Advertisement
Article Detail0/zeeodisha/odisha2670813
Zee OdishaOdisha StateSubhadra Yojana: ତିନିଦିନରେ ମିଳିବ ଦୁଇଟି କିସ୍ତିର ଟଙ୍କା, ସୁଭଦ୍ରା ହିତାଧିକାରୀଙ୍କୁ ଘର ଘର ବୁଲି ଖୋଜିବେ ସରକାର

Subhadra Yojana: ତିନିଦିନରେ ମିଳିବ ଦୁଇଟି କିସ୍ତିର ଟଙ୍କା, 'ସୁଭଦ୍ରା' ହିତାଧିକାରୀଙ୍କୁ ଘର ଘର ବୁଲି ଖୋଜିବେ ସରକାର

ଭୁବନେଶ୍ୱର: ଆଜି ମିଳିବ ସୁଭଦ୍ରା ଯୋଜନାରେ ଟଙ୍କା। ୩ ଦିନରେ ଦୁଇ ଦୁଇ ଥର ମିଳିବ ଟଙ୍କା। ଡବଲ୍‌ କିସ୍ତି ପାଇବେ ହିତାଧିକାରୀ। ଏନେଇ ବଡ଼ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର। ଆଜି ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ଖାତାକୁ ଆସିବ। ପୁଣି ଥରେ ଦୁଇ ଦିନ ପରେ ଦ୍ୱିତୀୟ କିସ୍ତିର ଟଙ୍କା ମଧ୍ୟ ହିତାଧିକାରୀ ପାଇବେ ବୋଲି ଉପମୁଖ୍ୟମନ୍ତ

Subhadra Yojana: ତିନିଦିନରେ ମିଳିବ ଦୁଇଟି କିସ୍ତିର ଟଙ୍କା, 'ସୁଭଦ୍ରା' ହିତାଧିକାରୀଙ୍କୁ ଘର ଘର ବୁଲି ଖୋଜିବେ ସରକାର

Subhadra Yojana: ଭୁବନେଶ୍ୱର: ଆଜି ମିଳିବ ସୁଭଦ୍ରା ଯୋଜନାରେ ଟଙ୍କା। ୩ ଦିନରେ ଦୁଇ ଦୁଇ ଥର ମିଳିବ ଟଙ୍କା। ଡବଲ୍‌ କିସ୍ତି ପାଇବେ ହିତାଧିକାରୀ। ଏନେଇ ବଡ଼ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର। ଆଜି ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ଖାତାକୁ ଆସିବ। ପୁଣି ଥରେ ଦୁଇ ଦିନ ପରେ ଦ୍ୱିତୀୟ କିସ୍ତିର ଟଙ୍କା ମଧ୍ୟ ହିତାଧିକାରୀ ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା  ପ୍ରଦାନ କରିଛନ୍ତି। 

ସେପଟେ ସେ କହିଛନ୍ତି କି ଏହି ଯୋଜନାରୁ ଯୋଗ୍ୟ ହିତାଧିକାରୀ କୌଣସି ପରିସ୍ଥିତିରେ ବାଦ ପଡିବେନି। ବଞ୍ଚିତ ହିତାଧିକାରୀଙ୍କୁ ଖୋଜି ବାହାର କରାଯିବ। ଏଥିଲାଗି ଦ୍ୱାର ଦ୍ୱାର ବୁଲି ସର୍ଭେ ହେବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ରହିଛି। ମହିଳାଙ୍କୁ ଏହି ଯୋଜନାରେ ଆବେଦନ କରିବାକୁ ସମସ୍ୟା ହେବାରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। 

Add Zee News as a Preferred Source

ମାର୍ଚ୍ଚ ୩୧ ପରେ ଆବେଦନ ପ୍ରକ୍ରିୟା ବନ୍ଦ କରି ସର୍ଭେ କାମ ଆରମ୍ଭ ହେବ। ଏବେ ସରକାରୀ ଅଧିକାରୀମାନେ ଆପଣଙ୍କ ଘରେ ପହଞ୍ଚି ସର୍ଭେ କରିବେ। ବାଦ ପଡିଥିବା ହିତାଧୀକାରୀମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବେ। ସେ ଆହୁରି ମଧ୍ୟ ସୂଚନା ପ୍ରଦାନ କରି କହିଛନ୍ତି କି ବର୍ତ୍ତମାନ ସୁଦ୍ଧା ୧ କୋଟି ୮ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯିବ। ଗୁରୁବାର କୋଟିଏ ପାର କରିବ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା। 

ସେପଟେ ଡୋର ଟୁ ଡୋର ସର୍ଭେ ପରେ ଯାହା ରହିଯବି ରକ୍ଷା ବନ୍ଧନ ଅବସରରେ ସମସ୍ତଙ୍କୁ ୩ଟି କିସ୍ତି ପ୍ରଦାନ କରାଯିବ। ଯେଉଁମାନେ ଯୋଗ୍ୟ ସେମାନେ ଏକା ସହ ୩ଟି କିସ୍ତି ମଧ୍ୟ ପାଇବେ। 

About the Author