)
ନୂଆପଡ଼ା: ମାଓ ବିରୋଧୀ ଅପରେସନରେ ସୁରକ୍ଷାକର୍ମୀଙ୍କୁ ବଡ ଧରଣର ସଫଳତା ମିଳିଛି । ପାଟଧରା ସଂରକ୍ଷିତ ଜଙ୍ଗଲ ବରପାଟଡଙ୍ଗର ନିକଟରୁ ବିପୁଳ ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷାକର୍ମୀ ।
ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ରହିଛି ୨ଟି ଦେଶୀ ବନ୍ଧୁକ, ମାଗାଜିନ୍, ୨ଟି IED ଏବଂ ୮ଟି ଜିଲୋଟିନ । କେବଳ ସେତିକି ନୁହେଁ ଘଟଣାସ୍ଥଳରୁ ଗନ୍ ପାଉଡର ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । DVF ଓ CRPFର ମିଳିତ କମ୍ବିଂ ଅପରେସନ ଏହି ସଫଳତା ମିଳିଛି ।