)
ଭୁବନେଶ୍ୱର: ଗୃହ ସଚିବ ଭାବେ ଦାୟିତ୍ବ ନେବା ପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ନୂତନ ଗୃହ ସଚିବ ହେମନ୍ତ ଶର୍ମା । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଆମ ପାଇଁ ପ୍ରାଥମିକତା । ଲୋକେ ଯେପରି ନିରାପଦ ଓ ସୁରକ୍ଷିତ ମଣିବେ ସେନେଇ ଆମେ ଗୁରୁତ୍ବ ଦେବୁ । ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । ଥାନା ଓ ଫାଣ୍ଡିର ଭିତ୍ତିଭୂମି ଉନ୍ନତ କରାଯିବ । ଖାଲି ପଦବୀ ପୂରଣ ସହ ପୋଲିସକୁ ଗ୍ରାସ୍ ରୁଟ୍ ସ୍ତରରେ ମଜଭୁତ କରାଯିବ ।
ସୂଚନାଯୋଗ୍ୟ, ନୂଆବର୍ଷ ଆରମ୍ଭ ତଥା ଜାନୁଆରୀ ୦୧, ୨୦୨୬ରେ ରାଜ୍ୟରେ ବରିଷ୍ଠ IAS ସ୍ତରରେ ବଡ଼ଧରଣ ଅଦଳବଦଳ କରିଛନ୍ତି ସରକାର । ହେମନ୍ତ ଶର୍ମାଙ୍କୁ ଗୃହ ବିଭାଗର ACS ଭାବେ ଦାୟିତ୍ୱ ମିଳିଥିଲା । ସେହିପରି ରାଜସ୍ୱ ପରିଷଦର ସଦସ୍ୟ ହେଇଛନ୍ତି ଆଇଏଏସ୍ ସତ୍ୟବ୍ରତ ସାହୁ । ଅନୁ ଗର୍ଗଙ୍କ ସ୍ଥାନରେ ଉନ୍ନୟନ କମିଶନର ହେଇଛନ୍ତି ଦେଓରଞ୍ଜନ କୁମାର ସିଂ । ଶୁଭା ଶର୍ମାଙ୍କୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଭାସ୍କରଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି । ରାଜେଶ ପ୍ରଭାକର ପାଟିଲଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଦାୟିତ୍ୱ ଦିଆଯାଇଥିବାବେଳେ OSDMAର ପରିଚାଳନା ନିର୍ଦ୍ଦେଶକ ଭାବେ ରାଜେଶ ଅତିରିକ୍ତ ଦାୟିତ୍ବ ତୁଳାଇବେ । ମଧୁସ୍ମିତା ରଥଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଛି । ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଗଜପତି ଦାୟିତ୍ବ ଦିଆଯାଇଛି ।