)
Odisha News: ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଗବେଷଣା ପ୍ରୋତ୍ସାହନ କାର୍ଯ୍ୟକ୍ରମ (MRIP) ଅଧୀନରେ ମୁଖ୍ୟମନ୍ତ୍ରୀ ଗବେଷଣା ପ୍ରୋତ୍ସାହନ (MRF) ୨୦୨୬-୨୭ ପାଇଁ ଯୋଗ୍ୟ ପିଏଚଡି ସ୍କୋଲାରଙ୍କ ଠାରୁ ଆବେଦନ ଆମନ୍ତ୍ରଣ କରିଛନ୍ତି। ଯାହାର ଲକ୍ଷ୍ୟ ରାଜ୍ୟରେ ଉଚ୍ଚଶିକ୍ଷା କରୁଥିବା ଡକ୍ଟରେଟ ଗବେଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା।
ଉଚ୍ଚଶିକ୍ଷା ବିଭାଗ ଏ-କ ବିଜ୍ଞପ୍ତି ଜାରି କରି ବିଭାଗ ଅଧୀନରେ ଥିବା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସରକାରୀ ବିଭାଗ ଅଧୀନରେ ଥିବା ପଞ୍ଜିକୃତ ପିଏଚଡି ସ୍କୋଲାରଙ୍କ ଠାରୁ ଛାତ୍ର ଏକାଡେମିକ୍ ପରିଚାଳନା ପ୍ରଣାଳୀ (SAMS) ପୋର୍ଟାଲ୍ ମାଧ୍ୟମରେ ଆବେଦନ ଆମନ୍ତ୍ରଣ କରିଛି।
ଅନଲାଇନ୍ ଆବେଦନ ପ୍ରକ୍ରିୟା ୭ ଜୁଲାଇ, ୨୦୨୬ ଅପରାହ୍ନ ୪ ଟାରୁ ଆରମ୍ଭ ହେବ। ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୩୦ ଜୁଲାଇ, ୨୦୨୬ ରାତି ୧୧ଟା ୪୫ ଟା ପର୍ଯ୍ୟନ୍ତ ସେମାନଙ୍କର ଆବେଦନ ଦାଖଲ କରିପାରିବେ। ଆବଶ୍ୟକ ହେଲେ ଆବେଦନକାରୀମାନେ ୩୧ ଜୁଲାଇ ସକାଳ ୧୧ ଟାରୁ ୧୧ଟା ୪୫ ମଧ୍ୟରେ ସେମାନଙ୍କର ଦାଖଲ ହୋଇଥିବା ଆବେଦନ ଫର୍ମ ସମିଟ୍ କରିପାରିବେ।
ଆବେଦନକାରୀଙ୍କ ବିବରଣୀ ୫ ଅଗଷ୍ଟ ସକାଳ ୧୧ ଟାରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (OSHEC) କୁ ପଠାଯିବ। ଯୋଗ୍ୟ ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ କାର୍ଯ୍ୟସୂଚୀ ପରେ (SAMS) ସାମ୍ସ୍ ପୋର୍ଟାଲ୍ ମାଧ୍ୟମରେ ଘୋଷଣା କରାଯିବ। (OSHEC) ଦ୍ୱାରା ଜାରି ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ, ଆବେଦନକାରୀମାନେ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହେବା ଉଚିତ ଏବଂ ଏକ ଅନୁମୋଦିତ ଗବେଷଣା ମାର୍ଗଦର୍ଶିକା ଅଧୀନରେ ୧ ଏପ୍ରିଲ୍ ୨୦୨୪ ରୁ ୧୯ ଜୁଲାଇ ୨୦୨୬ ମଧ୍ୟରେ ପିଏଚଡି ପ୍ରୋଗ୍ରାମ ପାଇଁ ପଞ୍ଜିକୃତ ହୋଇଥିବା ଉଚିତ।
ବିଭାଗ କହିଛି ଯେ, ଫେଲୋସିପ୍ ପାଇଁ ଆବେଦନ କରୁଥିବା ସ୍କଲାରମାନେ ସଂଶୋଧିତ ନିର୍ଦ୍ଦେଶାବଳୀରେ ଉଲ୍ଲେଖ ଥିବା ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରିବାକୁ ପଡିବ। ଫେଲୋସିପ୍ ଲାଭ ପାଇଁ (MRIP-୨୦୨୫) ଅଧୀନରେ ମନୋନୀତ ଗବେଷଣା ସ୍କଲାର୍, ଯେଉଁମାନେ SAMS ମାଧ୍ୟମରେ ପଞ୍ଜିକୃତ ହୋଇନାହାଁନ୍ତି, ସେମାନେ ପୁନର୍ବାର ଆବେଦନ କରିବାକୁ ଯୋଗ୍ୟ ହେବେ ନାହିଁ।
ଉଚ୍ଚଶିକ୍ଷା ବିଭାଗ ପ୍ରାର୍ଥୀମାନଙ୍କୁ କମନ୍ ଆବେଦନ ଫର୍ମ (CAF) ପୂରଣ କରିବା ପୂର୍ବରୁ (SAMS) ସାମ୍ସ ପୋର୍ଟାଲ୍ ରେ ଉପଲବ୍ଧ ସଂଶୋଧିତ ନିର୍ଦ୍ଦେଶାବଳୀକୁ ଭଲଭାବେ ସମୀକ୍ଷା କରିବାକୁ ପରାମର୍ଶ ଦେଇଛି। ଆବେଦନ ସୂଚୀ କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସମ୍ପର୍କରେ ଯେ-କୌଣସି ପରିବର୍ତ୍ତନ ସମ୍ବାଦପତ୍ର ଏବଂ ସରକାରୀ ୱେବସାଇଟ୍ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ବିଭାଗ କହିଛି।