Advertisement
Article Detail0/zeeodisha/odisha2670427
Zee OdishaOdisha StateOdisha News: ପୁରୀ ବେଳାଭୂମିରେ ବିବାହ ଉତ୍ସବ ଉଦ୍ୟମ, କିପରି ପର୍ମିଶନ ଦେଲା ପୁରୀ ପୌରସଂସ୍ଥା?

Odisha News: ପୁରୀ ବେଳାଭୂମିରେ ବିବାହ ଉତ୍ସବ ଉଦ୍ୟମ, କିପରି ପର୍ମିଶନ ଦେଲା ପୁରୀ ପୌରସଂସ୍ଥା?

Odisha News: ଗୋଟିଏ ପର୍ମିଶନ ଥାଇ କିଭଳି ଏପରି ବିବାହ ମଣ୍ଡପ କରୁଥିଲା ଏହା ଫଛରେ କାହାର ହାତ ରହିଛି। ସେପଟେ ପୌରସଂସ୍ଥାର କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ବୀକାର କରିଛନ୍ତି ପୁରୀ ପୌରସଂସ୍ଥା ପକ୍ଷରୁ ପରମିଶନ ଦିଆଯାଇଛି ଏବଂ ସେଥିରେ ଅନ୍ୟ ବିଭାଗୀୟ ଅଧିକାରୀଙ୍କର ପରମିଶନର ଆବଶ୍ୟକତା ରହିଛି ବୋଲି କହିଛନ୍ତି।

Odisha News: ପୁରୀ ବେଳାଭୂମିରେ ବିବାହ ଉତ୍ସବ ଉଦ୍ୟମ, କିପରି ପର୍ମିଶନ ଦେଲା ପୁରୀ ପୌରସଂସ୍ଥା?

Odisha News: ପୁରୀ ବେଳାଭୂମିରେ ବିବାହ ଉତ୍ସବ ଉଦ୍ୟମ। ବିବାହ ମଣ୍ଡପ ଠାରୁ ଆରମ୍ଭ କରି ବିବାହ ଉତ୍ସବରେ ଅତିଥି ବସିବା ପାଇଁ ବେଳାଭୂମିରେ। ଡେକୋରେସନ କରାଯାଇଛି। ପୁରୀ ପୌରସଂସ୍ଥା ପକ୍ଷରୁ ପରମିଶନ ଦିଆଯାଇଛି କିନ୍ତୁ ତହସିଲ କାର୍ଯ୍ୟାଳୟର ପରମିଶନ ନାହିଁ କି ସି ଆର ଜେଡ ଓ ବନବିଭାଗର ପରମିଶନ ନାହିଁ ଯାହାକୁ ବେଆଇନ ଘୋଷଣା କରି ପୌରସଂସ୍ଥାର ଏଭିକସନ ଅଫିସର ଡେକୋରେସନ ଉଚ୍ଛେଦ କରିଥିବା ବେଳେ ପୌରସଂସ୍ଥାର କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ବୀକାର କରିଛନ୍ତି ପର୍ଯ୍ୟଟନର ବିକାଶ ପାଇଁ ପରମିଶନ ଦିଆଯାଇଥିଲା ସେପଟେ ଜିଲ୍ଲାପାଳ ଏଭଳି ଆୟୋଜନକୁ ବେଆଇନ ବୋଲି କହିଛନ୍ତି ଏବଂ ବେଳାଭୂମିରେ କୌଣସି ବ୍ୟକ୍ତିଗତ କାର୍ଯ୍ୟ ବିବାହ ବ୍ରତୋପନୟନ ଆଦି ଉତ୍ସବ ହୋଇପାରିବନାହିଁ ତେଣୁ ଉଚ୍ଛେଦ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ଅନ୍ୟପଟେ ପୁଅ ଝିଅଙ୍କ ପରିବାର ଲୋକ ଓ ଅତିଥିଙ୍କ ମନରେ ଦୁଃଖ କେଉଁଠି କରିବେ ବିବାହ ତାକୁ ନେଇ ଉଠିଛି ପ୍ରଶ୍ନ ଏ ହେଉଛି ପୁରୀ ବେଳାଭୂମିରେ ନିର୍ମାଣ ହୋଇଥିବା ବିବାହ ମଣ୍ଡପ।

 

Add Zee News as a Preferred Source

 ସେପଟେ ଏ ଦୃଶ୍ୟ ହେଉଛି ବିବାହ ମଣ୍ଡପ ଉଚ୍ଛେଦର ଦୃଶ୍ୟ। ପୌରସଂସ୍ଥାର ଏଭିକେସନ ଅଧିକାରୀ ନିଜେ ସେହି ସ୍ଥାନକୁ ଯାଇ ଉଚ୍ଛେଦ କରିଛନ୍ତି କିନ୍ତୁ ଏ ହେଉଛି ପୁରୀ ପୌରସଂସ୍ଥାର ପରମିଶନ ଚିଠି ଯେଉଁ ଥିରେ ହାଉସିଂ ବୋର୍ଡ କଲୋନୀ, ପୁରୀ ସି ବିଚ ଲେଖାଯାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ପୁରୀ ପୌରସଂସ୍ଥାର ଏହି ଚିଠିରେ ଜଣେ ବିବାହ ମଣ୍ଡପ ବେଳାଭୂମିର ବାଲିରେ କରିପାରିବ କି? ଗୋଟିଏ ପର୍ମିଶନ ଥାଇ କିଭଳି ଏପରି ବିବାହ ମଣ୍ଡପ କରୁଥିଲା ଏହା ଫଛରେ କାହାର ହାତ ରହିଛି। ସେପଟେ ପୌରସଂସ୍ଥାର କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ବୀକାର କରିଛନ୍ତି ପୁରୀ ପୌରସଂସ୍ଥା ପକ୍ଷରୁ ପରମିଶନ ଦିଆଯାଇଛି ଏବଂ ସେଥିରେ ଅନ୍ୟ ବିଭାଗୀୟ ଅଧିକାରୀଙ୍କର ପରମିଶନର ଆବଶ୍ୟକତା ରହିଛି ବୋଲି କହିଛନ୍ତି।

 ସେପଟେ ପୁରୀବେଳାଭୂମିରେ ଏଭଳି ବିବାହମଣ୍ଡପ ନିର୍ମାଣ କୁ ବିରୋଧ କରିଛନ୍ତି ଇଭେଣ୍ଟ କମ୍ପାନୀ ମାଲିକ। ଯେଉଁଠି ଆମକୁ ପରମିଶନ ମିଳୁନାହିଁ ତାଙ୍କୁ କିଭଳି ପରମିଶନ ମିଳିଲା ପ୍ରଶ୍ନ କରିଛନ୍ତି। ବିବାହ ପାଇଁ ପରମିଶନ ଆଣିଥିବା ବ୍ୟକ୍ତି ହେଉଛନ୍ତି ସୁବାଶ ବାରିକ ଯିଏ ରାଉରକେଲାର ବାସିନ୍ଦା ସେ ବେଳାଭୂମିରେ ବିବାହ କରିବା ପାଇଁ ଇଛା କରିଥିଲେ। ପୁଅଘର ଗୁଜୁରାଟରେ। ସେମାନଙ୍କ ବିବାହ ରେ ଯୋଇଦାନ କରିଥିବା ଅତିଥି ମାନେ ମଧ୍ୟ ଏଭଳି ଉଚ୍ଛେଦ ପରେ ଭାଙ୍ଗି ପଡିଛନ୍ତି। ମନରେ ଅନେକ ଦୁଖ ଅନ୍ୟପଟେ ଏଭଳି ବିବାହ ମଣ୍ଡପ ନିର୍ମାଣ ଵେଆଇନ ତହସିଲ କାର୍ଯ୍ୟାଳୟର ପରମିଶନ ନାହିଁ କି ସି ଆର ଜେଡ ଓ ବନବିଭାଗ ର ପରମିଶନ ନାହିଁ ଯାହାକୁ ବେଆଇନ ଘୋଷଣା କରି ପୌରସଂସ୍ଥାର ଏଭିକସନ କରାଯାଇଛି ବେଳାଭୂମିରେ କୌଣସି ବ୍ୟକ୍ତିଗତ କାର୍ଯ୍ୟ ବିବାହ ବ୍ରତୋପନୟନ ଆଦି ଉତ୍ସବ ହୋଇପାରିବନାହିଁ ତେଣୁ ଉଚ୍ଛେଦ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ।

About the Author