)
Odisha News: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର। ସ୍ତ୍ରୀକୁ ସନ୍ଦେହ କରି ଟାଙ୍ଗିଆରେ ହାଣିଲା ସ୍ବାମୀ। ସ୍ତ୍ରୀ ଗୁରୁତର ଭାବେ ଅଠରବାଙ୍କୀ ମେଡିକାଲ ରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ପାରାଦୀପ ସିନେମା ହଲ୍ ସମ୍ମୁଖ ବସ୍ତିରେ। ଆଜି ସକାଳୁ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିବା ସମୟରେ ଉତ୍ୟକ୍ତ ହୋଇ ସ୍ବାମୀ ଟୁକୁନା ମଲ୍ଲିକ ତାଙ୍କ ସ୍ତ୍ରୀକୁ ଟାଙ୍ଗିଆ ରେ ଚୋଟ ମାରିଥିଲେ। ଫଳରେ ତାଙ୍କ ସ୍ତ୍ରୀ ର ମୁଣ୍ଡ ଓ କାନ୍ଧ ର ବିଭିନ୍ନ ସ୍ଥାନରେ ଟାଙ୍ଗିଆ ଚୋଟରେ ଗଭୀର ଆଘାତ ହୋଇ ଗୁରୁତର ଅବସ୍ଥାରେ ପାରାଦୀପ ଅଠରବାଙ୍କୀ ବିଜୁ ମେମୋରିଆଲ୍ ହସପିଟାଲ ରେ ଭର୍ତ୍ତି କରାଯାଇଛି।
ଟୁକୁନା ସବୁ ସମୟରେ ନିଶାଶକ୍ତ ଅବସ୍ଥାରେ ରହୁଥିବା ବେଳେ ଆଜି ସକାଳୁ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ଏପରି କି ପରପୁରୁଷ ସହିତ ସ୍ତ୍ରୀ କୁ ସନ୍ଦେହ କରୁଥିଲା ଟୁକୁନା।ଆଜି ଉତ୍ୟକ୍ତ ହୋଇ ଟୁକୁନା ତାଙ୍କ ସ୍ତ୍ରୀ କୁ ଟାଙ୍ଗିଆ ରେ ଚୋଟ ମାରି ଫେରାର ହୋଇ ଯାଇଥିବା ବେଳେ ନ୍ୟାୟ ଚାହୁଁଛନ୍ତି ବୋଲି କହିଛନ୍ତି ଟୁକୁନା ଙ୍କ ପତ୍ନୀ। ଟୁକୁନା ମଲ୍ଲିକ ଜଣେ ରାଜମିସ୍ତ୍ରୀ ହୋଇଥିବା ବେଳେ ସେ ପାରାଦୀପ କମଳା ଫିଲ୍ମ ହଲ୍ ସମ୍ମୁଖ ବସ୍ତିରେ ଏକ ଘଡା ଘରେ ରହୁଥିଲେ। ଘଟଣା କୁ ନେଇ ଆଦର୍ଶ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।