)
ପୁରୀ: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । କାଲି ବ୍ୟାରିକେଡ୍ ଦର୍ଶନକୁ ନେଇ ବିବାଦୀୟ ସ୍ଥିତି ପରେ ବୈଠକ କରାଯାଇଛି । ପୁରୀ ଜିଲ୍ଲାପାଳ, ଏସ୍ପି ଓ ସ୍ବତନ୍ତ୍ର ସୁରକ୍ଷା ଅଧିକାରୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।
ଶ୍ରୀମନ୍ଦିର ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି ଯେ, ପ୍ରଟୋକଲରେ ଶ୍ରୀମନ୍ଦିର ଆସୁଥିବା ଅତିଥିଙ୍କ ପାଇଁ SOP ପ୍ରସ୍ତୁତ ହୋଇଛି । ପ୍ରଟୋକଲ ଦାୟିତ୍ବରେ କେବଳ ଶ୍ରୀମନ୍ଦିର ପ୍ରଶାସନ ରହିବେ । ଶ୍ରୀମନ୍ଦିର ପରିସରରେ ମୋବାଇଲ୍ କଟକଣାକୁ ଆହୁରି କଡ଼ା କରାଯିବ । କେବଳ ନୀତିକାନ୍ତି ସମ୍ବନ୍ଧୀୟ କାମ ଯେଉଁମାନଙ୍କ ଥିବ ସେମାନଙ୍କୁ ହିଁ ଅନୁମତି ମିଳିବ । ଗତକାଲିର ବିବାଦକୁ ନେଇ କ୍ଷମାପ୍ରାର୍ଥନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସମନ୍ବୟ ଅଭାବ ଯୋଗୁଁ ଏଭଳି ଘଟିଲା ବୋଲି କହିଛନ୍ତି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ହେବ । ଯିଏ ବି ଦୋଷୀ ହେଉନା କାହିଁକି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅରବିନ୍ଦ ପାଢୀ କହିଛନ୍ତି ।
Also Read- ଇସ୍କନର ଅଦିନିଆ ରଥଯାତ୍ରା ନେଇ ଗଜପତିଙ୍କ ଉଦ୍ବେଗ