)
ସମ୍ୱଲପୁର: ହୀରାକୁଦ ଡ୍ୟାମ୍ର ଆଉ ୪ ଗେଟ୍ ଖୋଲିଛି ଫଳରେ ମୋଟ୍ ୨୦ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ଜାରି ରହିଛି । ପଳରେ ସମ୍ୱଲପୁରରେ ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ଘରେ ପାଣି ପଶିଛି । ହୀରାକୁଦ ଗେଟ୍ ଖୋଲିବା ଫଳର ତଳିଆ ଅଞ୍ଚଳରେ ଲୋକେ ହନ୍ତସନ୍ତ ହେଉଛନ୍ତି ।
ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ ସୂଚନା ବିଶେଷ ସୂଚନା ଦେଇ କହିଛନ୍ତି ଯେ, ଉପରମୁଣ୍ଡରେ ଅଧିକ ବର୍ଷା ହେବା କାରଣରୁ ଜଳଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଛି । ସେଥିପାଇଁ ହୀରାକୁଦରେ ମୋଟ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସିତ କରାଯାଉଛି । ୨୦ଟି ଗେଟ୍ ରେ ମୋଟ ୩ ଲକ୍ଷ ୬୦ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଆସନ୍ତାକାଲି ମୁଣ୍ଡଳିରେ ସକାଳ ୮ରୁ ୧୧ଟା ମଧ୍ୟରେ ୬ ଲକ୍ଷ ଜଳ ପ୍ରବାହିତ ହେବ । ଶାଖା ନଦୀ ଗୁଡ଼ିକରେ ଜଳସ୍ତର ବଢିବ କିନ୍ତୁ ବନ୍ୟା ସ୍ଥିତି ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ବର୍ଷା କମିଥିବାରୁ କୌଣସି ନଦୀରେ ବର୍ତ୍ତାନ ବନ୍ୟା ସ୍ଥିତି ନାହିଁ ।