Advertisement
Article Detail0/zeeodisha/odisha2687732
Zee OdishaOdisha StateIllegal Craker seized: ଶ୍ରୀକ୍ଷେତ୍ରରେ ପୂଜା ସାମଗ୍ରୀ ବିକିବା ନାମରେ ଚାଲିଛି ବାଣ ବ୍ୟବସାୟ

Illegal Craker seized: ଶ୍ରୀକ୍ଷେତ୍ରରେ ପୂଜା ସାମଗ୍ରୀ ବିକିବା ନାମରେ ଚାଲିଛି ବାଣ ବ୍ୟବସାୟ

Illegal Craker seized: ତେବେ ଗତବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟିବା ଓ ନିକଟରେ ପୁଣି ବାଣ ଉକ୍ତ ସ୍ଥାନରେ ଫୁଟିବା ନେଇ ପ୍ରଶ୍ନ ଉଠିଥିବା ବେଳେ ସେହି ଅଞ୍ଚଳ ନିକଟରେ ବିପୁଳ ସଂଖ୍ୟାରେ ବାଣ,ବାରୁଦ ଜବତ କରିବା ପୋଲିସ ପାଇଁ ଏକ ସଫଳତା।ହେଲେ କୁମ୍ଭାରପଡ଼ା ନିକଟରେ ଏତେ ପରିମାଣରେ ବାଣ ମହଜୁଦ ରହିବା ସମ୍ପର୍କରେ ପୋଲିସ ଜାନିନପାରିବା ନେଇ ପ୍ରଶ୍ନବାଚି ସୃଷ୍ଟି କରିଛି।ତେବେ ଭଡାଘରେ କିପରି ବାଣ ରଖାଗଲା ଓ ଘର ମାଲିକ କିପରି ଜାଣି ନପାରିଲେ ସେ ନେଇ ତଦନ୍ତ କରାଯିବ ବୋଲି ସିଟି ଡିଏସପି କହିଛନ୍ତି।

Illegal Craker seized: ଶ୍ରୀକ୍ଷେତ୍ରରେ ପୂଜା ସାମଗ୍ରୀ ବିକିବା ନାମରେ ଚାଲିଛି ବାଣ ବ୍ୟବସାୟ

Illegal Craker seized: ପୁରୀ କୁମ୍ଭାରପଡ଼ା ଥାନା ନିକଟରେ ଭଡା ଘରେ ପୂଜା ସାମଗ୍ରୀ ବିକିବା ନାମରେ ଚାଲିଥିଲା ବାଣ ବ୍ୟବସାୟ।ବେଆଇନ ଭାବେ ବାଣ ମହଜୁଦ ରଖିବା ଅଭିଯୋଗରେ ପୁରୀ ପୋଲିସ ଆଜି ବିପୁଳ ମାତ୍ରାରେ ବାଣ,ବାରୁଦ ପ୍ରସ୍ତୁତି ସାମଗ୍ରୀ ସହ କୋଇଲା ଆଦି ଜବତ କରିଛି। ଏଥି ସହ ବ୍ୟବସାୟୀଙ୍କୁ ଗିରଫ କରି ଉକ୍ତ ଘରକୁ ସିଜ୍ କରିଛି।ଅନ୍ୟପଟେ ସ୍ଥାନୀୟ ବାସିନ୍ଦା ଭଡାଘରେ ବାଣ ରଖିବା ନେଇ ଜାଣିନଥିବା ଓ କୁମ୍ଭାରପଡ଼ା ପୋଲିସ ଥାନା ନିକଟରେ ଏଭଳି ବାଣ ମହଜୁଦ ରହିବା ଖବର ଜାନିନପରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଘର ମାଲିକ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ତାଙ୍କ ଘରେ ବେଆଇନ ଭାବେ ବାଣ ରହିବା ନେଇ ଖବର କିପରି ଜାଣି ପାରିଲେ ନାହିଁ।ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି। 

ପୁରୀ କୁମ୍ଭାରପଡ଼ା ଥାନା ନିକଟରେ ଥିବା କେ ଟି ଏମ୍ ଗଳିରେ ଥିବା ଭଡା ଘରେ ପୁଜାସାମଗ୍ରି ନାଁରେ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ବାଣ, ବାରୁଦ ଓ ବାଣ ପ୍ରସ୍ତୁତି ସାମଗ୍ରୀ ସହ କୋଇଲା ଆଦିକୁ ପୁରୀ ପୋଲିସ ଜବତ କରିଛି। ଏଥିସହ ବାସେଳି ସାହିର ବାଣ ବ୍ୟବସାୟୀ ଅଜିଦ ସେନାପତିଙ୍କୁ ଗିରଫ କରିଛି।ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ସିଟି ଡିଏସପି ଙ୍କ ନେତୃତ୍ୱରେ ଦୁଇ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଉକ୍ତ ଘରୁ ସମସ୍ତ ବାଣ, ବାରୁଦ,କୋଇଲା,ବାଣ ପ୍ରସ୍ତୁତି ସାମଗ୍ରୀକୁ ଜବତ ସହ ଅଗ୍ନିଶମ କର୍ମଚାରୀଙ୍କ ଦ୍ଵାରା ପାଣି ପକାଇ ବିପଦ ମୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା। ତେବେ ଗତବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟିବା ଓ ନିକଟରେ ପୁଣି ବାଣ ଉକ୍ତ ସ୍ଥାନରେ ଫୁଟିବା ନେଇ ପ୍ରଶ୍ନ ଉଠିଥିବା ବେଳେ ସେହି ଅଞ୍ଚଳ ନିକଟରେ ବିପୁଳ ସଂଖ୍ୟାରେ ବାଣ,ବାରୁଦ ଜବତ କରିବା ପୋଲିସ ପାଇଁ ଏକ ସଫଳତା।ହେଲେ କୁମ୍ଭାରପଡ଼ା ନିକଟରେ ଏତେ ପରିମାଣରେ ବାଣ ମହଜୁଦ ରହିବା ସମ୍ପର୍କରେ ପୋଲିସ ଜାନିନପାରିବା ନେଇ ପ୍ରଶ୍ନବାଚି ସୃଷ୍ଟି କରିଛି।ତେବେ ଭଡାଘରେ କିପରି ବାଣ ରଖାଗଲା ଓ ଘର ମାଲିକ କିପରି ଜାଣି ନପାରିଲେ ସେ ନେଇ ତଦନ୍ତ କରାଯିବ ବୋଲି ସିଟି ଡିଏସପି କହିଛନ୍ତି।

କୁମ୍ଭାରପଡ଼ା ଥାନା ନିକଟରେ କେଟିଏମ୍ ଗଳିରେ ଜନୈକ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଘରେ ଚାଲିଥିଲା ବେଆଇନ ବାଣ ବ୍ୟବସାୟ।ଭଡା ସୂତ୍ରରେ ନେଇଥିବା ବାସେଳୀ ସାହିର ଅଜିଦ ସେନାପତି ପୁଜାସାମଗ୍ରି ରଖିବା ପରିବର୍ତ୍ତେ ବାଣ,ବାରୁଡ କୋଇଲା,ବାଣ ପ୍ରସ୍ତୁତି ସାମଗ୍ରୀ ମହଜୁଦ ରଖିବା ଖବର ପୋଲିସ ନାଁ ସ୍ଥାନୀୟ ବାସିନ୍ଦା କେହି ଜାଣି ପାରିନଥିଲେ।ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଭଡା ନେଇଥିବା ଲୋକ ସଦାବେଳେ ରାତିରେ ଆଖା ଓ ପେଟିରେ ସବୁ ସାମଗ୍ରୀ ଆଣି ରଖନ୍ତି।ଆଉ ସେ କେଉଁ ସମୟରେ ଏତେ ବାଣ ମହଜୁଦ ରଖିବା ଖବର ଆମ ପାଖରେ ନାହିଁ।ଯଦି ବିସ୍ଫୋରଣ ହୋଇଥାନ୍ତା ତେବେ ଆମ ବସ୍ତି ଉଡ଼ିଯାଇଥନ୍ତା।ଆମେ ଏକ ବଡ଼ ବିପଦରୁ ରକ୍ଷା ପାଇଗଲୁ।ତେବେ ପୋଲିସ ଘର ମାଲିକ ଓ ବାଣ ବ୍ୟବସାୟୀଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି କରିଛନ୍ତି।

Add Zee News as a Preferred Source

ସହରରେ କେତେ ବାଣ ବେଆଇନ ଭାବେ ମହଜୁଦ ଅଛି ସେ ସବୁକୁ ପୋଲିସ କେବେ ଠାବ କରିବ ଏବଂ ଆଜିର ଘଟଣାରେ ପୋଲିସ କିଭଳି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଆଗକୁ ଜଣାପଡିବ।,

About the Author