)
Odisha Assembly: ଭୁବନେଶ୍ୱର: ପ୍ରବଳ ହଟ୍ଟଗୋଳ ପରେ ଆଜି ଗୃହକୁ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି ସୁରମା ପାଢୀ। ଚଳିତ ଶୀତ ଅଧିବେଶନର ଏହା ହେଉଛି ପ୍ରଥମ ମୁଲତବୀ। ଅଧିବେଶନ ଆରମ୍ଭରୁ ଗୃହ ବେଶ ସୁରୁଖୁରୁରେ ପରିଚାଳିତ କରିଥିଲେ ବାଚସ୍ପତି ଶ୍ରୀମତୀ ପାଢୀ।
ଏଠାରେ କହି ରଖୁ କି ଆଜି ଆରମ୍ଭରୁ ପ୍ରଶ୍ନକାଳ ଆରମ୍ଭରୁ ବିରୋଧି ବିଧାୟକମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ। ସେମାନଙ୍କୁ ଶାନ୍ତ କରିବାକୁ ପ୍ରୟାସ କରିଥିଲେ ବାଚସ୍ପତି। ମାତ୍ର ବିରୋଧିମାନେ ବାଚସ୍ପତିଙ୍କ କଥା ଶୁଣିନଥିଲେ ବିରୋଧି ତଥା କଂଗ୍ରେସ ଦଳର ବିଧାୟକମାନେ। ଫଳରେ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଦେଇଛନ୍ତି।