IFS Officer V Karthik: ବିବାଦରେ ଓଡି଼ଶା କ୍ୟାଡର IFS ଅଫିସର୍ ଭି.କାର୍ତ୍ତିକ, ଜାଣନ୍ତୁ କାହିଁକି?
Advertisement
Article Detail0/zeeodisha/odisha2310117

IFS Officer V Karthik: ବିବାଦରେ ଓଡି଼ଶା କ୍ୟାଡର IFS ଅଫିସର୍ ଭି.କାର୍ତ୍ତିକ, ଜାଣନ୍ତୁ କାହିଁକି?

IFS Officer V Karthik: ଓଡି଼ଶା କ୍ୟାଡର ଆଇଏଫଏସ୍ ଅଫିସର୍ ଭି .କାର୍ତ୍ତିକ ( IFS Officer V Karthik) ଏବେ ବିବାଦରେ ଫସିଛନ୍ତି। କୋଏମ୍ବା ଟୁରରେ  ସିଏଏସଏଫଓଏସ୍(CASFOS)ଠାରେ  ମହିଳା ଟ୍ରେନି ଅଫିସରମାନଙ୍କୁ ଅଶ୍ଲିଳ ଭିଡିଓ ପଠାଇବା ଓ ଯୌନ ଶୌଷଣ ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସୁପାରିଶ୍ ହୋଇଛି।

IFS Officer V Karthik: ବିବାଦରେ ଓଡି଼ଶା କ୍ୟାଡର IFS ଅଫିସର୍ ଭି.କାର୍ତ୍ତିକ, ଜାଣନ୍ତୁ କାହିଁକି?

IFS Officer V Karthik: ଓଡି଼ଶା କ୍ୟାଡର ଆଇଏଫଏସ୍ ଅଫିସର୍ ଭି .କାର୍ତ୍ତିକ ( IFS Officer V Karthik) ଏବେ ବିବାଦରେ ଫସିଛନ୍ତି। କୋଏମ୍ବା ଟୁରରେ  ସିଏଏସଏଫଓଏସ୍(CASFOS)ଠାରେ  ମହିଳା ଟ୍ରେନି ଅଫିସରମାନଙ୍କୁ ଅଶ୍ଲିଳ ଭିଡିଓ ପଠାଇବା ଓ ଯୌନ ଶୌଷଣ ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସୁପାରିଶ୍ ହୋଇଛି। ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଏକ ଆଭ୍ୟନ୍ତରୀଣ କମିଟି ତାଙ୍କ ବିରୋଧରେ  ଆସିଥିବା ଅଭିଯୋଗକୁ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ସୁପାରିଶ୍ କରିଛି।  ସୂଚନା ଯୋଗ୍ୟ, ଯେ,  ବର୍ତ୍ତମାନ ଭି. କାର୍ତ୍ତିକ କୋଏମ୍ବାଟୁର CASFOSରେ ଅଧ୍ୟାପକ ଦାୟିତ୍ୱ ତୁଲାଉଛନ୍ତି। ତେବେ ତାଙ୍କୁ ଜୁନ୍ ୩୦ପୂର୍ବରୁ ଗୃହ କ୍ୟାଡର ଓଡିଶା ଫେରାଇ ନେବାକୁ ସୁପାରିସ କରାଯାଇଛି ।

ALSO READ: Petrol Diesel Price Today: ଗ୍ରାହକଙ୍କ ପାଇଁ ଖୁସି ଖବର, ଭୁବନେଶ୍ବରରେ ଖସିଲା ପେଟ୍ରୋଲ-ଡିଜେଲ ଦର

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ମହାରାଷ୍ଟ୍ରର ଜଣେ ମହିଳା ଫରେଷ୍ଟ ରେଞ୍ଜ ଅଫିସର କୋଏମ୍ବାଟୁର CASFOSରେ ୫ଦିନିଆ ପ୍ରଶିକ୍ଷଣ ନେବାକୁ ଆସିଥିଲେ। ଫଳରେ  ମହିଳା ଜଣକ ଭି. କାର୍ତ୍ତିକଙ୍କ ଯୌନ ଉତ୍ପୀଡନର ଶୀକାର ହୋଇଥିବା ଅଭିଯୋଗ ହୋଇଛି । ତାଙ୍କୁ ହ୍ବାଟସ ଆପରେ ଅଶ୍ଲିଳ ମେସେଜ ପଠାଇବା ସହ ନିବିଡ ସଂରର୍କ ରକ୍ଷା କରିବାକୁ ଭି କାର୍ତ୍ତିକ ଉଦ୍ୟମ କରିଥିବା ତଦନ୍ତକାରୀ କମିଟି ଜାଣିବାକୁ ପାଇଛି । ଏପରିକି ନିଜ ଅଧୀନରେ କାମ କରୁଥିବା କର୍ମଚାରୀ ଓ ସହଯୋଗୀଙ୍କୁ ବି ଭି କାର୍ତ୍ତିକ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ନିଜ ପଦ ଓ କ୍ଷମତାର ଅପବ୍ୟବହାର କରି ସେ ଯୌନ ଉତ୍ପୀଡନ କରୁଥିବା ତଦନ୍ତକାରୀ କମିଟି ଉଲ୍ଲେଖ କରିଛି ।