)
ଭୁବନେଶ୍ୱର: ଯଦି ଆପଣ ଗାଡି ଚଳାଇବା ସମୟରେ କୌଣସି କାରଣରୁ ଚାଲାଣ କଟିଛି ତେବେ ଆପଣଙ୍କ ପାଇଁ ଆଶ୍ୱସ୍ତିଜନକ ଖବର । ଜୁଲାଇ ୩୧ କିମ୍ବା ତା ପୂର୍ବରୁ ଇ ଚାଲାଣ କଟିଥିଲେ ଫାଇନରେ କୋହଳ ବ୍ୟବସ୍ଥା ଲାଗୁ କରିଛନ୍ତି ସରକାର । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
ବିଜ୍ଞପ୍ତି ମୁତାବକ କଟିଥିବା ଫାଇନ୍ ଉପରେ ୫୦ ପ୍ରତିଶତ କୋହଳ କରିଛନ୍ତି ରାଜ୍ୟ ସରକାର । ଅର୍ଥାତ ଯଦି ଆପଣଙ୍କ ଚାଲାଣ ରାଶି ୫୦ ହଜାର ଟଙ୍କା ରହିଛି ତେବେ ଏହା ବଦଳରେ ଆପଣଙ୍କୁ ୨୫ ହଜାର ଟଙ୍କା ଦେବାକୁ ପଡିବ । ଯଦି ୧୦ ହଜାର ଟଙ୍କା ଫାଇନ୍ କଟିଛି ତେବେ ଏହା ବଦଳରେ ୫ ହଜାର । ଯଦି ୫ ହଜାର ଟଙ୍କା ଫାଇନ୍ କଟିଥାଏ ତେବେ ଏହା ବଦଳରେ ୨୫୦୦ ଫାଇନ୍ ଦେବେ ଗାଡି ଚାଳକ । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ଗାଡିଚାଳକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଚର୍ଚ୍ଚା ହେଉଛି ।