Advertisement
Article Detail0/zeeodisha/odisha2956539
Zee OdishaOdisha State୨ ବର୍ଷରୁ କମ୍ ବୟସର ପିଲାଙ୍କୁ କଫ ସିରପ୍ ଦେଉଛନ୍ତି କି ? ପଢନ୍ତୁ ଜରୁରୀ ସୂଚନା

୨ ବର୍ଷରୁ କମ୍ ବୟସର ପିଲାଙ୍କୁ କଫ ସିରପ୍ ଦେଉଛନ୍ତି କି ? ପଢନ୍ତୁ ଜରୁରୀ ସୂଚନା

 ୫ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଏସବୁ ପ୍ରକାରର ଔଷଧ ଉପଯୁକ୍ତ ପରୀକ୍ଷା, ସଂପୃକ୍ତ ପିଲାର ସ୍ୱାସ୍ଥ୍ୟ ଅବସ୍ଥାର ସଠିକ୍ ଆକଳନ ଆଦି ପରେ ଡାକ୍ତରଙ୍କ ସିଧାସଳଖ ତତ୍ତ୍ୱାବଧାନରେ କରାଯିବା ଦରକାର ବୋଲି କୁହାଯାଇଛି ।

୨ ବର୍ଷରୁ କମ୍ ବୟସର ପିଲାଙ୍କୁ କଫ ସିରପ୍ ଦେଉଛନ୍ତି କି ? ପଢନ୍ତୁ ଜରୁରୀ ସୂଚନା

ଭୁବନେଶ୍ୱର: ଦୁଇ ବର୍ଷକୁ କମ୍ ବୟସର ଶିଶୁଙ୍କୁ କଫ ଓ ଥଣ୍ଡା ସିରପ୍ ଦିଆଯିବା ନେଇ ବାରଣ କରିଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ତଥ୍ୟ ଜାରି କରିଛି । ୫ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଏସବୁ ପ୍ରକାରର ଔଷଧ ଉପଯୁକ୍ତ ପରୀକ୍ଷା, ସଂପୃକ୍ତ ପିଲାର ସ୍ୱାସ୍ଥ୍ୟ ଅବସ୍ଥାର ସଠିକ୍ ଆକଳନ ଆଦି ପରେ ଡାକ୍ତରଙ୍କ ସିଧାସଳଖ ତତ୍ତ୍ୱାବଧାନରେ କରାଯିବା ଦରକାର ବୋଲି କୁହାଯାଇଛି । ପିଲା କେତେ ମାତ୍ରାର ଔଷଧ କେତେ ଥର ଓ କେତେବେଳେ ଖାଇବ ତାହା ମଧ୍ୟ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିର୍ଦ୍ଧାରିତ ହେବା ଦରକାର ବୋଲି ଉଲ୍ଲେଖ ରହିଛି। 

ସମସ୍ତ ପିତାମାତା, ତତ୍ତ୍ୱାବଧାରକ ଏବଂ ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରାଇବା ସହ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ଚିକିତ୍ସାଳୟମାନଙ୍କରେ ଏହାର ଅନୁପାଳନ ନିଶ୍ଚିତ କରାଇବା ପାଇଁ ଓଡ଼ିଶା ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ତରଫରୁ ସମସ୍ତ ମେଡିକାଲ କଲେଜ୍, ହସପିଟାଲ୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଶିଶୁ ଚିକିତ୍ସା ବିଶେଷଜ୍ଞ ସଂଘ, ଓଡ଼ିଶା ଶାଖା, ଓଡ଼ିଶା ମେଡିକାଲ୍ ସେବା ସଂଘ ଆଦିଙ୍କୁ ପରାମର୍ଶ ଦିଆଯାଇଛି।

Also Read- ଧରାପଡିଲା ସତ ! ପତ୍ନୀଙ୍କ ମୃତ୍ୟୁ ପଛରେ IRB ଯବାନଙ୍କ ହାତ

Also Read- Jio Plan: ନୂଆ ପ୍ଲାନ୍ ଘୋଷଣା କରିଛି ରିଲାଏନ୍ସ ଜିଓ, ମିଳୁଛି ବଡ଼ ଲାଭ

About the Author