)
ଭୁବନେଶ୍ୱର: ୨ଟି ସ୍ଥାନରେ ସୁରକ୍ଷାବାହିନୀ ପକ୍ଷରୁ ମାଓ ଦମନ ଅପରେସନ୍ ଆରମ୍ଭ ହୋଇଥିବା ସମୟରେ ଦୁଇଟି ଘଟଣା ସାମ୍ନାକୁ ଆସିଛି । ଇନ୍ଦ୍ରଗଡ଼ ଜଙ୍ଗଲରେ ଗୁଳି ବିନିମୟରେ ଯବାନ ଗୁରୁତର ହୋଇଥିବା ସମୟରେ ଗୁଫଡ଼ିରେ ମହିଳା ମାଓବାଦୀ ନିହତ ହୋଇଛନ୍ତି ।
ଓଡ଼ିଶା ସୀମାନ୍ତ ଛତିଶଗଡ଼ ସୁକ୍ମା ଜିଲ୍ଲାର ଗୁଫଡ଼ି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ହାର୍ଡକୋର୍ ମହିଳା ମାଓବାଦୀ ମୃତ୍ୟୁବରଣ କରିଛି । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ସହ ବିପୁଳ ପରିମାଣର ମାଓ ସମଗ୍ରୀ ଜବତ କରାଯାଇଛି । ମୃତ ମହିଳା ମାଓବାଦୀଙ୍କ ନାଁରେ ୫ ଲକ୍ଷର ପୁରସ୍କାର ରାଶି ଥିଲା ବୋଲି ଜଣା ପଡିଛି ।
ସେହିପରି ଗଞ୍ଜାମ-କନ୍ଧମାଳ ସୀମାନ୍ତ ଇନ୍ଦ୍ରଗଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ହୋଇଛି । ଫଳରେ ଜଣେ ଯବାନ ଗୁରୁତର ହୋଇଛନ୍ତି । ଯବାନଙ୍କୁ ଭଞ୍ଜନଗର ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ନକ୍ସଲ ବିରୋଧୀ ଅପରେସନ୍ ବେଳେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା ।