Advertisement
Article Detail0/zeeodisha/odisha2700360
Zee OdishaOdisha Stateହାଇକୋର୍ଟ ବାର ଆସୋସିଏସନର ନିର୍ବାଚନ ଫଳାଫଳ, ମନୋଜ ମିଶ୍ର ହେଲେ ଅଧ୍ୟକ୍ଷ

ହାଇକୋର୍ଟ ବାର ଆସୋସିଏସନର ନିର୍ବାଚନ ଫଳାଫଳ, ମନୋଜ ମିଶ୍ର ହେଲେ ଅଧ୍ୟକ୍ଷ

ହାଇକୋର୍ଟ ବାର ଆସୋସିଏସନର ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ର ଅଧ୍ୟକ୍ଷ ହୋଇଥିବାବେଳେ ଉପସଭାପତି ହୋଇଛନ୍ତି ସିଦ୍ଧାର୍ଥ ଦାସ। 

ହାଇକୋର୍ଟ ବାର ଆସୋସିଏସନର ନିର୍ବାଚନ ଫଳାଫଳ, ମନୋଜ ମିଶ୍ର ହେଲେ ଅଧ୍ୟକ୍ଷ

କଟକ: ୨୯ ମାର୍ଚ୍ଚ (ଶନିବାର) ଦିନ ଅନୁଷ୍ଠିତ ହାଇକୋର୍ଟ ବାର ଆସୋସିଏସନର ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ର ଅଧ୍ୟକ୍ଷ ହୋଇଥିବାବେଳେ ଉପସଭାପତି ହୋଇଛନ୍ତି ସିଦ୍ଧାର୍ଥ ଦାସ। ସେହିପରି ନିମ୍ନଲିଖିତ ପ୍ରାର୍ଥୀମାନଙ୍କୁ ୨୦୨୫-୨୬ ବର୍ଷ ପାଇଁ ନିର୍ବାଚିତ ଘୋଷଣା କରାଯାଇଛି।

ସଚିବ ଭାବେ ଅଭିଜିତ ପଟ୍ଟନାୟକ, ଯୁଗ୍ମ ସଚିବ ଭାବେ ସୁଶ୍ରୀ ପଦ୍ମାଳୟା ମହାପାତ୍ର, ସହାୟକ ସଚିବ ଭାବେ ଅଭିଜିତ ଦାସ ଏବଂ ସପନ କୁମାର ପାଲ ଏବଂ କାର୍ଯ୍ୟନିର୍ବାହୀ ସଂସ୍ଥାର ସଦସ୍ୟମାନେ ହେଉଛନ୍ତି, ସୌଭାଗ୍ୟ କୁମାର ଦାସ, ଅଭିଷେକ ମହାନ୍ତି, ଜିତୁ ସାହୁ, ଅର୍ଣ୍ଣପୂର୍ଣ୍ଣା ପଣ୍ଡା, ସତ୍ୟ ରଞ୍ଜନ ଆଚାର୍ଯ୍ୟ, ରଞ୍ଜନ କୁମାର ବେହେରା, ସୁରେନ୍ଦ୍ର କୁମାର ଦାସ, ଆଶିଷ ମହାନ୍ତି ଏବଂ ସୁମନ୍ତ କୁମାର ସ୍ୱାଇଁ । ଏନେଇ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତଥା
ହାଇକୋର୍ଟ ବାର ଆସୋସିଏସନ ଓଡ଼ିଶା କଟକ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

Add Zee News as a Preferred Source
About the Author