Advertisement
Article Detail0/zeeodisha/odisha2672248
Zee OdishaOdisha StateBudget Session: ବିଧାନସଭା ରୋଗ, ଆରମ୍ଭରୁ ମୁଲତବୀ

Budget Session: ବିଧାନସଭା ରୋଗ, ଆରମ୍ଭରୁ ମୁଲତବୀ

ଭୁବନେଶ୍ୱର: ବଜେଟ୍‍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନ ଆରମ୍ଭରୁ ଗୃହମଧ୍ୟରେ ବିରୋଧୀଙ୍କ ପ୍ରଭାବ ଦେଖିବାକୁ ମିଳିଛି। ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ନିଜର ବଳ ଦେଖାଇବାକୁ ପ୍ରୟାସ କରିଛନ୍ତି। ଫଳରେ ବାତିଲ ହୋଇଛି ପ୍ରଶ୍ନୋତ୍ତର କାଳ। ଆଉ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ମୁଲତବୀ କରିଛନ୍ତି।  ତେର ଦିନର ବ୍ୟ

Budget Session: ବିଧାନସଭା ରୋଗ, ଆରମ୍ଭରୁ ମୁଲତବୀ

Budget Session: ଭୁବନେଶ୍ୱର: ବଜେଟ୍‍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନ ଆରମ୍ଭରୁ ଗୃହମଧ୍ୟରେ ବିରୋଧୀଙ୍କ ପ୍ରଭାବ ଦେଖିବାକୁ ମିଳିଛି। ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ନିଜର ବଳ ଦେଖାଇବାକୁ ପ୍ରୟାସ କରିଛନ୍ତି। ଫଳରେ ବାତିଲ ହୋଇଛି ପ୍ରଶ୍ନୋତ୍ତର କାଳ। ଆଉ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ମୁଲତବୀ କରିଛନ୍ତି। 

ତେର ଦିନର ବ୍ୟବଧାନ ପରେ ବଜେଟ୍‍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜି ଆରମ୍ଭ ହୋଇଥିଲା। ନିର୍ଘଣ୍ଟ ଅନୁସାରେ ସଭା ୧୧ଟା ବେଳେ ପ୍ରଶ୍ନୋତ୍ତର କାଳ ପରେ ଅନ୍ୟ ପ୍ରସଙ୍ଗକୁ ଆଲୋଚନା କରିବାର ବିଧି ରହିଥିଲା। କିନ୍ତୁ ଗୃହ ଆରମ୍ଭରୁ ହିଁ ଉଭୟ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିବା ଯୋଜନା କରିଥିଲେ। କଂଗ୍ରେସର ବିଧାୟକମାନେ ପ୍ରଥମେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳ ପ୍ରଦର୍ଶନ କରିବାକୁ ଆସିଥିଲେ। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସେମାନେ ପ୍ରସଙ୍ଗ ଭାବେ ଆଣିଥିଲେ। ବାଲେଶ୍ୱର, ସୋର, ନୀଳଗିରି ପ୍ରଭୃତି ଅଞ୍ଚଳରେ ଯେମିତି ମହିଳା ଅସୁରକ୍ଷିତ ହୋଇଛନ୍ତି ତାହାକୁ ନେଇ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଥିଲେ। 

ଏହାପରେ ଗୃହ ଆରମ୍ଭ ହେଲାକ୍ଷଣି ବିଜେଡିର ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ୍‍ ଉପରକୁ ଉଠିବାକୁ ଚାହିଁଲେ। ପ୍ରଥମେ ଗ୍ୟହର ମଧ୍ୟଭାଗକୁ ଆସି ସେମାନେ ବିଜୁ ପଟ୍ଟନାୟକଙ୍କୁ ସରକାର ଅପମାନିତ କରିଛନ୍ତି ବୋଲି ଅଭିଯୋଗ କରିଥିଲେ। ଏହି ସମୟରେ ତାଙ୍କ ପାଖରେ ପ୍ଲାକାର୍ଡ ଲେଖା ରହିଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ଏହାକୁ କ୍ୟାମେରାରେ କଏଦ କରିଥିଲେ। 

Add Zee News as a Preferred Source

ଗୃହ ମଧ୍ୟରେ କଂଗ୍ରେସ ମଧ୍ୟ ନିଜ ବିରୋଧକୁ ଜାହିର କରିଥିଲା। ଗୋଟିଏ ପଟେ ବିଜୁ ପଟ୍ଟନାୟଙ୍କ ସପକ୍ଷବାଦୀ ନାରା ଓ ଦ୍ୱାତୀୟରେ ସରକାର ବିରୋଧୀ ସ୍ଲୋଗାନ ଗୃହକୁ ଆଗକୁ ନେବାକୁ ଦେଇ ନଥିଲା। ଫଳରେ ଗ୍ୟହ କାର୍ଯ୍ୟକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। 

ମଧ୍ୟାହ୍ନରେ ଗୃହ ପୁଣିଥରେ ଆରମ୍ଭ ହୋଇଥିଲେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଥମିନାହିଁ। ଏହି ଗହଳି ଭିତରେ ସରକାରୀ କାର୍ଯ୍ୟକ୍ରମ ସ୍ୱରୂପ ବିଭିନ୍ନ କମିଟି ରିପୋର୍ଟକୁ ଉପସ୍ଥାପନ କରିଥିଲେ। କିନ୍ତୁ ଗୃହ ସ୍ୱଭାବିକ ନ ହେବାରୁ ବାଚସ୍ପତି ପୁନର୍ବାର ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରିଛନ୍ତି। 

About the Author