ରାଜ୍ୟ ସରକାର ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ଭତ୍ତା ବୃଦ୍ଧିକୁ ବିଜ୍ଞପିତ କରିଛନ୍ତି। ଏହି ବିଜ୍ଞପ୍ତି ଅନୁସାରେ ଜୁନ ମାସରୁ ସେମାନଙ୍କ ଭତ୍ତା ପରିମାଣକୁ ୩୫୦୦ ଟଙ୍କା କରାଯାଇଛି। ଯେଉଁମାନଙ୍କ ବୟସ ୮୦ ବର୍ଷରୁ ଅଧିକ ହୋଇଛି ସେମାନଙ୍କୁ ଏହି ବରଦ୍ଧିତ ଭତ୍ତା ଜୁନ୍ ମାସରୁ ମିଳିବ।
Trending Photos
)
Odisha News: ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ଭତ୍ତା ବୃଦ୍ଧିକୁ ବିଜ୍ଞପିତ କରିଛନ୍ତି। ଏହି ବିଜ୍ଞପ୍ତି ଅନୁସାରେ ଜୁନ ମାସରୁ ସେମାନଙ୍କ ଭତ୍ତା ପରିମାଣକୁ ୩୫୦୦ ଟଙ୍କା କରାଯାଇଛି। ଯେଉଁମାନଙ୍କ ବୟସ ୮୦ ବର୍ଷରୁ ଅଧିକ ହୋଇଛି ସେମାନଙ୍କୁ ଏହି ବରଦ୍ଧିତ ଭତ୍ତା ଜୁନ୍ ମାସରୁ ମିଳିବ। ଏହାସହ ୮୦ ପ୍ରତିଶତ ଭିନ୍ନକ୍ଷମ ବ୍ୟକ୍ତି ମଧ୍ୟ ନିଜର ବର୍ଦ୍ଧିତ ଭତ୍ତା ମାସିକ ୩୫୦୦ ଟଙ୍କା ପାଇବେ ବୋଲି ରାଜ୍ୟ ଭିନ୍ନକ୍ଷମ ଓ ସାମାଜିକ କଲ୍ୟାଣ ବିଭାଗ ପ୍ରକାଶ କରିଛି।
ଜାନୁୟାରୀ ମାସରେ କେନ୍ଦୁଝରର ଏକ ସାଧାରଣ ସଭାରେ ଏ ବାବଦରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ସରକାର ତାହାକୁ ଲାଗୁ କରି ନଥିଲେ। ଏବେ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗ ଏହାକୁ ଲାଗୁ କରିବା ଲାଗି ଘୋଷଣା କରିଛି।
ମଧୁବାବୁ ପେନ୍ସନ୍ ଯୋଜନା ଏବଂ ସାମାଜିକ ନ୍ୟାୟ ଯୋଜନା ମାଧ୍ୟମରେ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ସହାୟତା ମିଳିବ। ଏଥିରେ ୪ ଲକ୍ଷରୁ ଅଧିକ ବ୍ୟକ୍ତି ଲାଭ ପାଇବେ । ସେମାନେ ପୂର୍ବରୁ ୧୨୦୦ ଟଙ୍କା ଭତ୍ତା ପାଉଥିଲେ।