)
ଭୁବନେଶ୍ୱର: ନୂଆବର୍ଷ ଆରମ୍ଭ ତଥା ଜାନୁଆରୀ ୦୧, ୨୦୨୬ରେ ରାଜ୍ୟରେ ବରିଷ୍ଠ IAS ସ୍ତରରେ ବଡ଼ଧରଣ ଅଦଳବଦଳ କରିଛନ୍ତି ସରକାର । ରାଜସ୍ୱ ପରିଷଦର ସଦସ୍ୟ ହେଇଛନ୍ତି ଆଇଏଏସ୍ ସତ୍ୟବ୍ରତ ସାହୁ । ସେହିପରି ଅନୁ ଗର୍ଗଙ୍କ ସ୍ଥାନରେ ଉନ୍ନୟନ କମିଶନର ହେଇଛନ୍ତି ଦେଓରଞ୍ଜନ କୁମାର ସିଂ । ହେମନ୍ତ ଶର୍ମାଙ୍କୁ ଗୃହ ବିଭାଗର ACS ଭାବେ ଦାୟିତ୍ୱ ମିଳିଛି । ଶୁଭା ଶର୍ମାଙ୍କୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଭାସ୍କରଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି ।
ରାଜେଶ ପ୍ରଭାକର ପାଟିଲଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଦାୟିତ୍ୱ ଦିଆଯାଇଥିବାବେଳେ OSDMAର ପରିଚାଳନା ନିର୍ଦ୍ଦେଶକ ଭାବେ ରାଜେଶ ଅତିରିକ୍ତ ଦାୟିତ୍ବ ତୁଳାଇବେ । ମଧୁସ୍ମିତା ରଥଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଛି । ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଗଜପତି ଦାୟିତ୍ବ ଦିଆଯାଇଛି ।