Advertisement
Article Detail0/zeeodisha/odisha2680176

ଅଷ୍ଟ୍ରେଲିଆର ସିଏସ୍‍ଆଇଆର୍‍ଓ ଏବଂ ଭୁବନେଶ୍ୱର ଆଇଏମ୍‍ଏସ୍‍ଟି ମଧ୍ୟରେ ବୁଝାମଣା

ବିଶ୍ୱର ତୃତୀୟ ଟାଇଟାନିୟମ ଗଚ୍ଛିତ ଦେଶ ଭାବେ ପରିଚିତ ଭାରତରେ ହେବ ଅତ୍ୟାଧୁନିକ ଗବେଷଣା। ଏନେଇ ଅଷ୍ଟ୍ରେଲିଆର ବୈଜ୍ଞାନିକ ସଂସ୍ଥା ଭୁବନେଶ୍ୱରେରେ ଥିବା ଖଣିଜ ଓ ସାମଗ୍ରୀ ପ୍ରଯୁକ୍ତି ପ୍ରତିଷ୍ଠାନ ସହ ଏକ ବୁଝାମଣା ସ୍ୱାକ୍ଷର କରିଛି। ସିଏସ୍‍ଆଇଆର୍‍ର ଏହି ନିଜସ୍ୱ ଗବେଷଣା କେନ୍ଦ୍ରରେ ଏଥିଲାଗି ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। 

ଅଷ୍ଟ୍ରେଲିଆର ସିଏସ୍‍ଆଇଆର୍‍ଓ ଏବଂ ଭୁବନେଶ୍ୱର ଆଇଏମ୍‍ଏସ୍‍ଟି ମଧ୍ୟରେ ବୁଝାମଣା
ଅଷ୍ଟ୍ରେଲିଆର ସିଏସ୍‍ଆଇଆର୍‍ଓ ଏବଂ ଭୁବନେଶ୍ୱର ଆଇଏମ୍‍ଏସ୍‍ଟି ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ବିଶ୍ୱର ତୃତୀୟ ଟାଇଟାନିୟମ ଗଚ୍ଛିତ ଦେଶ ଭାବେ ପରିଚିତ ଭାରତରେ ହେବ ଅତ୍ୟାଧୁନିକ ଗବେଷଣା। ଏନେଇ ଅଷ୍ଟ୍ରେଲିଆର ବୈଜ୍ଞାନିକ ସଂସ୍ଥା ଭୁବନେଶ୍ୱରେରେ ଥିବା ଖଣିଜ ଓ ସାମଗ୍ରୀ ପ୍ରଯୁକ୍ତି ପ୍ରତିଷ୍ଠାନ ସହ ଏକ ବୁଝାମଣା ସ୍ୱାକ୍ଷର କରିଛି। ସିଏସ୍‍ଆଇଆର୍‍ର ଏହି ନିଜସ୍ୱ ଗବେଷଣା କେନ୍ଦ୍ରରେ ଏଥିଲାଗି ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଯେଉଁଠାରେ ଅଷ୍ଟ୍ରେଲିଆର ଜ୍ଞାନକୌଶଳ ଦ୍ୱାରା ଗବେଷଣା  ଓ ନୂଆ ଟେକ୍ନୋଲୋଜିର ବିକାଶ ଲାଗି ବ୍ୟବସ୍ଥା କରାଯିବ ବୋଲି ଏହି ବୁଝାମଣାରେ କୁହାଯାଇଛି।
 
ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆରେ ଟାଇଟାନିୟମ୍ ଏବଂ ଭାନାଡିୟମ୍କୁ  ଜଟିଳ ଖଣିଜ ପଦାର୍ଥ ଭାବରେ ବର୍ଗୀକୃତ କରାଯାଇଛି। ମିଶ୍ରଧାତୁ ପ୍ରସ୍ତୁତିରେ ଟାଇଟାନିୟମ ବହୁଳ ଭାବରେ ବ୍ୟବହୃତ କରାଯାଇଥାଏ। ଠିକ୍‍ ସେହିପରି ରିଚାର୍ଜ ହୋଇପାରୁଥିବା ଶକ୍ତି ଧାରକ ରେଡକ୍ସ ବ୍ୟାଟେରୀ ତିଆରି ପାଇଁ ଭାନାଡିୟମ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।  ଭାରତରୁ ଖନନ ହେଉଥିବା ଟାଇଟାନିୟମ୍ ଏବଂ ଭାନାଡିୟମ୍-ବାହକ ଟାଇଟାନିୟମ୍ ଖଣିଜ ପଦାର୍ଥରୁ ଟାଇଟାନିୟମ୍ ଡାଇଅକ୍ସାଇଡ୍ କିପରି ପ୍ରସ୍ତୁତ ଲାଗି ଏହି ଗବେଷଣା ସହାୟକ ହେବ।  ଭବିଷ୍ୟତର ଆବଶ୍ୟକତା ଲାଗି ସହଜ ବ୍ୟବହାର କରାଯାଇପାରିବ ସେଥିଲାଗି ଏହି ଚୁକ୍ତି ମାଧ୍ୟମରେ ଦୁଇ ଦେଶ କାର୍ଯ୍ୟ କରିବେ। ଅର୍ଥାତ୍‍ ଉଭୟ ଦେଶରେ ଜଟିଳ ଖଣିଜ ଏବଂ ସାମଗ୍ରୀର ପରିପୂରକ ଏବଂ ସ୍ଥିର ଯୋଗାଣ ଶୃଙ୍ଖଳ ବିକାଶ କରିବା ଦିଗରେ ଏହି ରଣନୀତି ଧ୍ୟାନ କେନ୍ଦ୍ରିତ କରିବ।  ଅଷ୍ଟ୍ରେଲିଆ ସରକାରଙ୍କ ସରକାରଙ୍କ ଭାରତ ଅର୍ଥନୈତିକ ରଣନୀତି (ଆଇଇଆର୍‍)  ଅଧୀନରେ ୨୦୩୫ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ଲାଗି ପାଣ୍ଠି ଯୋଗାଇବାର ବ୍ୟବସ୍ଥା କରାଯାଇଛି।    

ଆଇଏମ୍‍ଏମ୍‍ଟିଠାରେ ଥିବା ଡ. ଆର୍‍ପି ଦାସ୍‍  ସେଣ୍ଟର ଫର ହାଇଡ୍ରୋ, ବାୟୋ ଆଣ୍ଡ ଇଲେକ୍ଟ୍ରୋମେଟାଲର୍ଜିଠାରେ ଆଜି ଏହି ବୁଝାମଣା ସ୍ୱାକ୍ଷର ହୋଇଛି। ଏହି ଅବସରରେ ଆଇଏମ୍‍ଏସ୍‍ଟି ନିର୍ଦ୍ଦେଶକ ଡ, ରାମାନୁଜ ନାରାୟଣ ଦେଶର ଜଟିଳ ଖଣିଜ ମିଶନ  ଅଧୀନରେ ଜଟିଳ ଖଣିଜର ବିଶୋଧନ, ପ୍ରକ୍ରିୟାକରଣ ଏବଂ ପୁନରୁଦ୍ଧାର ଲାଗି ଆଗକୁ ଏପରି ଅନେକ ସହଭାଗୀ ବୁଝାମଣା ହେବାକୁ ଯାଉଥିବା ସୂଚନା ଦେଇଛନ୍ତି। ଯାହାଦ୍ୱାରା ଏପରି ଜଟିଳ ଖଣିଜଗୁଡ଼ିକର ଦୀର୍ଘକାଳୀନ ପରିପୂରକ ଯୋଗାଣ ସୁନିଶ୍ଚିତ କରାଯାଇପାରିବ। 

ସିଏସ୍‍ଆଇଆର୍‍ଓର  ପ୍ରମୁଖ ଗବେଷଣା ବୈଜ୍ଞାନିକ ଡକ୍ଟର ଗୌତମ କୁମାର ଦାସ, ଏବଂ  ଆଇଏମ୍‍ଏମ୍‍ଟିର ହାଇଡ୍ରୋ, ବାୟୋ ଏବଂ ଇଲେକ୍ଟ୍ରୋମେଟାଲର୍ଜି ବିଭାଗର ମୁଖ୍ୟ ମୁଖ୍ୟ ଡକ୍ଟର କାଳୀ ସଞ୍ଜୟ ଏହି ପ୍ରକଳ୍ପ ଲକ୍ଷ୍ୟ ସାଧନ ଦିଗରେ ନେତୃତ୍ୱ ନେବେ। ନେବେ। ସିଏସ୍‍ଆଇଆର୍‍ଓର କ୍ରିଟିକାଲ୍ ମିନେରାଲ୍ସ ପ୍ରୋସେସିଂ ବିଭାଗର ଗ୍ରୁପ ଲିଡର ଡକ୍ଟର ଜୋଆନ୍ ଲୋହ ଏବଂ ଆଇଏମ୍‍ଏମ୍‍ଟିର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣଙ୍କ ଦ୍ୱାରା  ଏହି ପ୍ରକଳ୍ପ ପରିଚାଳିତ ହେବ ବୋଲି ଏକ ପ୍ରେସ୍‍ ବିଜ୍ଞପ୍ତିରେ କୁହାଯାଇଛି। 

Add Zee News as a Preferred Source

ଭାରତ ଏବଂ ଅଷ୍ଟ୍ରେଲିଆରେ ପ୍ରଚୁର ପରିମାଣରେ ମିଳୁଥିବା ଇଲମେନାଇଟ୍ ଏବଂ ଭାନାଡିଫେରସ୍ ମ୍ୟାଗ୍ନେଟାଇଟ୍ ଖଣିଜରୁ ଟାଇଟାନିୟମ୍ ଏବଂ ଭାନାଡିୟମ୍ ନିଷ୍କାସନ ପାଇଁ ସିଏସ୍‍ଆଇଆର୍‍ଓର ଅଭିନବ ଟାଇଟାନିୟମ୍ ଓ ଭାନାଡିୟମ୍ ପ୍ରକ୍ରିୟାକରଣ ପ୍ରଯୁକ୍ତିବିଦ୍ୟାକୁ ଆହୁରି ବିକଶିତ କରିବା ଏହି ପକ୍ରଳ୍ପର ପ୍ରମୁଖ ଉଦ୍ଦେଶ୍ୟ ବୋଲି ଏହି ବୁଝାମଣା ସ୍ୱାକ୍ଷର ଅବସରରେ ସୂଚନା ଦିଆଯାଇଛି।

About the Author