ସବୁ ରୋଗ? ଜାଣନ୍ତୁ

୨୦୦୯ରେ ବାକି ରହିଯାଇଥିବା ମହାବିଦ୍ୟାଳୟକୁ ଏହି ବ୍ଲକ୍ ଗ୍ରାଣ୍ଟରେ ସାମିଲ୍ କରାଯାଇଥିଲେ। ଏହି ବ୍ଲକ୍ ଗ୍ରାଣ୍ଟକୁ ବିରୋଧ କରି ବହୁ ମାମଲା ସ୍ୟାଟ୍ ରେ ହୋଇଥିଲା। ସ୍ୟାଟ୍ ବ୍ଲକ୍ ଗ୍ରାଣ୍ଟ ପରିବର୍ତ୍ତେ  ଗ୍ରାଣ୍ଟ ଇନ୍ -ଏଡ଼୍ ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ହାଇକୋର୍ଟ ଏହି ଆଦେଶକୁ ରଦ୍ଦ କରି ୧୯୯୪ ଆଇନ୍ ଉଚ୍ଛେଦ ହୋଇଥିବାରୁ ଆଉ ଗ୍ରାଣ୍ଟ-ଇନ୍ -ଏଡ଼ ଲାଗୁ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ସୁପ୍ରିମକୋର୍ଟ ମଧ୍ୟ ଏହି ଆଦେଶକୁ କାଏମ୍ ରଖିଥିଲେ।  କିନ୍ତୁ ପରେ ସୁପ୍ରିମକୋର୍ଟରୁ ପୁଣି କିଛି ମାମଲାରେ ସ୍ୟାଟ୍ ଆଦେଶ ଆଧାରରେ ଗ୍ରାଣ୍ଟ ଇନ୍-ଏଡ଼ ଲାଗୁ କରିବା ଲାଗି ନିର୍ଦ୍ଦେଶ ମିଳିଥିଲା।  ଏହିଭଳି ସ୍ଥିତିରେ ବହୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ।  ହୋଇକୋର୍ଟ ମାମଲାର ରାୟ ପ୍ରକାଶ କରି ଶିକ୍ଷକ, ଅଧ୍ୟାପକଙ୍କ ମଧ୍ୟରେ ସମାନ କାମ ପାଇଁ ପୃଥକ ପୃଥକ ନିୟମ ଲାଗୁ ହୋଇପାରିବ ନାହିଁ ବୋଲି କହିଛନ୍ତି। ତେଣୁ ଯେଉଁମାନେ ୧୯୯୪ ନିୟମ ଆଧାରରେ ଆବେଦନ କରିଛନ୍ତି। ସେମାନଙ୍କ କଥାକୁ ବିଚାରକୁ ନେଇ ରାଜ୍ୟ ସରକାର ଗ୍ରାଣ୍ତ-ଇନ୍-ଏଡ଼ ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ମାମଲାର ପରିଚାଳନା କରୁଥିଲେ। 

 

About the Author