Matric Exam: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା, ମଧ୍ଯମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତା ଫେବୃୟାରୀ ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୪ ତାରିଖରେ ଶେଷ ହେବ। ତେବେ ଏନେଇ ବୋର୍ଡ଼ ପକ୍ଷରୁ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ମାଟ୍ରିକ୍, ମଧ୍ଯମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଖାତା ଦେଖା ୨୦୨୪ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେବ । ତେବେ ମାତ୍ର ୧୨ ଦିନ ମଧ୍ଯରେ ଖାତା ଦେଖା ସରିବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ମିଳିଛି । ପ୍ରକାଶ ଥାଉ କି, ମହାମାରୀ ପରେ ବର୍ଷକୁ (ଏସଏ-୧, ଏସଏ-୨) ଦୁଇ ଥର ମାଟ୍ରିକ ପରୀକ୍ଷା କରାଯାଇଥିଲା । ଏଥିରେ ପ୍ରତି ବିଷୟରେ ମୋଟ ୧୮ ନଂ ପରୀକ୍ଷା କରାଯାଉଥିଲା । କିନ୍ତୁ ଚଳିତବର୍ଷ ଦୁଇଟି ପରୀକ୍ଷା (ଏସ୍‌ଏ-୧ ଓ ଏସ୍‌ଏ-୨) ବଦଳରେ ଗୋଟିଏ ମାତ୍ର ପରୀକ୍ଷା କରାଯିବା ନେଇ ବୋର୍ଡ଼ ପକ୍ଷରୁ ନିଷ୍ପତି ନିଆଯାଇଛି।


Also Read- OAS ସ୍ତରରେ ଅଦଳବଦଳ: ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବ ହେଲେ ଚିତ୍ତରଞ୍ଜନ ପାତ୍ର


ଚଳିତବ‌ର୍ଷ ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷାର ପ୍ରତି ବିଷୟରେ ୧୦୦ ନମ୍ବର ବିଶିଷ୍ଟ ହେବ। ଏଥିରେ ୫୦ ନଂ ସଂକ୍ଷିପ୍ତ ଉତ୍ତରମୂଳକ ଓ ୫୦ ନମ୍ବର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆସିବ। ଛାତ୍ରଛାତ୍ରୀଙ୍କୁ ଏହି ୧୦୦ ନମ୍ବରରୁ ୮୦ ପ୍ରତିଶତ ୱେଟେଜ୍ ଓ ସ୍କୁଲ୍‌ ଦ୍ବାରା ପରିଚାଳିତ ଇଣ୍ଟର୍‌ନାଲ୍ ଆସେସ୍‌ମେଣ୍ଟରୁ ୨୦ ପ୍ରତିଶତ ‌ୱେଟେଜ୍ ଦିଆଯାଇ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ।